କନକ ବ୍ୟୁରୋ:  କିଛି ଜିନିଷର ମୂଲ୍ୟ ଟଙ୍କାରେ ଆକଳନ କରାଯାଇପାରେ ନାହିଁ । କାରଣ ତାହା ସହିତ ଯୋଡି ହୋଇ ରହିଥାଏ ଇତିହାସ, ଭାବନା ଏବଂ ଅମୂଲ୍ୟ ସ୍ମୃତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଚଷମା ହେଉଛି ସେହିଭଳି ଏକ ଜିନିଷ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଏହି ଶେଷ ସନ୍ତକ କୌଣସି ସରକାରୀ ସଂଗ୍ରହାଳୟରେ ନୁହେଁ, ବରଂ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଖରେ ଗତ ୩୪ ବର୍ଷ ଧରି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ରହିଛି । ଏହି ଚଷମା ପାଇଁ ତାଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି ।

Advertisment

କିଏ ସେହି ବ୍ୟକ୍ତି ଏବଂ କିପରି ପାଇଲେ ଏହି ଚଷମା?
ଏହି ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ  ରିବା’ର ଆଶିଷ୍ ଶର୍ମାଙ୍କୁ ଶ୍ରଦ୍ଧାରେ  ରାଜୀବ ଗାନ୍ଧୀ  ତାଙ୍କର ଏହି ଚଷମା  ଗିଫ୍ଟ କରିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିଲା  ।  ଗିଫ୍ଟ ଦେବାର କିଛି ଦିନ ପରେ ଦୁନିଆକୁ ଅଲ୍‌ବିଦା କହିଥିଲେ ରାଜୀବ ।  ଏହି ଚଷମା ୩୪ ବର୍ଷ ପୂରୂଣା । ୧୦୯୧ ମସିହା ୮  ମଇରେ ଏକ  ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ  ବୟସରେ ୨୦ ବର୍ଷ ସାନ  କଂଗ୍ରେସ  କାର୍ଯ୍ୟକର୍ତା ଆଶୀଷଙ୍କ ସହ ରାଜୀବଙ୍କ ସାକ୍ଷାତ ହୋଇଥିଲା ।  

କୋଟି ଟଙ୍କାର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ
ଗତ ୩୪ ବର୍ଷ ମଧ୍ୟରେ ଆଶୀଷଙ୍କୁ ଅନେକ ବଡ଼ ବଡ଼ ନେତା, ଶିଳ୍ପପତି ଏବଂ ସଂଗ୍ରାହକ ଏହି ଚଷମା ପାଇଁ ଯୋଗାଯୋଗ କରିଛନ୍ତି । ତାଙ୍କୁ କୋଟି କୋଟି ଟଙ୍କାର ଲୋଭ ଦେଖାଯାଇଛି, କିନ୍ତୁ  ଆଶୀଷ  ସବୁବେଳେ ଏହାକୁ ବିକ୍ରି କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି ।

ତାଙ୍କ ମତରେ, "ଏହି ଚଷମା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । ଏହା ମୋ ପାଇଁ କେବଳ ଏକ ଚଷମା ନୁହେଁ, ବରଂ ଏହା ରାଜୀବ ଜୀ'ଙ୍କ ବଳିଦାନ, ଦେଶ ପାଇଁ ତାଙ୍କର ସ୍ୱପ୍ନ ଏବଂ ସେହି କଳା ଦିନର ଏକ ଜୀବନ୍ତ ସାକ୍ଷୀ । ଏହାର ମୂଲ୍ୟ କୌଣସି ଟଙ୍କାରେ ଆକଳନ କରାଯାଇପାରିବ ନାହିଁ ।"  ଏହି ଘଟଣା ଦର୍ଶାଏ ଯେ ସମ୍ପର୍କ ଏବଂ ଭାବନାର ମୂଲ୍ୟ ସର୍ବଦା ପାର୍ଥିବ ବସ୍ତୁଠାରୁ ଉପରେ । ଆଶୀଷ ଶର୍ମାଙ୍କ ଏହି ନିଷ୍ଠା କେବଳ ରାଜୀବ ଗାନ୍ଧୀଙ୍କ ପ୍ରତି ତାଙ୍କର ସମ୍ମାନ ନୁହେଁ  ବରଂ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ସାଇତି ରଖିବାର ତାଙ୍କର ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରେ । ଏହି ଚଷମା ଆଜି କେବଳ ଏକ ସାଧାରଣ ବସ୍ତୁ ନୁହେଁ, ବରଂ ଏହା ଭାରତୀୟ ରାଜନୀତିର ଏକ ଅଭୁଲା ଅଧ୍ୟାୟର ମୂକସାକ୍ଷୀ ପାଲଟିଛି ।