Swargadwar Photograph: (Kanak News)
କନକ ବ୍ୟୁରୋ: ସ୍ବର୍ଗଦ୍ବାରରେ ଶବ ସତ୍କାର ପାଇଁ ଗହଳି । ସ୍ବର୍ଗଦ୍ବାରରେ ଶବ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରତିଦିନ ଶତାଧିକ ଅନ୍ତିମ ସଂସ୍କାର । ଗତ ସୋମବାର ସବୁ ରେକର୍ଡ ଭାଙ୍ଗିଛି ସ୍ବର୍ଗଦ୍ବାରରେ ଶବ ସତ୍କାର । ୨୪ ଘଣ୍ଟା ଭିତରେ ସ୍ବର୍ଗଦ୍ବାରକୁ ଆସିଛି ୧୩୬ ଶବ । ଏହା ସ୍ବର୍ଗଦ୍ବାର ଇତିହାସରେ ସର୍ବକାଳୀନ ରେକର୍ଡ । ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ ୧୨୨ଟି ଶବ ଆସିଥିବା ରେକର୍ଡ ରହିଥିଲା । କ୍ରମାଗତ ଭାବରେ ସ୍ବର୍ଗଦ୍ବାରକୁ ଶବ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଶବ ଦାହ ପାଇଁ ମୁଖ୍ୟ ଭୂମିକା ନିଭାଉଥିବା କାଠ ଯୋଗାଣ କିନ୍ତୁ କମିବାରେ ଲାଗିଛି ଓ ଦର ବଢ଼ିବାରେ ଲାଗିଛି । କମ୍ ଦିନ ଭିତରେ ସ୍ବର୍ଗଦ୍ବାରକୁ ଆବଶ୍ୟକତା ଅନୁସାରେ ଆଉ କାଠ ଯୋଗାଇ ହେବନି ବୋଲି ଆଶଙ୍କା ପ୍ରକାଶ ପାଇଛି । ଏ ନେଇ କାଠ ଯୋଗାଉ ଥିବା ସଂସ୍ଥା ଓଏଫ୍ଡିସି ସ୍ପଷ୍ଟ କରିଛି । ଏତିକିବେଳୁ ବିକଳ୍ପ ଚିନ୍ତା ନକଲେ ଶବଦାହ ବାଧାପ୍ରାପ୍ତ ହେବା ଥୟ ହୋଇଛି । ଏଣେ ଶବ ସଂଖ୍ୟା ବଢ଼ୁଥିବାରୁ ଖରାବେଳେ ଶବ ନେଇ ଆସିଲେ, ରାତିରେ ଦାହ କରିବାକୁ ସୁଯୋଗ ମିଳୁଛି । ଯାହାକୁ ନେଇ ପରିଜନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।
ଦରବୃଦ୍ଧିର ଶିଖରକୁ ଛୁଇଁବା ପରେ ଖସିଲା ସୁନା ରୁପା ଦର: ଲାଭ କମାଇବାକୁ ନିବେଶକ ବିକ୍ରି ଆରମ୍ଭ କରିବାରୁ ଖସୁଛି ଦାମ
ସେପଟେ ଦୀର୍ଘ ଦିନରୁ କାଠର ଦର ହରିଶ୍ଚନ୍ଦ୍ର ଯୋଜନାରେ କ୍ବିଣ୍ଟାଲ୍ ପିଛା ୯୦୦ ଟଙ୍କା ଧାର୍ଯ୍ୟ ହୋଇଛି । କିନ୍ତୁ କାଠ ଯୋଗାଉଥିବା ସଂସ୍ଥା ଓଡ଼ିଶା ବନ ଉନ୍ନୟନ ନିଗମ ୧୩୦୦ ଟଙ୍କା ନେବାପାଇଁ ଦୀର୍ଘ ଦିନରୁ ଚିଠି ଲେଖି ଆସୁଛି । କାଠ ଅଭାବକୁ ନେଇ ମଧ୍ୟ ତାଗିଦ କରିଛି । ଶୀଘ୍ର କାଠର ବିକଳ୍ପ ବ୍ୟବସ୍ଥା ନ କଲେ ଅଚଳାବସ୍ଥା ସୃଷ୍ଟି ହେବା ଥୟ ହୋଇଛି । ସ୍ବର୍ଗଦ୍ବାରରେ ଶବଦାହ ପାଇଁ ସୁବିଧା ଯୋଗୁଁ ଦୂରଦୁରାନ୍ତରୁ ପରିଜନମାନେ ଶବ ଧରି ସ୍ବର୍ଗଦ୍ବାର ଆସୁଛନ୍ତି । ଖରାବେଳେ ଶବ ଧରି ପହଞ୍ଚିଥିବା ପରିଜନ ସନ୍ଧ୍ୟାରେ ଦାହ କରି ବିଳମ୍ବିତ ରାତିରେ ଫେରୁଛନ୍ତି । ଯଦି କେହି ସନ୍ଧ୍ୟାରେ ଆସୁଛି ତେବେ ପରଦିନ ସକାଳେ ଯାଉଛି । ଏଣୁ କାଠ ସହ ପିଣ୍ଡି ସଂଖ୍ୟା ବୃଦ୍ଧି ବା ସ୍ବର୍ଗଦ୍ବାରର ସମ୍ପ୍ରସାରଣ ଆବଶ୍ୟକତା ଥିବା ପରିଜନମାନେ ଯୁକ୍ତି ବାଢ଼ିଛନ୍ତି ।
ବଢ଼ୁଛି ଶବସଂଖ୍ୟା
ସ୍ବର୍ଗଦ୍ବାରକୁ କାଠ ଚିନ୍ତା
ସ୍ବର୍ଗଦ୍ବାରରେ ରେକର୍ଡ ସଂଖ୍ୟକ ଶବଦାହ
୨୪ ଘଣ୍ଟାରେ ଆସିଲା ୧୩୬ ଶବ
ଖରାବେଳେ ଆସିଲେ, ରାତିରେ ହେଉଛି ଦାହ
ହରିଶ୍ଚନ୍ଦ୍ର ଯୋଜନାରେ ଶବ ପିଛା ୧.୮୦ କ୍ବିଣ୍ଟାଲ କାଠ ଯୋଗାଇ ଦିଆଯାଉଛି
୫ବର୍ଷ ତଳେ ଗୋଟିଏ ଦିନରେ ୪୦ରୁ ୫୦ ଶବ ଦାହ ପାଇଁ ଆସୁଥିଲେ
ଏବେ ଶବ ସଂଖ୍ୟା ୧୩୦ ଅତିକ୍ରମ କରୁଥିବାରୁ ୨୦୦ କ୍ବିଣ୍ଟାଲ୍ରୁ ଅଧିକ କାଠର ଆବଶ୍ୟକତା ପଡ଼ୁଛି
କାଠର ଦର ସରକାରୀ ଭାବେ କ୍ବିଣ୍ଟାଲ୍ ପିଛା ୯୦୦ ଟଙ୍କା ଧାର୍ଯ୍ୟ ହୋଇଛି
ସଂସ୍ଥା ଓଡ଼ିଶା ବନ ଉନ୍ନୟନ ନିଗମ ୧୩୦୦ ଟଙ୍କା ନେବାପାଇଁ ଦୀର୍ଘ ଦିନରୁ ଚିଠି ଲେଖି ଆସୁଛି
ସ୍ବର୍ଗଦ୍ବାରରେ ବଢ଼ୁଛି ଶବସଂଖ୍ୟା ଡିଏସ୍କେ
ସ୍ବର୍ଗଦ୍ବାରକୁ ପ୍ରତିଦିନ ଆସୁଛି ଶତାଧିକ ଶବ
ସ୍ବର୍ଗଦ୍ବାରର ପୁନରୁଦ୍ଧାର କରାଯାଇ ୧୪ଟି ପିଣ୍ଡି ପ୍ରସ୍ତୁତ କରାଯାଇଥିଲା
ସ୍ବର୍ଗଦ୍ବାର ସେବା ସମିତି ପରିଚାଳନା ଦାୟିତ୍ବ ନେବା ପରେ ଗୋଟିଏ ପିଣ୍ଡିକୁ ଦୁଇଭାଗ କରାଗଲା
ଏବେ ସ୍ବର୍ଗଦ୍ବାରରେ ୨୮ଟି ପିଣ୍ଡି ଅଛି
ଗୋଟିଏ ଶବ ଦାହ କରିବାକୁ ଅତି କମ୍ରେ ଦେଢ଼ଘଣ୍ଟା ଲାଗୁଛି
ଏକ ସମୟରେ ଅଢ଼େଇ ଘଣ୍ଟାରେ ଥରେ ୨୮ଟି ଲେଖାଏଁ ଶବ ଦାହ ହେଉଛି
୧୦ ଘଣ୍ଟାରେ ୧୧୨ ଶବ ଦାହ ହେଉଛି
Follow Us