କନକ ବ୍ୟୁରୋ: ରାସ୍ତାରେ ବୁଲୁଛି ହାତୀ । ସ୍ଥାନୀୟ ଲୋକେ ଆତଙ୍କିତ । ସୁବର୍ଣ୍ଣପୁର ତରଭା ଅଞ୍ଚଳରୁ ଆସିଲା ରୋଚକ ଦୃଶ୍ୟ। ହାତୀ ରାସ୍ତା ପାରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତରଭା ବ୍ଲକ ତିଳେଇମାଲ ନିକଟ ବୁରଡ଼ା- ଅର୍ଜୁନପୁର ରାସ୍ତାରେ ଏକ ଦନ୍ତା ହାତୀ ରାସ୍ତାପରି କରୁଥୁବା ଦେଖିବାକୁ ମିଳିଛି । ଆଉ ଏ ଦୃଶ୍ୟ ଦେଖିବାପରେ ଅଂଚଳରେ ଭୟରେ ବାତାବରଣ ଖେଳି ଯାଇଛି । ବିଶେଷକରି ଧାନ ଅମଳ ସମୟରେ ନିକଟସ୍ଥ ବାରପାହାଡ଼ ଜଙ୍ଗଲରୁ ପ୍ରତି ବର୍ଷ ହାତୀମାନେ ଆସି ଧାନ ଫସଲ ନଷ୍ଟ କରିଥାନ୍ତି। ବର୍ତମାନ ହାତୀକୁ ଆସିବା ଦେଖି ଚିନ୍ତାରେ ଚାଷୀ । ବନବିଭାଗ ଏନେଇ ସଜାଗ ହେଵା ଜରୁରୀ ହୋଇପଡିଛି ।
ଅନୁଗୁଳ ସହରରେ ବୁଲୁଛି ହାତୀ : ରାତି ତମାମ ଭୟରେ ଉଜାଗର ସ୍ଥାନୀୟ ବାସିନ୍ଦା
ସେପଟେ ଢେଙ୍କାନାଳ ପରଜଙ୍ଗ ବଜାରରେ ବି ହାତୀ ଆତଙ୍କ । ମହାବିରୋଡ ବନାଞ୍ଚଳ ଅଧୀନରେ ଥିବା ପରଜଙ୍ଗ ମୁଖ୍ୟ ବଜାରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ତିନିଟିକିଆ ହାତୀପଲ ବଜାର ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରଜଙ୍ଗ ବଜାରରେ ଥିବା ସବ-ରେଜିଷ୍ଟ୍ରି କାର୍ଯ୍ୟାଳୟ ସାମ୍ନାରେ ତିନିଟିକିଆ ହାତୀପଲ ବୁଲୁଥିବାବେଳେ କିଛି ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ ।
ରାସ୍ତାରେ ବୁଲୁଛି ହାତୀ : ଜୀବନକୁ ବିପଦରେ ପକାଇ ଅତି ପାଖରୁ ଫଟୋ ଉଠାଉଛନ୍ତି ଲୋକ
ବନବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ବଜାରରୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବଜାରରେ ଘୁରିବୁଲିଥିଲେ ହାତୀ । ବନବିଭାଗ ବହୁ ପରିଶ୍ରମ କରି ହାତୀମାନଙ୍କୁ ବଜାର ଅଞ୍ଚଳରୁ ଘଉଡ଼ାଇବାରେ ସକ୍ଷମ ହୋଇଛି । ତେବେ ହାତୀ ଗୁଡିକ ସ୍ଥାନୀୟ ଜଙ୍ଗଲ ନିକଟରେ ରହିଥିବାବେଳେ ଆଉଥରେ ବଜାର ଅଞ୍ଚଳକୁ ଆସିବା ନେଇ ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/06/elephant-2025-11-06-12-50-02.jpg)