କନକ ବ୍ୟୁରୋ:  ହାତୀ ପାଇଁ ଚାଷୀ ହତାଶ। ମଞ୍ଚାରେ ଜଗିଛି ବର୍ଷକର ଧାନ। ଗୋଟିଏ ବର୍ଷର ଦାନାକୁ ବଞ୍ଚାଇବା ପାଇଁ ଜୀବନକୁ ପାଣି ଛଡାଇ ଶୀତ କାକରକୁ ଖାତିର ନକରି ଗଛରେ ମଞ୍ଚା ବାନ୍ଧି ଧାନ ଫସଲକୁ ଦିନ ରାତି ଜଗି ବସିଛନ୍ତି ଚାଷୀ ମାନେ । ବାଲେଶ୍ବର ଜିଲ୍ଲା ନୀଳଗିରିରୁ ଏହି ଖବର ଆସିଛି। ଗୋଟେ ପଟେ ବର୍ଷାର ଅନିୟମିତତା ଓ ଚକଡା ପୋକର ଦାଉ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

Advertisment

ବାଲିଡିହା ଡ୍ୟାମରେ ବୁଲିଲା ହାତୀ,  କେନାଲ ପାଣିରେ କଲେ ଜଳ କ୍ରୀଡା

ଅନ୍ୟପଟେ ଧାନ ଅମଳ ସମୟରେ ଜଙ୍ଗଲ ପାଦଦେଶରେ ଥିବା ବିଲ ଗୁଡିକରେ ଉପଦ୍ରବ କରୁଛନ୍ତି ହାତୀମାନେ । ନୀଳଗିରିର ଜଙ୍ଗଲ ପାଦଦେଶରେ ଥିବା ଅଞ୍ଚଳବାସୀ ରାତିର କିଟିକିଟି ଅନ୍ଧାରରେ ଶୀତ ପ୍ରକୋପକୁ ଖାତର ନକରି ମଞ୍ଚା ଉପରେ ରାତି ତମାମ ଜଗି ବସିଥିବା ଦେଖିବାକୁ ମିଳିଛି ।

ରାଜ ରାସ୍ତାରେ ବୁଲୁଛି ହାତୀ,  ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ

ନୀଳଗିରିରେ ଏଥର ୧୦ ହଜାର ୨୪୦ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ତେଣୁ ନିଜ ଜୀବନକୁ ବାଜି ଲଗାଇ ରାତିସାରା ନଶୋଇ ଶୀତରେ ଥରି ଥରି ହାତୀକୁ ଜଗିଛନ୍ତି ।