କନକ ବ୍ୟୁରୋ: ଶବ୍ଦଠାରୁ ଅଧିକ ସ୍ପିଡ୍ରେ ବିମାନ ଉଡ଼ାଇଲା ଆମେରିକା । ଏମିତି ଏକ ଉପଲବ୍ଧି ହାସଲ କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । କାରଣ କେହି କେବେ ଚିନ୍ତା ବି କରିନଥିବେ ଏକ ବିମାନ ଶବ୍ଦର ବେଗ ଭଳି ଗତି କରିପାରେ । ଆମେରିକା X-59 ସୁପରସୋନିକ୍ ବିମାନର ପ୍ରଥମ ସଫଳ ଉଡ଼ାଣ କରି ସମଗ୍ର ବିଶ୍ୱକୁ ଚମକାଇ ଦେଇଛି । କାରଣ ଏହାକୁ ଏବେ ଭବିଷ୍ୟତର ବିମାନ ଯାତ୍ରାର ଧାରଣା ବୋଲି କୁହାଯାଉଛି । ଆମେରିକୀୟ ମହାକାଶ ଏଜେନ୍ସି ନାସା ଏବଂ ଲକହିଡ୍ ମାର୍ଟିନ୍ ସୋମବାର ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିବା ଉଦ୍ଦେଶ୍ୟର ଏକ ଉଡ଼ାଣ ପରୀକ୍ଷଣ କରିଛନ୍ତି । ସୁପରସୋନିକ୍ ବିମାନ X-59 ତାର ପ୍ରଥମ ସଫଳ ଉଡ଼ାଣ ଭରିଛି । ସବୁଠାରୁ ବଡ଼ କଥା ହେଉଛି, ଏତେ ଅଧିକ ବେଗରେ ଉଡ଼ାଣ ଭରୁଥିଲେ ସୁଦ୍ଧା ଏହା ଅଧିକ ଶବ୍ଦ କରେ ନାହିଁ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ବିମାନ ଶବ୍ଦର ଗତିଠାରୁ ଅଧିକ ବେଗରେ ଉଡ଼ିପାରୁଛି ।
ଆମେରିକାର X-59 ସୁପରସୋନିକ୍ ବିମାନ କାଲିଫର୍ଣ୍ଣିଆର ମରୁଭୂମି ଅଞ୍ଚଳରେ ପ୍ରଥମ ଉଡ଼ାଣ ଭରିଛି । ଏହା ଆକାଶକୁ ଚିରି ଉଡ଼ୁଥିବାର ଦେଖାଯାଇଥିଲା । ନାସାର ମୁଖ୍ୟ ପରୀକ୍ଷଣ ପାଇଲଟ୍ ନୀଲ୍ସ ଲାର୍ସନ୍ ମଙ୍ଗଳବାର ସକାଳ ୮.୧୪ ମିନିଟ୍ରେ ଲକହିଡ୍ ମାର୍ଟିନଙ୍କ ୱାର୍କସ୍ ଫାସିଲିଟିରୁ ଉଡ଼ାଣ ଆରମ୍ଭ କରିଥିଲେ । ପରେ ସଫଳତାର ସହ ଏଡୱାର୍ଡ୍ସର ନାସା ଆର୍ମଷ୍ଟ୍ରଙ୍ଗ ଫ୍ଲାଇଟ୍ ରିସର୍ଚ୍ଚ ସେଣ୍ଟରରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ । ଏହାପରେ ପୂରା କ୍ୟାମ୍ପରେ ବୈଜ୍ଞାନିକମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାୟ ୩୦ ମିନିଟ୍ ଧରି ଉଡ଼ାଣ ଭରିଥିଲେ ସୁଦ୍ଧା ବିମାନର ସମସ୍ତ ସିଷ୍ଟମ୍ ସ୍ୱାଭାବିକ ରହିଥିବା ଜଣାପଡିଥିଲା ।
