କନକ ବ୍ୟୁରୋ : ଗୋଆରେ ଭୟାବହ ଅଗ୍ନିକାଣ୍ଡ । ପୁରୀରେ ଆକ୍ସନ ମୋଡ୍ ରେ ଅଗ୍ନିଶମ ବିଭାଗ । ୩୩ ହୋଟେଲକୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବାରୁ ନୋଟିସ୍ । ଜିଲ୍ଲାପାଳ କହିଲେ ପଞ୍ଜୀକୃତ ଏବଂ ଅଣ ପଞ୍ଜିକୃତ ସମସ୍ତ ଲଜିଂ ପାଇଁ ଅଗ୍ନି ନିରାପତ୍ତା ମାନଦଣ୍ଡ ହାସଲ କରିବା ବାଧ୍ୟତାମୂଳକ । ନହେଲେ ତୁରନ୍ତ ନିଆଯିବ ଆକ୍ସନ୍ ।
ପର୍ଯ୍ୟଟନ ନଗରୀରେ ମାଳ ମାଳ ହୋଟେଲ୍ରେ ହେଲେ ନାହିଁ ଅଗ୍ନି ନିରାପତ୍ତା । ଗୋଆରେ ଅଗ୍ନିକାଣ୍ଡ ପରେ ଏବେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା । ୩୩ ହୋଟେଲକୁ ଅଗ୍ନିଶମ ପ୍ରମାଣ ପତ୍ର ପାଇଁ ପୁରୀ ମୁନିସପାଲଟି ଜାରି କରିଛି ନୋଟିସ । ଜିଲ୍ଲାପାଳ କହିଲେ ପ୍ରମାଣ ପତ୍ର ହାସଲ ନକଲେ ତୁରନ୍ତ ଆକ୍ସନ । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ମାସ ମଧ୍ୟରେ ମାନ ଦଣ୍ଡ ହାସଲ କରିବାକୁ ଦିଆଯାଇଛି ଡେଡ୍ଲାଇନ୍ ।
ଅଧିକ ପଢ଼ନ୍ତୁ : ଭଙ୍ଗା ହେବ ପୁରୁଣା ମେଡିକାଲ ବିଲିଡିଂ; ଖବର ବାଜିଲା ଟେଣ୍ଡର ବାହାରିଲା
ସେପଟେ ଜାନୁଆରୀ ୨୦୨୫ ରୁ ଅଗ୍ନି ନିରାପତ୍ତା ପ୍ରମାଣ ହାସଲ କରିବା ପାଇଁ ସବୁ ହୋଟେଲକୁ ନୋଟିସ୍ ଦିଆଯାଇଛି । ଜାନୁଆରିରେ ୯୭ ହୋଟେଲ ହାତେଇ ନଥିଲେ ପ୍ରମାଣ ପତ୍ର । ଏବେ ଆହୁରି ୩୩ ହୋଟେଲ ବାକି ଅଛନ୍ତି । ଜିଲ୍ଲାପାଳ କହିଛନ୍ତି ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ବାଧ୍ୟତା ମୂଳକ । ପ୍ରମାଣ ପତ୍ର ଥିଲେ ନିଆଯିବ ଆକ୍ସନ ।
ପର୍ଯ୍ୟଟନ ନଗରୀରେ ୬୦ ପ୍ରତିଶତ ହୋଟେଲ ଏବେ ବି ହାତେଇ ନାହାନ୍ତି ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର । ହୋଟେଲ ଶିଳ୍ପ ଉପରେ ପର୍ଯ୍ୟଟନ ନଗରୀ ନିର୍ଭର କରୁଥିବା ବେଳେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା ବଢୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/10/puri-hotels-2025-12-10-19-48-54.png)