ପଶ୍ଚିମବଙ୍ଗ ସରକାରକୁ ସୁରେଶଙ୍କ ନାଲିଆଖି : କହିଲେ, ଖୁଣ୍ଟ ପୋତିଲେ ଲୋକେ ଉପାଡ଼ି ଦେବେ

ରାଜ୍ୟର ସୀମା ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ଅଛି। ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନ କରିଛି

Suresh Pujari Reaction On West Bengal

Suresh Pujari Reaction On West Bengal Photograph: (kanak News)

କନକ ବ୍ୟୁରୋ: ଦିଦିଙ୍କ ଚାଲିକିର ପର୍ଦ୍ଦାଫାଶ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କେମିତି ଦିଦି ନାଲିଆଖି ଦେଖାଇ ବାରମ୍ବାର ଓଡ଼ିଶାକୁ ହଇରାଣ କରୁଛନ୍ତି ସେନେଇ ଭାଣ୍ଡାଫୋଡ୍‌ କରିବା ସହିତ ମନ୍ତ୍ରୀ ଦେଖାଇଛନ୍ତି ନାଲିଆଖି । ଏମିତିକି ପଶ୍ଚିମବଙ୍ଗ ସରକାରଙ୍କୁ ଅସଭ୍ୟ ବୋଲି କହିବାକୁ ସେ ପଛାଇ ନାହାନ୍ତି ।

ସୁରେଶଙ୍କ ଟାର୍ଗେଟ୍‌ରେ ମମତା ସରକାର
କହିଲେ, ଅସଭ୍ୟ ସରକାର ପଶ୍ଚିମବଙ୍ଗରେ
ଆଳୁ ସମସ୍ୟା ସୃଷ୍ଟି କରୁଛନ୍ତି, ଅନୁପ୍ରବେଶ କରାଉଛନ୍ତି
ଦରକାର ପଡ଼ିଲେ
ପଶ୍ଚିମବଙ୍ଗକୁ ପାଠ ପଢାଇବ ଓଡ଼ିଶା

ବର୍ଷବର୍ଷ ଧରି ଓଡ଼ିଶାକୁ ଆଳୁ ବନ୍ଦ କରି ସମସ୍ୟା ସୃଷ୍ଟି କରୁଛି ପଡ଼ୋଶୀ । ଖାସ କରି ଦିଦିଙ୍କ ମନମାନି ଶାସନକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଛି । ବାରମ୍ବାର ଓଡ଼ିଶା ସରକାରଙ୍କ ପରାମର୍ଶ ପରେ ବି ଦିଦି ମନମାନି ବନ୍ଦ କରୁନାହାନ୍ତି । କେତେବେଳେ ଓଡ଼ିଶାକୁ ଆଳୁ ବନ୍ଦ କରିଦେଉଛନ୍ତି ତ ଆଉ କେତେବେଳେ ପଡୋଶୀରୁ ବେଆଇନ ବାଲି ଉଠାଉଛି । ପୁଣି କେତେବେଳେ ଓଡ଼ିଶାରେ ବାର୍ଡ ଫ୍ଲୁ ହେଉଥିବା କାରଣରୁ ଆନ୍ଧ୍ର ଅଣ୍ଡା ଓ କୁକୁଡ଼ା ଗାଡ଼ିକୁ ବଙ୍ଗରେ ପୂରାଉନି । ଗୋଟିଏ ପରେ ଗୋଟିଏ କାମ କରି ବିବାଦ ଘେରକୁ ଆସୁଛନ୍ତି ଦିଦି । ହେଲେ ଏବେ ଦିଦିଙ୍କ ରାଜସ୍ବ ମନ୍ତ୍ରୀ ବେଆଇନ ପ୍ରବେଶ କରିବା ପରେ ଚର୍ଚ୍ଚା ଜୋର ଧରିଛି । 
ଓଡ଼ିଶାରେ ଅନୁପ୍ରବେଶ କରିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀ ନାଲି ଆଖି ଦେଖାଇଛନ୍ତି । ସୀମାରେ ଅନୁପ୍ରବେଶ କରିଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠପଢାଇ ରାସ୍ତା ଦେଖାଇବ ଓଡ଼ିଶା । 

ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀ ଅନୁପ୍ରବେଶ କରିଛନ୍ତି । ଏହା ଜାଣିବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟର ସୀମା ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ଅଛି। ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି । ଛତିଶଗଡ଼ ଏବଂ ଝାରଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ଓଡିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ । ଆଲୋଚନା ମାଧ୍ୟମରେ ସୀମା ଚିହ୍ନଟ ହେବାର କଥା । ଏହା ଆରମ୍ଭ ବି ହେଲାଣି । ବିନା ବିବାଦରେ ଆମେ ସବୁ କରିବୁ । ସେମାନେ ମନଇଚ୍ଛା ଖୁଣ୍ଟ ପୋତିଲେ ଲୋକେ ଉପାଡ଼ି ଦେବେ । 

ଦେଶରେ ପ୍ରତି ମୁହୂର୍ତ୍ତରେ ସେମାନେ ବିଶୃଙ୍ଖଳା କରୁଛନ୍ତି । ଏହାକୁ ଗ୍ରହଣ କରାଯିବ ନାହିଁ ବରଂ ସେମାନଙ୍କୁ ପାଠ ପଢାଯିବର ସମୟ ଆସିଛି ବୋଲି ମନ୍ତ୍ରୀ କହିଛନ୍ତି । ମୋଟ୍‌ ଉପରେ ଦିଦିଙ୍କ ବିଶୃଙ୍ଖଳା ଆଉ ଓଡ଼ିଶା ବରଦାସ୍ତ କରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

(ଭୁବନେଶ୍ବରରୁ ନବକିଶୋର ସାହୁଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe