କନକ ବ୍ୟୁରୋ : ଅଙ୍ଗନୱାଡି କେନ୍ଦ୍ରରେ ହିତାଧିକାରୀ ଅନେକ ପୁଷ୍ଟିକର ଖାଦ୍ୟ ପାଇବାର ବ୍ୟବସ୍ଥା ରହିଛି । କିନ୍ତୁ କେୱାଇସିର ନୂଆ ବ୍ୟବସ୍ଥା ପାଇଁ ସମସ୍ୟା ଭୋଗୁଛନ୍ତି ଲକ୍ଷାଧିକ ହିତାଧିକାରୀ । କେଉଁଠି ଇଣ୍ଟରନେଟ୍ ସମସ୍ୟା ତ ଆଉ କେଉଁଠି ଆପ୍ଲିକେସନ୍ରେ ସମସ୍ୟା । ଆଧାର କାର୍ଡ ଠିକ୍ ଥିଲେ ବି ଅନେକ ହିତାଧିକାରୀଙ୍କର ଚେହରା ଯାଞ୍ଚ ଠିକ୍ ଭାବେ ହୋଇପାରୁନି । ରାଜ୍ୟର ଉପାନ୍ତ ଅଞ୍ଚଳଠାରୁ ରାଜଧାନୀ ଯାଏଁ ସବୁଠି ସମାନ ସମସ୍ୟା ।
ସରକାରୀ ଯୋଜନା ମୁତାବକ ଅଙ୍ଗନଓ୍ୱାଡି କେନ୍ଦ୍ରରୁ ମିଳିଥାଏ ଅନେକ ସୁବିଧା । ଘରକୁ ରାସନ ନେବାର ଯୋଜନା ବି ରହିଛି । ସେହିପରି ଚିନ୍ତା ବଢ଼ାଇଛି ଅଙ୍ଗନୱାଡ଼ିରେ ଫେସ୍ ଭେରିଫିକେସନ୍ ବ୍ୟବସ୍ଥା । ଅଙ୍ଗନଓ୍ୱାଡି ଦିଦି ନିଜ ମୋବାଇଲରୁ ଏକ ସ୍ୱତନ୍ତ୍ର ଆପରେ ହିତାଧିକାରୀଙ୍କର ଫେସ୍ ଭେରିଫିକେସନ୍ ବା ଚେହରା ଯାଞ୍ଚ କରୁଛନ୍ତି । ହେଲେ ଏବେ ଏହି ଇ-କେୱାଇସିକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଇ-କେୱାଇସି ଅପଡେଟ୍ ନହେବାରୁ ସରକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । କିନ୍ତୁ ଏନେଇ ମନ୍ତ୍ରୀଙ୍କୁ ଜଣାଇନାହିଁ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/30/1-2025-07-30-16-33-22.jpg)