କନକ ବ୍ୟୁରୋ : ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ୭ ମାସ ଧରି ଦେବୀନଦୀ, ଋଷିକୁଲ୍ୟା, ଗହିରମଥା ଓ ଧାମରା ମୁହାଣରେ ଏଭଳି ପ୍ରତିବନ୍ଧକ ଲାଗାଇଛନ୍ତି ସରକାର । ହେଲେ ୭ ମାସ କଟକଣାକୁ ନେଇ ଚିନ୍ତାରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ।

Advertisment

ନଭେମ୍ବର ୧ ରୁ ମେ’ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ମାଛ ଧରିବା ଉପରେ କଟକଣା ଜାରି କରିଛନ୍ତି ସରକାର । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଯା’ଆସ କରିପାରିବ ନାହିଁ । କାରଣ ଏହି ସମୟ ପ୍ରଜନନ ପାଇଁ ସମୁଦ୍ରରୁ କୂଳକୁ ଆସିଥାନ୍ତି ଅଲିଭ ରିଡଲେ କଇଁଛ । ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏଭଳି ପ୍ରତିବନ୍ଧକ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପାରାଦୀପ ମତ୍ସ୍ୟଜୀବୀ । ଅନ୍ୟ ରାଜ୍ୟରେ କଟକଣା ସମୟରେ ମତ୍ସ୍ୟଜୀବୀ ଓ ବୋଟ୍‌ ମାଲିକଙ୍କୁ ପ୍ରୋତ୍ସାହନ ରାଶି ମିଳୁଛି । ହେଲେ ଆମ ରାଜ୍ୟରେ କାହିଁକି ସେ ସୁବିଧା ମିଳୁନି ବୋଲି ମତ୍ସ୍ୟଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ଅନିଶ୍ଚିତତାରେ ଝୁଲାପୋଲ ଭବିଷ୍ୟତ; ଯାଞ୍ଚ ପରେ ବି ମାସମାସ ଧରି ମିଳୁନି ରିପୋର୍ଟ

ଅସ୍ତରଙ୍ଗ ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଏହା ପରେ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ । ରାଜ୍ୟ ସରକାର ସହାୟତା ନାଁରେ ମତ୍ସ୍ୟଜୀବୀ ପରିବାରକୁ ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଯାହା ଯଥେଷ୍ଟ ନୁହେଁ । ଏହି ଅନୁକମ୍ପା ରାଶି ଆହୁରି ବଢାଇବାକୁ ଦାବି ହୋଇଛି ।

ମତ୍ସ୍ୟ ଶିଳ୍ପରୁ ସରକାର ଅଧିକ ରାଜସ୍ୱ ପାଉଥିବା ବେଳେ ଏହି ବ୍ୟବସାୟ ଉପରେ ନିର୍ଭର କରି ଚଳୁଥିବା ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ନେଇ ଚିନ୍ତାଶୀଳ ହେବା ଜରୁରୀ ହୋଇପଡ଼ିଛି ।