କନକ ବ୍ୟୁରୋ: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପି.ଭି.ସିନ୍ଧୁ ମାଲେସିଆ ଓପନ ସୁପର ୧୦୦୦ର ମହିଳା ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେ ଚୀନ ଖେଳାଳି ତଥା ବିଶ୍ବ ନଂ୨ ଓ୍ବାଙ୍ଗ ଝିୟିଙ୍କ ଠାରୁ ସିଧାସଳଖ ସେଟରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓ୍ବାଙ୍ଗ ଝିୟିଙ୍କ ଠାରୁ ୧୬-୨୧, ୧୫-୨୧ ସେଟରେ ହାରିଯାଇଛନ୍ତି । ଉଭୟ ଗେମରେ ସିନ୍ଧୁ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲେ ବି ଝିୟିଙ୍କ ସାମନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଏହା ସହିତ ମ୍ୟାଚର କେତେକ ଗୁରୁତ୍ବପୂର୍ଣ୍ଣ କ୍ଷଣରେ ସେ ତ୍ରୁଟି କରିବା ପରେ ଝିୟି ତାହାର ସୁଯୋଗ ନେଇଥିଲେ । ଦ୍ବିତୀୟ ଗେମରେ ସିନ୍ଧୁ ୧୧-୬ରେ ଆଗୁଆ ଥିଲେ ବି ଚୀନ ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଗେମକୁ ୧୫-୨୧ରେ ଜିତିବା ସହ ମ୍ୟାଚକୁ ଜିତିନେଇଥିଲେ ।
ଆହୁରି ପଢ଼ନ୍ତୁ... ନ୍ୟୁଜିଲାଣ୍ଡ ଶୃଙ୍ଖଳା ରବିବାରଠାରୁ: ସଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ !
ଗୋଡ଼ରେ ଯନ୍ତ୍ରଣା କାରଣରୁ ସିନ୍ଧୁ ଗତ ଅକ୍ଟୋବର ପରଠାରୁ ବ୍ୟାଡମିଣ୍ଟନ କୋର୍ଟରୁ ଦୂରେଇ ରହିଥିଲେ । ଆରୋଗ୍ୟ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ । ବେଶ କିଛିଦିନର ବ୍ୟବଧାନରେ ଫେରିଥିଲେ ବି ଏହି ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜିର ପରାଜୟ ସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ପୁରୁଷ ବର୍ଗରେ ଲକ୍ଷ୍ୟ ସେନ ଓ ଆୟୁଷ ସେଟ୍ଟି ପ୍ରି-କ୍ବାର୍ଟରଫାଇନାଲରେ ହାରି ପୂର୍ବରୁ ହିଁ ବିଦାୟ ନେଇସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/10/pv-sindhu-2026-01-10-12-36-35.jpg)