କନକ ବ୍ୟୁରୋ: ବାଲିଡିହା ଡ୍ୟାମରେ ବୁଲିଲା ହାତୀ । କେନାଲ ପାଣିରେ କଲେ ଜଳ କ୍ରୀଡା ।  ଏ ଦୃଶ୍ୟ ହେଉଛି ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ସ୍ଥିତ ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲିଡିହା ଡ୍ୟାମର । ଯାହାକୁ ଦେଖି ପର୍ଯ୍ୟଟକ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଭୟଭୀତ ହୋଇଥିଲେ । ୪ ଟିକିଆ ହାତୀ ପଲ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିଲେ। ୩ଟି ବଡ଼ ହାତୀ ସମେତ ହାତୀ ଶାବକ ମଙ୍ଗଳବାର ଅପରାହ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ହାତୀ ପଲଟି ଜନବସତି ନିକଟତର ହୋଇଥିଲେ । ଏନେଇ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ମାନେ ହାତୀ ପଲର ଗତିବିଧି ଅନୁଧ୍ୟାନ କରି ଜନବସତିରୁ ଦୂରକୁ ନେଇଥିଲେ ।

Advertisment

ହାତୀ ନଦୀରେ ବାଲି ମାଫିଆଙ୍କ ରାଜ୍‌, ବିପଦରେ ନଈକୂଳିଆ ଲୋକେ

ଉକ୍ତ ସମୟରେ ବାଲିଡିହା ଡ୍ୟାମର ଜଳରାଶି ଦେଖି ହାତୀ ପଲ ଡ୍ୟାମ ଆଡ଼କୁ ମୁଁହାଇଥିଲେ। ତେବେ ହାତୀ ପଲ ଦେଖି ସେଠାକୁ ପିକନିକ ନିମନ୍ତେ ଯାଇଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ହାତୀ ପଲ ଡ୍ୟାମରୁ ବାହାରି ଥିବା କେନାଲ ପାଣିରେ କିଛି ସମୟ ଜଳ କ୍ରୀଡା କରିଥିଲେ । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଥିଲା । ହାତୀ ପଲଙ୍କୁ ଦେଖିବାକୁ ଲୋକେ ଭିଡ଼ ଜମାଇଥିଲେ। ତେବେ ହାତୀ ପଲ ଜନ ବସତି ଦୂରରେ ଥିବା ବେଳେ ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ କରାଯାଉଛି ।