କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯିବ । ବିଶାଖାପାଟଣାରେ ହେବ ମ୍ୟାଚ୍ । ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ସିରଜ ୧-୧ ବରାବର ସ୍ଥିତିରେ ଥିବାରୁ ଆଜିର ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି । ଉଭୟ ଟିମ୍ ଆଜିର ମ୍ୟାଚ ଜିତି ସିରିଜ କବ୍ଜା କରିବାକୁ ଚେଷ୍ଟା କରିବେ । ଭାରତ ପ୍ରଥମ ଦିନିକିଆ ମ୍ୟାଚ ଜିତିଥିଲା । ତେବେ ଦ୍ୱିତୀୟ ଦିନିକିଆରେ ୩୫୯ ରନ୍ର ବଡ଼ ବିଜୟଲକ୍ଷ୍ୟକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍ ହାସଲ କରିଥିଲା । ତେଣୁ ବିଶାଖାପାଟଣାରେ ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ କ୍ରିକେଟପ୍ରେମୀ ।
ଅଧିକ ପଢ଼ନ୍ତୁ : ରାଞ୍ଚି ପରେ ରାୟପୁର..କିଙ୍ଗ୍ କୋହଲିଙ୍କ ବ୍ୟାକ୍ ଟୁ ବ୍ୟାକ୍ ଶତକ
ସେପଟେ ସିରିଜ୍ରେ ଭଲ ଫର୍ମରେ ରହିଛନ୍ତି କିଙ୍ଗ କୋହଲି । ବ୍ୟାକ୍ ଟୁ ବ୍ୟାକ୍ ଶତକ ହାସଲ କରି ପ୍ରଶଂସା ସାଉଁଟିଛନ୍ତି କୋହଲି । ଟିମ୍ର ବ୍ୟାଟିଂ ଅର୍ଡର ଠିକ୍ ଥିବା ବେଳେ ବୋଲିଂ ଦୁର୍ବଳ ଥିବା ଦେଖିବାକୁ ମିଳିଛି । ଦିନିକିଆ ପରେ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ୍ । ବାରବାଟୀ ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଖେଳାଳି। ଦକ୍ଷିଣ ଆଫ୍ରିକା ଦଳର ୫ ଜଣ ଖେଳାଳି ଆସିଛନ୍ତି । ବିମାନ ବନ୍ଦରରୁ ସିଧା ଯାଇଥିଲେ ହୋଟେଲ ମେ’ ଫେୟାର । ଡେଭିଡ୍ ମିଲର, ଫରେଇରା, ହେଣ୍ଡ୍ରିକସ୍, ଜର୍ଜ ଫ୍ରେଡରିକ, କ୍ୱେନା ମାଫାଖା ଆସିଛନ୍ତି । ଆଜି କିଛି ଭାରତୀୟ ଖେଳାଳି ଆସିବାର ସୂଚନା ରହିଛି । ଦକ୍ଷିଣ ଆଫ୍ରିକାର ୫ ଖେଳାଳି ପହଞ୍ଚିବା ପରେ ଓସିଏ ଅଧିକାରୀ ସେମାନଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ ।
ବାରବାଟୀ ଟି-୨୦ ମ୍ୟାଚ ପାଇଁ ଟିକେଟ୍ ଶେଷ । ଗତକାଲି ଷ୍ଟାଡିୟମ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହୋଇଥିଲା । ଟିକେଟ୍ ଯେତିକି ତାର ଢେର୍ ଅଧିକା ଲୋକ ଆସି ପୂର୍ବଦିନରୁ ଷ୍ଟାଡିୟମ୍ ଆଗରେ ଭିଡ଼ ଜମାଇଥିଲେ । ଫଳରେ ଶୀଘ୍ର ଟିକେଟ୍ ସରିଯାଇଥିଲା । କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । ବାରବାଟୀ ଟିକେଟ୍ ବ୍ଲାକରେ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/06/india-vs-south-africa-2025-12-06-08-44-26.jpg)