ଏହା ବି ପଢ଼ନ୍ତୁ: America : ଆମେରିକାର ଅନେକ ରୂପ : କହେ ଗୋଟେ, କରେ ଆଉ ଗୋଟାଏ
ସୁପରସୋନିକ ପ୍ଲେନ୍ X-59କୁ କ୍ୱାଇଟ୍ ସୁପରସୋନିକ୍ ଟେକ୍ନୋଲୋଜି (QueSST) ପ୍ରୋଜେକ୍ଟରେ ବିକଶିତ କରାଯାଇଛି । ଏହା ଏକ ଫ୍ୟୁଚର ପ୍ରୋଟୋଟାଇପ୍ ବିମାନ । ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସୋନିକ୍ ବୁମ୍ ହ୍ରାସ କରିବା ବା ଶବ୍ଦ କମାଇବା, ଯାହା ପାରମ୍ପରିକ ସୁପରସୋନିକ୍ ବିମାନରେ 110-140 ଡେସିବେଲ୍ ଶବ୍ଦ ଉତ୍ପନ୍ନ କରେ । ଏହା ବଜ୍ରପାତ ପରି ବଡ଼ ବିସ୍ଫୋରଣ ଭଳି ଶବ୍ଦ କରିଥାଏ । କିନ୍ତୁ X-59ର ବିଶେଷତ୍ୱ ହେଉଛି ଏହା ପବନ ପ୍ରବାହକୁ ଏହାର ନୋଜ୍ରୁ ଆରମ୍ଭ କରି ଡେଣା ଉପରକୁ ବିସ୍ତାର କରିଦିଏ, ଯାହା ବୁମକୁ ବା ଶବ୍ଦକୁ ଉପରକୁ ଠେଲି ଦିଏ । ଫଳସ୍ୱରୂପ କେବଳ ୬୦-୮୦ ଡେସିବେଲ୍ର ଶବ୍ଦ ଉତ୍ପନ୍ନ କରେ, ଯାହା କାରର ଡୋର୍ ବନ୍ଦ ହେବ ଭଳି ଶୁଣାଯାଏ ।
ଏହି ସିଙ୍ଗଲ୍-ସିଟର୍ ବିମାନ ଘଣ୍ଟା ପ୍ରତି ପ୍ରାୟ ୯୩୭ ମାଇଲ୍ ଅର୍ଥାତ୍ ପ୍ରତି ଘଣ୍ଟାରେ ୧୫୦୮ କିମି ବେଗରେ ଗତି କରିପାରେ । କିନ୍ତୁ ପ୍ରଥମ ଉଡ଼ାଣରେ ଏହି ବିମାନର ଗତି 250 ନଟ୍ରେ ସୀମିତ ରହିଥିଲା । ଏହି ବମାନର ଲମ୍ବ ୯୯ ଫୁଟ୍ ଥିବା ବେଳେ ଡେଣାର ଲମ୍ବ ୨୯ ଫୁଟ୍ ରହିଛି । ଏଥିରେ GE F414 ଇଞ୍ଜିନ୍ ସହିତ ଏହି ବିମାନ ୨୦୧୮ରୁ ବିକଶିତ ହେଉଛି, ଯେଉଁଥିରେ ନାସା ୫୦୦ ମିଲିୟନ୍ ଡଲାରରୁ ଅଧିକ ନିବେଶ କରିଛି । ଏହାକୁ ନେଇ ଆମେରିକାର ପରିବହନ ସଚିବ କହିଛନ୍ତି, "ଏହି ପ୍ରକଳ୍ପ ଆମେରିକାର ବିମାନ ଚଳାଚଳ କ୍ଷେତ୍ରକୁ ଆହୁରି ମଜଭୁତ କରିବ ଏବଂ ଜନସାଧାରଣଙ୍କ ବିମାନ ଯାତ୍ରା ଧାରଣାକୁ ବଦଳାଇବ ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg ) 
                                
                             Follow Us
 Follow Us/kanak/media/media_files/2025/10/31/supersonic-flight_soubhagya-pkg-2025-10-31-09-29-05.jpg)