କନକ ବ୍ୟୁରୋ : ରାଞ୍ଚି ପରେ ରାୟପୁରରେ ଗର୍ଜିଲା କିଙ୍ଗ୍ କୋହଲିଙ୍କ ବ୍ୟାଟ୍ । ରାୟପୁରରେ କୋହଲିଙ୍କ ଦମଦାର ଶତକ । ମାତ୍ର ୯୦ ବଲ୍ରେ ଶତକ ହାସଲ କରିଛନ୍ତି କୋହଲି । ଦିନିକିଆ କ୍ୟାରିୟର୍ର ୫୩ ତମ ଶତକ ଅର୍ଜନ କରିଛନ୍ତି ବିରାଟ । ତାଙ୍କର ଏହି ଶତକୀୟ ଇନିଂସରେ ୭ଟି ଚୌକା ଓ ୨ଟି ଛକା ରହିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବି ଶତକ ହାସଲ କରିଥିଲେ କୋହଲି । ଏହି ସିରିଜ୍ରେ ତାଙ୍କର ଏହା ଦ୍ୱିତୀୟ ଶତକ ।
ଅଧିକ ପଢ଼ନ୍ତୁ : ଧୋନିଙ୍କ ଘରେ କୋହଲିଙ୍କ ଦମଦାର ଶତକ
କିଙ୍ଗ କୋହଲିଙ୍କ ଅବସର ନେଇ ଚର୍ଚ୍ଚା ବେଶ ଜୋର ଧରିଥିବା ବେଳେ ତାଙ୍କର ଫର୍ମ ସମାଲୋଚକଙ୍କ ମୁହଁକୁ ବନ୍ଦ କରିଦେଇଛି । କୋହଲି ସମ୍ପୂର୍ଣ୍ଣ ଫିଟ୍ ଥିବା ଫିଲ୍ଡରେ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ନିଜ କ୍ରିକେଟିଂ କ୍ୟାରିୟରର ୫୨ ତମ ଶତକ ହାସଲ କରିଥିଲେ । ୧୦୨ ବଲ୍ରେ ୭ଟି ଚୌକା ଓ ୫ଟି ଛକା ବଳରେ ଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/03/virat-kohli-2025-12-03-16-53-16.jpg)