ଡବ୍ଲୁପିଏଲରେ ଆରସିବିକୁ ଝଟକା, ଆଘାତ କାରଣରୁ ଦୁଇ ସପ୍ତାହ ପାଇଁ ବାଦ୍ ପଡ଼ିଲେ ଅଲରାଉଣ୍ଡର ପୂଜା ବସ୍ତ୍ରକର

Advertisment

ପୂଜା ଶେଷ ଥର ପାଇଁ ଅକ୍ଟୋବରରେ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ୱକପରେ ଏକ ମ୍ୟାଚ୍ ଖେଳିଥିଲେ । ଡବ୍ଲୁପିଏଲ ନିଲାମରେ ଆରସିବି ତାଙ୍କୁ ୮୫ ଲକ୍ଷ ଟଙ୍କାରେ ଖରିଦ କରିଥିଲା । ଆଶା କରାଯାଉଥିଲା ଯେ ସେ କାନ୍ଧ ଯନ୍ତ୍ରଣାରୁ ଆରୋଗ୍ୟ ଲାଭ କରି ଡବ୍ଲୁପିଏଲକୁ ଫେରିବେ ।

ପୂଜା ଶେଷ ଥର ପାଇଁ ଅକ୍ଟୋବରରେ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ୱକପରେ ଏକ ମ୍ୟାଚ୍ ଖେଳିଥିଲେ । ଡବ୍ଲୁପିଏଲ ନିଲାମରେ ଆରସିବି ତାଙ୍କୁ ୮୫ ଲକ୍ଷ ଟଙ୍କାରେ ଖରିଦ କରିଥିଲା । ଆଶା କରାଯାଉଥିଲା ଯେ ସେ କାନ୍ଧ ଯନ୍ତ୍ରଣାରୁ ଆରୋଗ୍ୟ ଲାଭ କରି ଡବ୍ଲୁପିଏଲକୁ ଫେରିବେ ।

WPL

WPL Photograph: (kANAK NEWS)

କନକ ବ୍ୟୁରୋ: ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ବିଜୟର ଖୁସି ମଧ୍ୟରେ ଦଳକୁ ଏକ ଝଟକା ଲାଗିଛି । ଆହତ ଜନିତ କାରଣରୁ ଅଲରାଉଣ୍ଡର ପୂଜା ବସ୍ତ୍ରକରଙ୍କୁ ଦଳରୁ ଆସନ୍ତା ୨ ସପ୍ତାହ ପାଇଁ ବାଦ୍ ଦିଆଯାଇଛି । ସେ ଗତକାଲିର ଉଦଘାଟନୀ ମ୍ୟାଚ ବି ଖେଳିନଥିଲେ ।

ଆହୁରି ପଢ଼ନ୍ତୁ... ମାଲେସିଆ ଓପନ: ସେମିରେ ହାରି ସିନ୍ଧୁଙ୍କ ବିଦାୟ

ପୂଜା ଶେଷ ଥର ପାଇଁ ଅକ୍ଟୋବରରେ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ୱକପରେ ଏକ ମ୍ୟାଚ୍ ଖେଳିଥିଲେ । ଡବ୍ଲୁପିଏଲ ନିଲାମରେ ଆରସିବି ତାଙ୍କୁ ୮୫ ଲକ୍ଷ ଟଙ୍କାରେ ଖରିଦ କରିଥିଲା । ଆଶା କରାଯାଉଥିଲା ଯେ ସେ କାନ୍ଧ ଯନ୍ତ୍ରଣାରୁ ଆରୋଗ୍ୟ ଲାଭ କରି ଡବ୍ଲୁପିଏଲକୁ ଫେରିବେ । କିନ୍ତୁ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସିଲେନ୍ସ (ସିଓଇ)ରୁ ତାଙ୍କୁ ଡିସଚାର୍ଜ କରାଯିବାର ଦୁଇ ସପ୍ତାହ ପୂର୍ବରୁ, ସେ ଦୁର୍ଭାଗ୍ୟବଶତଃ ଗୋଡ଼ ମାଂସପେଶୀ ଆଘାତର ଶିକାର ହୋଇଥିଲେ । ଏଣୁ ତାଙ୍କୁ ଆହୁରି ଦୁଇ ସପ୍ତାହ ସେଠାରେ ରହିବାକୁ ପଡ଼ିବ ବୋଲି ଆରସିବିର ମୁଖ୍ୟ କୋଚ୍ ମାଲୋଲନ ରଙ୍ଗରାଜନ କହିଛନ୍ତି ।

ପୂଜାଙ୍କ ଅନୁପସ୍ଥିତିରେ, ଆରସିବିର ବୋଲିଂ ବିଭାଗ ଇଂଲଣ୍ଡ ସ୍ପିନର ଲିନ୍ସୀ ସ୍ମିଥ୍, ଅରୁନ୍ଧତୀ ରେଡ୍ଡୀ ଏବଂ ନାଦିନ ଡି କ୍ଲାର୍କଙ୍କ ସମ୍ଭାଳୁଛନ୍ତି । କିନ୍ତୁ ବସ୍ତ୍ରକର ଜଣେ ଅଲରାଉଣ୍ଡର ଥିବାରୁ ତାଙ୍କ ଅଭାବ ଦଳ ଅନୁଭବ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe