India win Photograph: (Kanaknews)
କନକ ବ୍ୟୁରୋ: ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ବଡ଼ ବିଜୟ ସହିତ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଛି । ଆଜି ବିଶାଖାପାଟଣାରେ ଅନୁଷ୍ଠିତ ମୁକାବିଲାରେ ଭାରତ ୯ ୱିକେଟରେ ଭ୍ରମଣକାରୀ ଟିମ୍କୁ ପରାସ୍ତ କରିଛି । ଦମ୍ଦାର ଶତକ ହାସଲ କରିଛନ୍ତି ଯଶସ୍ବୀ ଜୟସ୍ବାଲ। ଓପ୍ନିଙ୍ଗରେ ଆସି ୧୧୬ ରନ୍ର ଅପରାଜିତ ଶତକ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ: ଆଜି ବିଶାଖାପାଟଣାରେ କର ବା ମର ମ୍ୟାଚ୍
ସେହିପରି ରୋ-କୋ ମାନେ ରୋହିତ ଶର୍ମା ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମା ୭୫ ରନ୍ କରିଥିବା ବେଳେ କୋହଲି ଅପରାଜିତ ୬୫ ରନ୍ କରିଛନ୍ତି । ଏହି ବଡ଼ ବିଜୟ ସହିତ ଭାରତ ଦିନିକିଆ ସିରିଜ କବ୍ଜା କରିଛି । ଦକ୍ଷିଣ ଆଫୟିକା ପ୍ରଥମେ ବ୍ୟାଟିଂ କରି ୨୭୦ ରନ୍ କରିଥିଲା । ଜବାବରେ ଭାରତ ଆହୁରି ୧୦ ଓଭର ବାକି ଥାଇ ବିଜୟ ହାସଲ କରିଥିଲା । ଆସନ୍ତା ୯ ତାରିଖରୁ ଦୁଇ ଦେଶ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ ।
Follow Us