କନକ ବ୍ୟୁରୋ : ଭିତ୍ତିଭୂମିର ବିକାଶ ଦିଗରେ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । ଏନେଇ ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ବାସ୍ତବତା କିଛି ଭିନ୍ନ । ଶ୍ରେଣୀଗୃହ ଅଭାବରୁ ବାରଣ୍ଡା ଓ ଗୋଦାମ ଘରେ ବସୁଛନ୍ତି ପିଲା। ଶିକ୍ଷକ ବି ଅଭାବ । ଏନେଇ ଅଭିଯୋଗ ପରେ ଅଭିଯୋଗ ହୋଇଛି ହେଲେ ବଦଳିପାରୁନି ବିଦ୍ୟାଳୟର ଅବସ୍ଥା ।

Advertisment

ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ଏମିତି କିଛି ଖବର । ସରକାର ପରେ ସରକାର ବଦଳୁଛନ୍ତି । ହେଲେ ଶିକ୍ଷାର ଅବସ୍ଥା ବଦଳିପାରୁନି। ଉଲୁଣ୍ଡା ବଢ଼ିଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାସ୍ତବତା । ଗୋଟିଏ ଶ୍ରେଣୀଗୃହରେ ଏପଟ ସେପଟ ହୋଇ ବସି ପିଲା ପାଠ ପଢ଼ୁଛନ୍ତି । ଆଉ ବାକି ଯେତିକି ରହିଲେ ସେମାନେ ବାହାରେ ।

ଅଧିକ ପଢ଼ନ୍ତୁ : ଚିକିତ୍ସାଳୟ ନା ଭୂତକୋଠି ? ଖତ ଖାଉଛି ଔଷଧ ଓ ସରଞ୍ଜାମ, ସଞ୍ଜ ହେଲେ ଜମୁଛି ନିଶାଡ଼ିଙ୍କ ଆଡ୍ଡା

ବିଦ୍ୟାଳୟରେ ବାଲ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଆଉ ଶିକ୍ଷକ ମାତ୍ର ୪ ଜଣ। ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ କିଛି ପିଲା ଭିତରେ ଆଉ କିଛି ପିଲା ଗୋଦାମ ଘର ଓ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ଏନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ପରେ ବି ପ୍ରଶାସନର ପିଲାଙ୍କ ଭବିଷ୍ୟତ ପ୍ରତି ଧ୍ୟାନ ନାହିଁ ।

ଅନ୍ୟପଟେ ଏନେଇ ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ବିଦ୍ୟାଳୟକୁ ଦେଖିଲେ ସତରେ ଶିକ୍ଷା ପ୍ରତି ପ୍ରଶାସନର ଉଦାସୀନତା ଜଳଜଳ ଦିଶୁଛି । ତୁରନ୍ତ ଏହାର ସମାଧାନ ହେବା ଜରୁରୀ ହୋଇପଡ଼ିଛି ।