କନକ ବ୍ୟୁରୋ: ବିଗତ ୧୦ ବର୍ଷ ମଧ୍ୟରେ ମୋବାଇଲ୍‌ ଫୋନ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଫିଚରଠାରୁ ଆରମ୍ଭ କରି ଡିଜାଇନ… ସବୁଥିରେ ନୂଆ ଅପ୍‌ଡେଟ୍‌ ପାଇଛନ୍ତି ୟୁଜର୍ସ । ଏବେ ସବୁଠାରୁ ବଡ଼ ପ୍ରଶ୍ନ ଆଗାମୀ ୧୦ ବର୍ଷରେ ଆଉ କଣ ନୂଆ ପାଇବେ ୟୁଜର୍ସ । ସ୍ମାର୍ଟଫୋନ୍‌ ବଦଳରେ ଆଉ କିଛି ସ୍ମାର୍ଟ ଡିଭାଇସ ବ୍ୟବହାର କରିବେ କି ଲୋକେ ? ଏହାର ଉତ୍ତର ହେଉଛି ହଁ, ଆଗାମୀ ଦିନରେ ସ୍ମାର୍ଟ ଫୋନ୍‌ ବଦଳରେ ସ୍ମାର୍ଟଗ୍ଲାସ୍‌ର ବ୍ୟବହାର କରିବେ ୟୁଜର୍ସ । ଏହାଦ୍ୱାରା ଖାଲି ଏକ ଚଷମାରେ ସବୁ ମେସେଜ୍‌ ପଢ଼ିପାରିବେ ଲୋକେ । ଯାହାଫଳରେ ଆଉଟ୍‌ଡେଟେଡ୍‌ ହୋଇପାରେ ସ୍ମାର୍ଟଫୋନ୍ । କାରଣ Meta Connect ଇଭେଣ୍ଟ୍‌ରେ ମାର୍କ ଜୁକରବର୍ଗ ଲଞ୍ଚ୍ କରିଛନ୍ତି ଲାଟେଷ୍ଟ ଜେନେରେସନ୍ Meta Ray-Ban Display ।

Advertisment

ଏବେ ମାର୍କେଟରେ ଯେଉଁସବୁ ସ୍ମାର୍ଟଗ୍ଲାସ୍ ଅଛି, ସେଥିରେ ସ୍ପିକର୍, ମାଇକ୍ରୋଫୋନ୍ ଏବଂ କ୍ୟାମେରା ଦିଆଯାଇଛି, କିନ୍ତୁ ଡିସ୍‌ପ୍ଲେ ନାହିଁ । କିନ୍ତୁ Metaର Ray-Ban Displayରେ ଗ୍ଲାସ୍ ଉପରେ ହିଁ ସ୍କ୍ରିନ୍ ଏମ୍ବେଡ୍ କରିଦିଆଯାଇଛି । ଏଠାରେ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଚଷମାରେ ଡିସ୍‌ପ୍ଲେ ଦିଆଯାଇଛି ତେଣୁ ଏହାଦ୍ୱାରା ଅନ୍ୟମନସ୍କତା ହୋଇପାରେ ଏବଂ ସାମ୍ନାକୁ ଦେଖିବା ମାତ୍ରେ ଏବଂ ଡିସପ୍ଲେ ଅନ୍ ହୋଇଗଲେ ଅସୁବିଧା ହେବ । କିନ୍ତୁ ଏପରି ନୁହେଁ । କାରଣ ଏଥିରେ ୟୁଜର୍ସଙ୍କ ଭିଜନ ବ୍ଲକ୍ ହେବ ନାହିଁ, କାରଣ ୟୁଜର୍ସଙ୍କୁ ଏପରି ଲାଗିବ ଯେ ସାମ୍ନାରେ ଡିସ୍‌ପ୍ଲେ ପ୍ରୋଜେକ୍ଟ କରାଯାଉଛି । ଯେମିତି ଏକ କାର୍‌ରେ HUD ରହିଥାଏ ସେହିଭଳି ଭାବରେ ସ୍ମାର୍ଟଗ୍ଲାସ୍‌ରେ ଡିସ୍‌ପ୍ଲେ ରହିବ । ଅର୍ଥାତ୍, ସ୍କ୍ରିନ୍ ଦୂରରେ ଦେଖାଯିବ ଏବଂ ଅପେକ୍ଷାକୃତ କମ୍‌ ଭିଜନରେ ରହିବ । ଏହା କୌଣସି ସାଧାରଣ ଗ୍ଲାସ୍‌ ପିନ୍ଧିବା ଭଳି ମନେ ହେବ । କିନ୍ତୁ ଏହାଦ୍ୱାରା କଲ୍‌ ରିସିଭ୍‌ କରିବା ସହ ମେସେଜ୍‌ ପଢ଼ିପାରିବେ ୟୁଜର୍ସ । ଏଣୁ ବାରମ୍ବାର ମୋବାଇଲ ଦେଖିବାର ଆବଶ୍ୟକତା ପଡ଼ିବ ନାହିଁ । 

Meta Ray-Ban ଭେରିଏଣ୍ଟ୍‌କୁ ୟୁଜର୍ସ କମାଣ୍ଡ୍ ଦେଇପାରିବେ । ଏହାକୁ ପିନ୍ଧିବା ପରେ ୟୁଜର୍ସଙ୍କୁ ଏପରି ଲାଗିବ ଯେ କିଛି ଫୁଟ୍ ଦୂରରେ ଡିସ୍‌ପ୍ଲେ ଅଛି, ଯେଉଁଥିରେ ଭିଜନ ମଧ୍ୟ ବ୍ଲକ୍ ହେବ ନାହିଁ । ଏହାକୁ ଚାହିଲେ ଅଫ୍ ମଧ୍ୟ କରିପାରିବେ ଏବଂ ଏହାକୁ ନର୍ମାଲ୍ ସନ୍‌ଗ୍ଲାସ୍ ଭଳି ବ୍ୟବହାର କରିପାରିବେ ଲୋକେ । ସ୍ମାର୍ଟଗ୍ଲାସ୍‌ରେ ସାମ୍ନାରେ ପ୍ରତି ସମୟରେ ଏକ ଫ୍ଲୋଟିଂ ସ୍କ୍ରିନ୍ ଦେଖାଯିବ ଯାହାକୁ ଫୋନ୍ ଭଳି ହିଁ ବ୍ୟବହାର କରିହେବ । ଅନ୍ୟ କେହି ଏହି ଡିସ୍‌ପ୍ଲେ ଦେଖିପାରିବେ ନାହିଁ, କେବଳ ୟୁଜର୍ସଙ୍କୁ ହିଁ ଏହି ସ୍କ୍ରିନ୍ ଦେଖାଯିବ ।

ୟୁଜର୍ସ ଚଷମାରେ ହିଁ ସର୍ଟ ଭିଡିଓ କିମ୍ବା ରିଲ୍ସ ସ୍କ୍ରୋଲ୍ କରିପାରିବେ ଯେପରି ଫୋନ୍‌ରେ କରନ୍ତି । ପାଖରେ ଥିବା ଲୋକଙ୍କୁ ଅନୁମାନ ବି କରିପାରିବେନି ଯେ ଆପଣ ଚଷମାରେ ହିଁ ଚଷମାରେ କେହି ଭିଡିଓ ଦେଖୁଛନ୍ତି । କଲିଂ, ମେସେଜିଂରୁ ନେଇ ମ୍ୟୁଜିକ୍‌ର ଅଭିଜ୍ଞତା ମଧ୍ୟ ଏଥିରେ ପାଇବେ ୟୁଜର୍ସ । Meta Ray-Ban Display ସହିତ ଏକ ନ୍ୟୁରାଲ୍ ରିଷ୍ଟ ବ୍ୟାଣ୍ଡ୍ ମଧ୍ୟ ଆସିବ । ଏହା ମାଧ୍ୟମରେ ହ୍ୟାଣ୍ଡ୍ ଜେସଚର୍ ବ୍ୟବହାର କରି ସ୍କ୍ରିନ୍ ଉପରେ ନେଭିଗେସନ୍ କରିପାରିବେ, ଅର୍ଥାତ୍ କୌଣସି ବି ଅପ୍ସନ୍‌କୁ ସିଲେକ୍ଟ କରିପାରିବେ କିମ୍ବା ବନ୍ଦ କରି କିଛି ନୂଆ ଓପନ୍ କରିପାରିବେ ।