କନକବ୍ୟୁରୋ : ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚାଉଳ ଉଠାଇପାରିବେ ଓ ଇ-କେୱାଇସି କରି ନ ଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଚଳିତମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷସୁଦ୍ଧା ଇ-କେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ଏଣୁ ସ୍ବାଭାବିକ ଭାବେ ସମସ୍ତଙ୍କ ନଜର ରହିଥିଲା, ସରକାର ଅକ୍ଟୋବର ୩୧ ତାରିଖ ଦିନ କ’ଣ ପଦକ୍ଷେପ ନେଉଛନ୍ତି ।
ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ : ଏଇମାନେ କରିପାରିବେ ଆବେଦନ
ଅଧିକ ପଢନ୍ତୁ ....
ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି । ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୫୬ ହଜାର, କଟକ ୮୭ ହଜାର, ମୟୂରଭଞ୍ଜ-କଳାହାଣ୍ଡି ୭୬ହଜାର, ବଲାଙ୍ଗୀର-ବାଲେଶ୍ବର ୭୪ ହଜାର, ପୁରୀ ୬୯ ହଜାର, ବରଗଡ଼ ୬୫ ହଜାର, କେନ୍ଦୁଝର-ଖୋର୍ଦ୍ଧାରେ ୬୪ ହଜାର ହିତାଧିକାରୀଙ୍କ ଇ-କେୱାଇସି ବାକି ରହିଛି ।
ରକ୍ତଭଣ୍ଡାରରେ ରକ୍ତ ଅଭାବ; ବାରିପଦାରେ ଜୀବନ ସହ ଯୁଝୁଛି ରୋଗୀ
ଅଧିକ ପଢନ୍ତୁ ..
ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୮ହଜାର ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ରାଜ୍ୟ ବାହାରେ ଥିବା ୧ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ମାତ୍ର ରାଜ୍ୟ ବାହାରେ କାମ କରୁଥିବା ଅନେକ ଲୋକ ବିଭିନ୍ନ କାରଣ ପାଇଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରୁନାହାନ୍ତି । ଏହାସହ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିଶୁ ରହିଛନ୍ତି। ସେମାନଙ୍କ ସଂଖ୍ୟାକୁ ହଟାଇଲେ ଇ-କେୱାଇସି କରି ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ ।
କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଭାସିବ ଡଙ୍ଗା; କାରଗର ପରିବାରର ପେଟ ପୂରିବ
ଅଧିକ ପଢନ୍ତୁ ....
ଇ-କେୱାଇସି କରିନାହାନ୍ତି ୧୫ଲକ୍ଷରୁ ଅଧିକ
ସେହିପରି ଅନେକ ଲୋକଙ୍କ ଫିଙ୍ଗର୍ ପ୍ରିଣ୍ଟ (ଅଙ୍ଗୁଳି ଛାପ) ଓ ଆଇରିସ୍ (ଚକ୍ଷୁ)କୁ ନେଇ ମଧ୍ୟ ସମସ୍ୟା ଉପୁଜୁଛି। ବିଶେଷ କରି ବୟସ୍କଙ୍କ କ୍ଷେତ୍ରରେ ଏହି ସମସ୍ୟା ରହିଛି। ଏହାର ସମାଧାନ ପାଇଁ ଯୋଗାଣ ବିଭାଗ ପକ୍ଷରୁ ସଂପୃକ୍ତ ହିତାଧିକାରୀଙ୍କୁ ନିଜର ନୋମିନି ଚୟନ କରିବାକୁ କୁହାଯାଉଛି। ସଂପୃକ୍ତ ନୋମିନଙ୍କ ଇ-କେୱାଇସି କରାଯିବ। ଗତ କିଛିଦିନ ହେବ ଯୋଗାଣ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି । ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନଭେମ୍ବର ପହିଲାରୁ ଇ-କେୱାଇସି କରି ନଥିବା ଲୋକଙ୍କ ଚାଉଳ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ ।
ସୁଦାନ ହସ୍ପିଟାଲରେ ୪୬୦ ଲୋକଙ୍କୁ ହତ୍ୟା
ଅଧିକ ପଢନ୍ତୁ ...
ରାଜ୍ୟରେ ଚାଲିଥିବା ଇ-କେୱାଇସିକୁ ନେଇ ନିକଟରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ବିଭାଗ ପକ୍ଷରୁ ଇ-କେୱାଇସିକୁ ପୂର୍ବଭଳି ଜାରି ରଖିବା ଲାଗି ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦିଆଯାଇଛି। ତେଣୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ଚାଉଳ ବନ୍ଦ କରାଯିବନାହିଁ । କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ ନେଇ ଏକ ସର୍କୁଲାର୍ ଜାରି କରିଥିଲେ ।
ଏଥିରେ ସମୟ ସମୟରେ ଇ-କେୱାଇସି କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ଯାହାଫଳରେ ପ୍ରତି ପରିବାରର ପ୍ରାଣ ହରାଇଥିବା ଓ ନୂଆ ସାମିଲ ହେଉଥିବା ବ୍ୟକ୍ତିଙ୍କ ସଂପର୍କରେ ଡାଟାବେସ୍ ପ୍ରସ୍ତୁତ ହୋଇପାରିବ। ତେବେ ଏହାଭିତରେ କେତେ ସଂଖ୍ୟକ ଜାଲ୍ ଓ ବାଂଲାଦେଶୀ ହିତାଧିକାରୀ ଧରାପଡ଼ିଛନ୍ତି ସେ ସଂପର୍କରେ ଅଧିକାରୀ ଜଣକ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦେଇପାରିନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/01/04-2025-11-01-07-53-33.jpg)