Ray-Ban Meta Smart Glasses Photograph: (Kanaknews)
କନକ ବ୍ୟୁରୋ: ଭାରତରେ ଟେକ୍ନୋଲୋଜି ଦୁନିଆରେ ଏକ ନୂତନ ବିପ୍ଳବ ଆସିଛି । ଫେସବୁକ୍ ର ପେରେଣ୍ଟଲ କମ୍ପାନୀ ମେଟା ଏବଂ ପ୍ରସିଦ୍ଧ ଚଷମା କମ୍ପାନୀ 'ରେ-ବ୍ୟାନ୍' (Ray-Ban) ମିଳିତ ଭାବେ ଏକ ଅତ୍ୟାଧୁନିକ ସ୍ମାର୍ଟ ଚଷମା ବଜାରକୁ ଛାଡିଛନ୍ତି । ଏହି ଚଷମା ଦେଖିବାକୁ ସାଧାରଣ ଚଷମା ପରି ହୋଇଥିଲେ ମଧ୍ୟ,ଏହାର କାମ ସ୍ମାର୍ଟଫୋନ୍ଠାରୁ କମ୍ ନୁହେଁ। ବିଶେଷକରି ଏଥିରେ ଥିବା କ୍ୟାମେରା, ସ୍ପିକର ଏବଂ UPI ସ୍କାନିଂ ଫିଚର ଏହାକୁ ଖୁବ୍ ଲୋକପ୍ରିୟ କରୁଛି । ଏଥିସହିତ ମେଟା AIର ସପୋର୍ଟ ମଧ୍ୟ ମିଳିବ । ଏହାର ପ୍ରାରମ୍ଭିକ ମୂଲ୍ୟ ୩୯,୯୦୦ ରହିଛି ।
ଏହି ଚଷମାର ନା 'ରେ-ବ୍ୟାନ୍ ମେଟା ସ୍ମାର୍ଟ ଗ୍ଲାସେସ୍' ରଖାଯାଇଛି । ଏହା କ୍ଲାସିକ୍ 'ୱେଫେରର୍' ଡିଜାଇନ୍ରେ ଆସୁଛି, ଯାହା ଉଭୟ ଷ୍ଟାଇଲିସ୍ ଏବଂ ହାଲୁକା ଅଟେ। ବାହାରୁ ଦେଖିଲେ କେହି ଜାଣିପାରିବେ ନାହିଁ ଯେ ଏଥିରେ କ୍ୟାମେରା କିମ୍ବା ସ୍ପିକର ଲାଗିଛି।
ଏହି ଚଷମାରେ 3K ଅଲ୍ଟ୍ରା ଏଚ୍ଡି ଭିଡିଓ କ୍ୟାପଚର ହୋଇପାରିବ । ଆପଣ ଚାଲୁଥିବା ବେଳେ କିମ୍ବା ବାଇକ୍ ଚଳାଇବା ସମୟରେ ଫୋନ୍ ବାହାର ନକରି ସିଧାସଳଖ ଚଷମା ମାଧ୍ୟମରେ ଫଟୋ ଉଠାଇପାରିବେ। ସବୁଠାରୁ ବଡ଼ କଥା ହେଲା, ଆପଣ ଏହି ଚଷମା ମାଧ୍ୟମରେ ସିଧାସଳଖ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ 'ଲାଇଭ୍ ଷ୍ଟ୍ରିମିଂ' ମଧ୍ୟ କରିପାରିବେ । ଏହି ଚଷମାରେ 'ମେଟା ଏଆଇ' ସୁବିଧା ରହିଛି । ଭାରତରେ ଡିଜିଟାଲ ପେମେଣ୍ଟକୁ ଦୃଷ୍ଟିରେ ରଖି ଏଥିରେ ଏକ ବିଶେଷ ସୁବିଧା ରହିଛି। ଯଦି ଆପଣ କୌଣସି ଦୋକାନରେ QR କୋଡ୍ ଦେଖୁଛନ୍ତି, ତେବେ ଚଷମା ସାହାଯ୍ୟରେ ସେହି କୋଡ୍କୁ ସ୍କାନ୍ କରିପାରିବେ। "ଲୁକ୍ ଆଣ୍ଡ ଆସ୍କ" ଫିଚର ମାଧ୍ୟମରେ ଚଷମା ସେହି କୋଡ୍କୁ ପଢିନିଏ ଏବଂ ଆପଣଙ୍କ ଫୋନ୍ରେ ପେମେଣ୍ଟ ଆପ୍ ଖୋଲିବାରେ ସାହାଯ୍ୟ କରେ ।
ଅଧିକ ପଢନ୍ତୁ: ଏଥର ଚଷମାରେ ଦେଖିବେ ମୋବାଇଲ ମେସେଜ୍, ଆଉ ଦରକାର ହେବନି ସ୍ମାର୍ଟ ଫୋନ୍ !
ଏହି ଚଷମାରେ ବ୍ୟାଟେରି ସିଷ୍ଟମକୁ ଉନ୍ନତ କରାଯାଇଛି । ଥରେ ଚାର୍ଜ କଲେ ଉପଭୋକ୍ତାମାନେ ୮ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ପାଇବେ। କମ୍ପାନୀ ଏଥିରେ ଦ୍ରୁତ ଚାର୍ଜିଂ ମଧ୍ୟ ଅନ୍ତର୍ଭୁକ୍ତ କରିଛି, ଯାହା ବ୍ୟାଟେରୀକୁ ମାତ୍ର ୨୦ ମିନିଟରେ ୫୦ ଥର ରଚାର୍ଜ କରିପାରିବ । ଭାରତ ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୩୯,୯୦୦ ରହିଛି । ଏହାରୁ ଏହାର ଟପ୍-ଏଣ୍ଡ ଭାରିଆଣ୍ଟର ମୂଲ୍ୟ ୪୫,୭୦୦ ଅଟେ । ଭାରତରେ ଏହା କିଛି ନିର୍ଦ୍ଦିଷ୍ଟ ଅନ୍ଲାଇନ୍ ପ୍ଲାଟଫର୍ମ କିମ୍ବା ବଡ଼ ଇଲେକ୍ଟ୍ରୋନିକ୍ସ ଶୋ’ରୁମ୍ରେ ଉପଲବ୍ଧ ହୋଇପାରେ।
ମେଟାର ଏହି ସ୍ମାର୍ଟ ଚଷମା ଯୁବପିଢ଼ି, ବ୍ଲଗର୍ ଏବଂ ଟେକ୍ନୋଲୋଜି ପ୍ରେମୀମାନଙ୍କ ପାଇଁ ଏକ ବହୁତ ବଡ଼ ଉପହାର। ହାତ ବ୍ୟବହାର ନକରି ଫଟୋ ଉଠାଇବା ଏବଂ କଲ୍ କରିବାର ସୁବିଧା ଏହାକୁ ଅନ୍ୟ ଗ୍ୟାଜେଟ୍ଠାରୁ ଭିନ୍ନ କରୁଛି।
Follow Us