କନକ ବ୍ୟୁରୋ: ଓଲିଉଡ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ । ଏବେ ସେ ଭେଣ୍ଟିଲେଟରରେ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ ୭୨ ଘଣ୍ଟା ଯାଏ ଅବଜରଭେସନରେ ରଖାଯାଇଛି। ତାଙ୍କର ଲିଭର୍ ଖରାପ ଥିବାବେଳେ କିଡ୍ନି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢନ୍ତୁ : ଓଲିଉଡକୁ ଲାଗିଛି କାହା ନଜର ? ଅଭିଜିତଙ୍କ ପରେ ହସ୍ପିଟାଲରେ ହ୍ୟୁମାନ ସାଗର
ପୂର୍ବରୁ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଲିଭର୍ ଓ କିଡ୍ନି ସହିତ ହ୍ୟୁମାନ୍ଙ୍କ ବହୁ ଅଙ୍ଗ ପ୍ରଭାବିତ ହୋଇଛି । ସେ ଶ୍ବାସକ୍ରିୟାଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି । ତାଲେଙ୍କୁ ଭେଣ୍ଟିଟର୍ ସହାୟତାରେ ରଖାଯାଇଛି। ଏପଟେ ହ୍ୟୁମାନ୍ ସାଗରଙ୍କ ମା’ କହିଛନ୍ତି, ତାଙ୍କ ଅଙ୍ଗ କାମ କରୁନି । ଗୋଟିଏ ପ୍ରତିଶତ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି ।
ଜଗନ୍ନାଥ ଭଜନକୁ ହ୍ୟୁମାନଙ୍କ ଅପମାନ! ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା
ଭୁବନେଶ୍ୱର ଏମସରେ ଭେଣ୍ଟିଲେଟର ଚିକିତ୍ସା ଜାରି ରହିଛି । ଫୋନ କରି ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ଚିନ୍ତା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏମ୍ସ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହ୍ୟୁମାନ ସାଗର ଓଡ଼ିଶାର ଜଣେ ଲୋକପ୍ରିୟ ପ୍ରତିଭାବାନ ସଙ୍ଗୀତଜ୍ଞ । ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଡାକ୍ତରମାନେ ସର୍ବୋତ୍ତମ ଉଦ୍ୟମ ଜାରି ରଖନ୍ତୁ । ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/16/human-sagar-2025-11-16-07-29-02.jpg)