କନକ ବ୍ୟୁରୋ : ଆଶାୟୀଙ୍କୁ ମିଳୁନି ଚାକିରି, ହେଲେ ବୟସ୍କଙ୍କ ଅବସରସୀମା ବଢୁଛି । ଶକ୍ତି ବିଭାଗର ଏକ ବିଜ୍ଞପ୍ତିକୁ ନେଇ ପାୱାର କରିଡରରେ ଜୋର ଧରିଛି ଚର୍ଚ୍ଚା । କାହା ସ୍ୱାର୍ଥକୁ ସୁରକ୍ଷା ଦେବାକୁ ଯାଇ ଶକ୍ତି ବିଭାଗ ବୟସସୀମା ୬୩ରୁ ୬୫କୁ ବୃଦ୍ଧି କଲେ, ତାକୁ ନେଇ ଉଠିଛି ପ୍ରଶ୍ନ ।
ଶକ୍ତିବିଭାଗ ଅଧୀନରେ ଥିବା ଓପିଟିସିଏଲ, ଓଏଚପିସି, ଓପିଜିସି ଭଳି ସରକାରୀ ଉଦ୍ୟୋଗରେ ନିର୍ଦ୍ଦେଶକଙ୍କ ଅବସର ବୟସମୀମା ବଢ଼ିଛି । ପୂର୍ବରୁ ୬୩ ଥିଲା । ଏବେ ଏହାକୁ ୬୫ ବର୍ଷ ବୟସକୁ ବୃଦ୍ଧି କରାଯାଇଛି । ଆଉ କୁହାଯାଇଛିସର୍ବାଧିକ କାର୍ଯ୍ୟକାଳ ୫ ବର୍ଷ ରହିବ । ଏହି ଚିଠି ଲୋକସେବା ଭବନରେ ଚର୍ଚ୍ଚାର ବିଷୟ ହୋଇଛି । ଓଡିଶାରେ ଲକ୍ଷ ଲକ୍ଷ ବେକାରୀ । ଯୁବବର୍ଗ ଚାକିରୀ ପାଇଁ ଅପେକ୍ଷା କରିଛନ୍ତି । ସରକାର ନିଯୁକ୍ତି ଉପରେ ଜୋର ଦେଉଛନ୍ତି । ଏମିତି ସମୟରେ ଆଶାୟୀଙ୍କ ବିରୋଧରେ ଏମିତି ଷଡ୍ଯନ୍ତ୍ର କଲା କିଏ ?
ଅଧିକ ପଢ଼ନ୍ତୁ : ଆଜିଠୁ ମିଶନ୍ ଅଲିଭ ରିଡ୍ଲେ; ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଅସ୍ତରଙ୍ଗରେ ଲାଗିଲା କଟକଣା
ଶକ୍ତି ବିଭାଗର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀକ୍ଷକ । କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ପାଇଁ ଏଭଳି ଗଳାବାଟ କରିଛି ଶକ୍ତି ବିଭାଗ । ପ୍ରଶ୍ନ ଉଠୁଛି, କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଶକ୍ତି ବିଭାଗ ? ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀ ଏକଥା ଜାଣନ୍ତି କି ? କାର୍ଯ୍ୟକାଳ ବୃଦ୍ଧି ପଛରେ କ’ଣ ରହିଛି କାରଣ ? ଶକ୍ତି ବିଭାଗରେ ନାହାନ୍ତି କି ଦକ୍ଷ ଅଫିସର ? ବୟସ୍କ ଅଫିସରଙ୍କ ଉପରେ ଭରସା କାହିଁକି ?
ଶକ୍ତି ବିଭାଗରେ ଚର୍ଚ୍ଚା ହେଉଛି ଜଣେ ଅଣ ଓଡିଆ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ଓପିଟିସିଏଲରୁ ପ୍ରସ୍ତାବ ଆସିଥିଲା । ଆଉ ବଡ଼ବଡ଼ିଆ ବାବୁ ଏମିତି ରାସ୍ତା କାଢ଼ିଛନ୍ତି । ଯଦି ଶକ୍ତି ବିଭାଗ ପାଇଁ ସବୁ ମାଫ୍, ତେବେ କାଲି ଅନ୍ୟବିଭାଗ ବି ଏହି ରାସ୍ତାରେ ଯିବେନି କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/retirement-age-2025-11-01-21-28-09.jpg)