କନକ ବ୍ୟୁରୋ: ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲା । ୧୮ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ । ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା ବୁର୍ଲା ପୋଲିସ । ୧୩ ଲକ୍ଷ ଟଙ୍କା ଜବତ। ଚିପିଲିମା ଚାରପାଲି ଭାଗ୍ୟଶ୍ରୀ ମହାନନ୍ଦଙ୍କଠାରୁ ଟଙ୍କା ଜବତ । ଧରପଗଡ ଚାଲିଥିବାରୁ ଆଗକୁ ଆହିରୁ ଗିରଫଦାରି ସଂଖ୍ୟା ବଢ଼ିପାରେ । କନକ ନ୍ୟୁଜରେ ସଫେଇ କର୍ମଚାରି ଚାକିରେ ନାଁରେ ଠକେଇ ଖବର ପ୍ରଥମେ ପ୍ରସାରିତ ହୋଇଥିଲା । ଚାକିରୀ ନାଁରେ ସମ୍ବଲପୁର, ବରଗଡ, ସୋନପୁର, ଓ ବଲାଙ୍ଗିରରେ ଗରିବ ମହିଳାଙ୍କୁ ଠକୁଥିଲା ଠକ ସଂସ୍ଥା । ମହିଳାଙ୍କଠାରୁ ୧୨ ହଜାର ଟଙ୍କା ଲେଖାଁଏ ନେଇ ଦିଆଯାଉଥିଲା ମିଛ ଚାକିରୀ ।
କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ସମ୍ବଲପୁର ପ୍ରସାସନ। ବୁର୍ଲା ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ରାହୁଲ ଓରଫ ସମ୍ରାଟ ରାୟ ଓ ପଦ୍ମା ତାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କ ଠାରୁ ୬୨ଲକ୍ଷ ଟଙ୍କା ଜବତ ହୋଇଥିଲା । ବରଗଡ ପୁଲିସ ଆକ୍ସନକୁ ଆସିଥିଲା । ବରଗଡରୁ ଗିରଫ ହୋଇଥିଲେ ପଦ୍ମା ତାଣ୍ଡିଙ୍କ ସ୍ବାମୀ, ଭଉଣୀ ଓ ଭାଇ । ଏହାସହ ଭଟଲି ପୁଲିସ ଓ ବରଗଡ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏପଟେ ଠକସଂସ୍ଥାରେ ସୁପରଭାଇଜର ଭାବେ କାମ କରୁଥିବା ଚିପିଲିମାର ସ୍ବର୍ଣ୍ଣପ୍ରଭା ପାଢୀ ମାନସିକ ଚାପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲା: ଲୋକଙ୍କଠୁ ଟଙ୍କା ନେଇ ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ
ସୂଚନାମୁତାବକ, କିଛିଦିନ ପୂର୍ବରୁ ସମ୍ୱଲପୁରରେ ଚାକିରି ନାଁରେ ଠକେଇ ମାମଲା ସାମ୍ନାକୁ ଆସିଥିଲା । ଠକେଇର ମାଷ୍ଟରମାଇଣ୍ଡ ଆରମ୍ୟାକ୍ସ ପ୍ରାଇଭେଟ ଲିମିଟେଡର ଦୁଇ ମୁଖିଆଙ୍କୁ ଗିରଫ ପରେ ତାଙ୍କ ଏଜେଣ୍ଟଙ୍କୁ ବାନ୍ଧିଥିଲା ପୁଲିସ । ସମ୍ୱଲପୁର ପରେ ବରଗଡ଼ରେ ବି ପୁଲିସର ଧରପଗଡ଼ ଚାଲିଥିଲା । ସମ୍ବଲପୁରରୁ ବରଗଡ଼ ଚାକିରି କେଳେଙ୍କାରୀରେ ସମ୍ପୃକ୍ତ ଦଲାଲଙ୍କୁ ଖୋଜୁଥିଲା ପୁଲିସ୍ । ବରଗଡ଼ ପୁଲିସ ଠକ କମ୍ପାନିର ଦଲାଲ ତଥା ସୁପରଭାଇଜରଙ୍କୁ ଖୋଜି ଖୋଜି ବାନ୍ଧିଥିଲା । ଯେଉଁମାନେ ସାଧାରଣ ଗରିବ ମହିଳାଙ୍କଠାରୁ ଝାଡ଼ୁଦାର ଚାକିରି ନାଁରେ ଟଙ୍କା ଆଦାୟ କରୁଥିଲେ ସେମାନେ କେତେ ମହିଳାଙ୍କ ଠାରୁ କେତେ ଟଙ୍କା ଲୁଟିଛନ୍ତି ଖୋଳତାଡ଼ ଚାଲିଥିଲା । ଭଟଲି ଥାନା ପୁଲିସ ୨ ସୁପରଭାଇଜର ଓ ଭେଡେନ ଥାନା ପୁଲିସ ୩ ଜଣ ସୁପରଭାଇଜରଙ୍କୁ ଗିରଫ କରିଥିଲା । ଅନ୍ୟପଟେ ଠକେଇର ଶିକାର ହୋଇଥିବା ଲୋକେ ଭେଡେନ ଥାନାକୁ ଆସି ଅଭିଯୋଗ କରିବା ସହ ଟଙ୍କା ଫେରାଇବାକୁ ଦାବି କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/30/job-scams-2025-10-30-08-10-33.jpg)