କନକ ବ୍ୟୁରୋ : କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ନୂତନ ବିଲ୍ଡିଂର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କୋରାପୁଟ ଡିଏଭି କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସମାବେଶକୁ ସମ୍ବୋଧିତ କରୁଛନ୍ତି । ଏହାପରେ ସଦଭାବନା ଗୃହରେ କୋରାପୁଟର ଜିଲ୍ଳାର ବିକାଶମୂଳକ କାର୍ଯ୍ୟକଳାପର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଭୁବନେଶ୍ୱର ଫେରିଆସିବେ ।
କୋରାପୁଟକୁ ମୋହନଙ୍କ ଭେଟି । ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୬୫୦ ଶଯ୍ୟା ବିଶିଷ୍ଟ ନୂତନ ବିଲ୍ଡିଂର ଉଦଘାଟନ କଲେ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେଲେ । କୋରାପୁଟ ଜିଲ୍ଳାର ବିକାଶମୂଳକ ପ୍ରକଳ୍ପର କରିବେ ସମୀକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/10/cm-visits-koraput-2025-08-10-13-25-03.jpg)