କନକ ବ୍ୟୁରୋ : ଆଜି ମାର୍ଗଶିର ମାସ କୃଷ୍ଣ ନବମୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହବ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶ୍ରୀମନ୍ଦିରର ମଧ୍ୟାନ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦିରେ ସମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ବନକଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ହେବ । ଏହା ପରେ ରାତି ୧୦ଟା ପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।
ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ
ସେପଟେ ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା । ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ । ଗର୍ଭ ଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାରକାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । କିଛି ସେବାୟତ ହଲ୍ଲା ପକାଇବାରୁ ଜେଟିପି ସ୍କ୍ୱାଡମାନେ ତାଙ୍କୁ ବାହାରକୁ ଆଣି ଗାଳି ଗୁଳଜ କରିବା ସହ ଧକ୍କା ମାରିଥିଲେ । ସମ୍ପୃକ୍ତ ଭକ୍ତ ତଳେ ପଡି ଯାଇଥିଲେ । କିଛି ସେବାୟତ ଓ ଜେଟିପି ମଧ୍ୟ ଗାଳି ଗୁଲଜ କରିଥିଲେ । ଜେଟିପି ସ୍କ୍ୱାଡଙ୍କ ଦୁର୍ବ୍ୟବହାରରେ ଶ୍ରଦ୍ଧାଳୁ କାନ୍ଦି କାନ୍ଦି ଫେରିଲେ । ଭକ୍ତ ଜଣକ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରିଥିଲେ । ଏହି ଦ୍ୱାର ଦେଇ ସେବାୟତ ବା ଡିଉଟିରେ ଥିବା କର୍ମଚାରୀ ପ୍ରବେଶ ବ୍ୟବସ୍ଥା ଅଛି । ସାଧାରଣ ଭକ୍ତ ଏହି ଦ୍ୱାର ଦେଇ ପ୍ରବେଶ କରି ପାରିବେ ନାହିଁ । କିଭଳି ଏହି ଭକ୍ତ ଜଣକ ଏହି ଦ୍ୱାର ଦେଇ ପ୍ରବେଶ କଲେ ? କେହି ପ୍ରବେଶ କଲାବେଳେ ଦେଖି ପାରିଲେ ନାହିଁ କେମିତି ? ତାକୁ ନେଇ ପ୍ରଶ୍ନ ଉଠିଛି ।
ଏସ୍ଆଇ ଚାକିରି କେଳେଙ୍କାରୀ: ସିବିଆଇ ତଦନ୍ତ ଆରମ୍ଭ
ଦିଲ୍ଲୀ ବିସ୍ଫୋରଣ ପରେ ଶ୍ରୀମନ୍ଦିରରେ ହାଇ ଆଲର୍ଟ ରହିଛି । ମନ୍ଦିର ବାହାର ସହ ଭିତରେ ମଧ୍ୟ କଟକଣା କଡାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ଭକ୍ତ ଜୟବିଜୟ ଦ୍ୱାର ଅତିକ୍ରମ କରିବା ଶ୍ରୀମନ୍ଦିରର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ପୁଣି ପଦାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/13/puri-2025-11-13-13-00-26.jpg)