କନକ ବ୍ୟୁରୋ : ମା’ କ୍ଷୀରରେ ବିଷାକ୍ତ ୟୁରାନିୟମ୍ । ଗବେଷଣାରୁ ମିଳିଲା ସାଂଘତିକ ତଥ୍ୟ। ବିହାରରେ ଏକାଧିକ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ବିହାରର ଛଅଟି ଜିଲ୍ଲାରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ କ୍ଷୀରରେ ୟୁରାନିୟମ୍(ୟୁ-୨୩୮) ଭୟଙ୍କର ମାତ୍ରା ମିଳିଛି। ଯାହା ଶିଶୁମାନଙ୍କ ପାଇଁ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ବିଭିନ୍ନ ସଂସ୍ଥାର ଗବେଷଣାରୁ ମା’ ଦୁଧ ମାଧ୍ୟମରେ ଇଉରେନିୟମ୍ ସଂସ୍ପର୍ଶ ଶିଶୁମାନଙ୍କୁ କର୍କଟ ବ୍ୟତୀତ ଅନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ପକାଇପାରେ। ଯେହେତୁ ନବଜାତ ଶିଶୁ ପ୍ରଥମ ୬ କେବଳ ମା’ର କ୍ଷୀର ଉପରେ ନିର୍ଭର କରିଥାନ୍ତି। ବିହାରର ଭୋଜପୁର, ସମସ୍ତୀପୁର, ବେଗୁସରାଇ, ଖଗଡ଼ିଆ, କଟିହାର ଓ ନାଲନ୍ଦା ଜିଲ୍ଲାରେ ମା’ କ୍ଷୀରରୁ ୟୁରାନିୟମ୍ ମିଳିଛି। ଗବେଷକମାନେ ୧୭ରୁ ୩୫ ବର୍ଷ ବୟସର ୪୦ ଜଣ ମା’ଙ୍କ କ୍ଷୀର ନମୁନା ପରୀକ୍ଷା କରିବା ପରେ ଏହା ଜଣାପଡିଛି। ବିଶ୍ଲେଷଣ କରିଛନ୍ତି। ଏହି ଅଧ୍ୟୟନ ମହାବୀର କ୍ୟାନ୍ସର ସଂସ୍ଥାନ ଓ ଗବେଷଣା କେନ୍ଦ୍ର (ପାଟନା), ଲଭଲୀ ପ୍ରଫେସନାଲ ୟୁନିଭର୍ସିଟି, ନିପେର-ହାଜିପୁର ଓ ଅନ୍ୟାନ୍ୟ ସହଯୋଗୀ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଇଥିଲା ।
ବାରିପଦା ଟସର ଗାଁର ଯୁବଚାଷୀ ମନୋରଞ୍ଜନ, ବାଇଗଣ ଚାଷରୁ ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଅଧ୍ୟୟନରେ ୧୦୦% ମା’ଙ୍କ ଦୁଧରେ ଅଧିକ ମାତ୍ରାରେ ୟୁରାନିୟମ୍(ୟୁ-୨୩୮) ଥିବା ଜଣାପଡିଛି। କିନ୍ତୁ ପ୍ରତି କ୍ଷୀର ନମୁନାରେ ପରିମାଣ ଭିନ୍ନ ଥିଲା ମଧ୍ୟ। ପ୍ରତି ଲିଟର ମା’ କ୍ଷୀରେ ୫.୨୫ ଗ୍ରାମ୍ ପର୍ୟ୍ୟନ୍ତ ୟୁରାନିୟମ୍ ରହିଛି। ମା’ ଦୁଧରେ ୟୁରାନିୟମର ଅନୁମୋଦିତ ସୀମା କୌଣସି ଆନ୍ତର୍ଜାତିକ ସଂସ୍ଥା ନିର୍ଦ୍ଧାରଣ କରିନାହାନ୍ତି, କିନ୍ତୁ ଶିଶୁ ଖାଦ୍ୟରେ ଯେକୌଣସି ରେଡିଓଆକ୍ଟିଭ୍ ଧାତବର ଉପସ୍ଥିତି ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଛି ।
ମା’ କ୍ଷୀରରେ ବିଷାକ୍ତ ୟୁରାନିୟମ୍
- ଗବେଷଣାରୁ ମିଳିଲା ସାଂଘତିକ ତଥ୍ୟ
- ବିହାରରେ ୬ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ
- ଏହି ଜିଲ୍ଲାଗୁଡିକ ହେଉଛି ଭୋଜପୁର, ସମସ୍ତୀପୁର, ବେଗୁସରାଇ, ଖଗଡ଼ିଆ, କଟିହାର, ନାଲନ୍ଦା
- ସ୍ତନ୍ୟପାନ କରାଉଥିବା ମା’ମାନଙ୍କ କ୍ଷୀରରେ ୟୁରାନିୟମ୍(ୟୁ-୨୩୮) ଭୟଙ୍କର ମାତ୍ରା ମିଳିଛି
- ଯାହା ଶିଶୁମାନଙ୍କ ପାଇଁ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି
- ୟୁରାନିୟମ୍ ସଂସ୍ପର୍ଶ ଯୋଗୁ ଶିଶୁମାନଙ୍କ ଠାରେ କର୍କଟ ସହ ଅନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ
- ନବଜାତ ଶିଶୁ ପ୍ରଥମ ୬ କେବଳ ମା’ର କ୍ଷୀର ଉପରେ ନିର୍ଭର କରିଥାନ୍ତି
- ୧୭ରୁ ୩୫ ବର୍ଷ ବୟସର ୪୦ ଜଣ ମା’ଙ୍କ କ୍ଷୀର ନମୁନା ପରୀକ୍ଷା ପରେ ଜଣାପଡିଛି
- ଏହି ଅଧ୍ୟୟନରେ ୧୦୦% ମା’ଙ୍କ କ୍ଷୀରରେ ଅଧିକ ମାତ୍ରାରେ ୟୁରାନିୟମ୍ ଥିବା ସ୍ପଷ୍ଟ ହୋଇଛି
- କିନ୍ତୁ ପ୍ରତି କ୍ଷୀର ନମୁନାରେ ୟୁରାନିୟମ୍ ପରିମାଣ ଭିନ୍ନ ରହିଛି
- ପ୍ରତି ଲିଟର ମା’ କ୍ଷୀରେ ୫.୨୫ ଗ୍ରାମ୍ ପର୍ୟ୍ୟନ୍ତ ୟୁରାନିୟମ୍ ରହିଛି
- ମହାବୀର କ୍ୟାନ୍ସର ସଂସ୍ଥାନ ଓ ଗବେଷଣା କେନ୍ଦ୍ର (ପାଟନା) ସହ ଏକାଧିକ ଗବେଷଣା ସଂସ୍ଥା ରିପୋର୍ଟ ପ୍ରକାଶ କରିଛନ୍ତି
- ମା’ କ୍ଷୀରରେ ୟୁରାନିୟମର ଅନୁମୋଦିତ ସୀମା କୌଣସି ଆନ୍ତର୍ଜାତିକ ସଂସ୍ଥା ନିର୍ଦ୍ଧାରଣ କରିନାହାନ୍ତି
- କିନ୍ତୁ ଶିଶୁ ଖାଦ୍ୟରେ ଯେକୌଣସି ରେଡିଓଆକ୍ଟିଭ୍ ଧାତବର ଉପସ୍ଥିତି ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଛି
Follow Us