କନକ ବ୍ୟୁରୋ :ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀମାନଙ୍କ ପାଇଁ ଖୁସି ଖବର । ଏପର୍ଯ୍ୟନ୍ତ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା , ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I ଏହା ବ୍ୟତୀତ ଅଦ୍ୟାବଧି ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ  I ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତଚାଲୁରହିବ I

ଅଧିକ ପଢ଼ନ୍ତୁ--ଭାରତକୁ ଫେରିଲା ୬୪,୦୦୦ କିଲୋ ସୁନା : RBI ନେଲା ବଡ଼ ନିଷ୍ପତ୍ତି , ଜାଣନ୍ତୁ କେଉଁଠି ରଖାଗଲା ଏତେ ସୁନା

ପୂର୍ବରୁ ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ କହିଥିଲେ, ଯେଉଁମାନେ ନିଜର ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି । କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଛନ୍ତି । ଯେଉଁମାନେ ଇ-କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି, ଆସନ୍ତାମାସରୁ ଏହାକୁ ବନ୍ଦ କରିଦିଆଯିବ । ଗତ ୭-୮ ମାସ ଧରି ଇ-କେୱାଇସି ପ୍ରକ୍ରିୟା ଚାଲିଥିଲା । ତେଣୁ ଆଉ ବଢ଼ିବାର ନାହିଁ । କେନ୍ଦ୍ର ସରକାର ଯଦି ଇ-କେୱାଇସି ଅବଧି ବଢ଼ାଇବେ ତା’ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ। ଏହା ସହ ଯେଉଁମାନେ ରାସନ କାର୍ଡରୁ ବାଦ୍ ପଡ଼ିଥିବେ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାର କରାଯିବ। ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରି ନଥିବା ସେ ସୂଚନା ରହିଛି । 

ଇ-କେୱାଇସି କରାନଯିବାର କାରଣ

ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୩୦ ତାରିଖ ଇ-କେୱାଇସି କରିବାର ଶେଷ ତାରିଖ ରହିଥିଲା । ‌କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି । ପୂର୍ବ ସରକାର ସମୟରେ ଅନେକ ଭୂତ ହିତାଧିକାରୀ ଚାଉଳ ଉଠାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ଧରପଗଡ଼ ଆରମ୍ଭ ହୋଇଥିଲା । ରାଜ୍ୟର ଲକ୍ଷାଧିକ ଲୋକ ଇ-କେୱାଇସି ନ କରିବା ପଛରେ ଅନେକ କାରଣ ରହିଛି । ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ ହିତାଧିକାରୀ ଅପ୍‌ଡେଟ୍‌ କରିପାରିନାହାନ୍ତି । ଏହା ସହ ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକମାନେ ମଧ୍ୟ ଇ-କେୱାଇସି କରିନାହାନ୍ତି ।

ଅଧିକ ପଢ଼ନ୍ତୁ--ସେ ଶିବ, ସେ ହିଁ ଶକ୍ତି, ଭୋଳାଶଙ୍କର ଭୋଲାଭାଲା ବୋଲି ଆମେ ତାଙ୍କୁ ଭୋକରେ ରଖିଦେଉଛୁ...

ତାରିଖ ପରେ ତାରିଖ ଗଡୁଛି ହେଲେ ଶେଷ ହୋଇପାରୁନି ଇ-କେୱାଇସି ପ୍ରକ୍ରିୟା । ଯାହା ରାସନ କାର୍ଡ ହିତାଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୫୧ ହଜାର ୧୭୬ ଗାଁରୁ ୨୬୦୩ ଗାଁରେ ନାହିଁ ମୋବାଇଲ ନେଟୱର୍କ । ଏମିତିକି ଆଦିବାସୀ ପ୍ରବଣ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୩୭୫ ଗାଁରେ ନେଟୱର୍କ ନାହିଁ । ରାୟଗଡ଼ା, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାର ବହୁ ଗାଁରେ ଆଜି ବି ପାଇପାରୁନି ନେଟୱର୍କ । ଯାହା ରାସନକାର୍ଡ ଇ-କେୱାଇସିରେ ବଡ଼ ସମସ୍ୟା ସୃଷ୍ଟି କରିଛି ।  ଖାଲି ନେଟୱର୍କ ସମସ୍ୟା ନୁହେଁ, ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଧାର ଲିଙ୍କ୍‌ ବି ଇ-କେୱାସିରେ ସାଜିଛି ବାଧକ ।