କନକ ବ୍ୟୁରୋ : ପୁଣି ଜଣେ ଓଡ଼ିଆ କଣ୍ଠଶିଳ୍ପୀଙ୍କ ଦେହ ହେଲା ଅସୁସ୍ଥ । ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ । କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର । କିଛି ଦିନ ହେବ ଘରୋଇ ହସ୍ପିଟାଲରେ ଚିକିତ୍ସୀତ ହେଉଥିଲେ ସିଙ୍ଗର୍ । 

Advertisment
human
human Photograph: (google)

Abhijit Majumdar :ICU ରୁ ମେଡିସିନ୍‌ ୱାର୍ଡକୁ ଆସିଲେ ଅଭିଜିତ୍‌

ତେବେ ଖାଲି ହ୍ୟୁମାନ ନୁହଁ ବଲିଉଡ୍ ଭଳି ଓଲିଉଡକୁ ମଧ୍ୟ ଲାଗିଯାଇଛି କାହାର ନଜର । ଏହା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ଏମ୍ସରେ ଚିକିତ୍ସୀତ ହେଉଛନ୍ତି । ତାଙ୍କର ସ୍ନାୟୁ ଜନୀତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ ବୋଲି ସୂଚନା ମିଳିଥିଲା । ଅଭିଜିତ୍ Osmotic Demyelination Syndrome ଅର୍ଥାତ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ।  ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ହୋଇଛି । ରକ୍ତରେ ଜୀବାଣୁ ସଂକ୍ରମଣ ଓ  ପୁରୁଣା ଯକୃତ ରୋଗ ସମସ୍ୟା ଏବଂ ଭିଟାମିନ 'ଡି' ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି । ଗତ ୨୫ ସେପ୍ଟେମ୍ବରରେ ଅଭିଜିତ ମଜୁମଦାରଙ୍କୁ Medical ICU ରୁ Medicine Ward କୁ ଅଣାଯାଇଥିଲା । କିନ୍ତୁ ଆଜି ସ୍ବାସ୍ଥ୍ୟ ବିଗିଡ଼ିବାରୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଖାଲି ହ୍ୟୁମାନ ସାଗର ଏବଂ ଅଭିଜିତ ମଜୁମଦାର ନୁହେଁ କିଛି ଦିନ ପୂର୍ବରୁ ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ।