Regular sightseeing closed for 5 hours Photograph: (KanakNews)
କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାନ୍ନଧୂପ ବଢି ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନିତିକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ ।ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି । ଏଥିପାଇଁ ପ୍ରାୟ ଅପରାହ୍ନ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ସୂଚନା ଦିଆଯାଇଛି । ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପ୍ରହର ଧୁପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତା ଲାଗି ଅନୁଷ୍ଠିତ କରିବେ ।
ସେନାରେ ବଢିବ ନାରୀ ଶକ୍ତିର ଭୂମିକା: ଟେରିଟୋରିଆଲ୍ ଆର୍ମିରେ ମହିଳା କ୍ୟାଡର୍ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା
ଆସନ୍ତା ନଭେମ୍ବର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ ହେବ ଦେବଦୀପାବଳି । ମହାପ୍ରଭୁ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହ ଦୀପଦାନ କରିବେ । ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିରରେ ଦେବଦୀପାବଳିକୁ ପାଳନ କରାଯିବ । ଏହି ତିନିଦିନ ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ନିଜର ପିତୃପୁରୁଷ କଶ୍ୟପ ଓ ଅଦିତିଙ୍କ ଉଦ୍ଦେଶ୍ୟରେ, ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଏବଂ ମାର୍ଗଶିର ମାସ ଶୁକ୍ଳପକ୍ଷ ପ୍ରତିପଦା ଦିନ ଦେବକୀ-ବାସୁଦେବ, ନନ୍ଦ-ଯୋଷଦା ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରି ଶ୍ରାଦ୍ଧ ପାଳନ କରିବେ । ଏହି ତିନିଦିନ ଚତୁର୍ଦ୍ଧା ମୂରତି ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ପର୍ବକୁ ବଡ଼ ଆଡମ୍ବର ସହ ପାଳନ କରିବାକୁ ଯାଉଛି ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ । ଏହି ଅବସରରେ ପାଳନ ହେବ ଦେବଦୀପାବଳି ମହୋତ୍ସବ, ଯେଉଁଠାରେ ଦିନରେ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତା ଆୟୋଜିତ ହେବ ଏବଂ ସନ୍ଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯିବ । ଭକ୍ତଙ୍କ ପାଇଁ ଦେଉଳ ସମ୍ମୁଖରେ ଉତ୍କଳୀୟ ତଥା ଶ୍ରୀକ୍ଷେତ୍ର ପରମ୍ପରା ପ୍ରଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଜନ ପରିବେଷଣ କାର୍ଯ୍ୟକ୍ରମ କରାଯିବ ।
Follow Us