କନକ ବ୍ୟୁରୋ : ୨୦୧୩ ବ୍ୟାଚର ଅଫିସର ଯଶୋବନ୍ତ ଆଚାର୍ୟ୍ୟ । ମହିଳା ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏ ପୁଲିସ ବାବୁଙ୍କୁ ବାନ୍ଧିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି । ଯେଉଁ ପୁଲିସ, ଚାକିରି ପାଇବା ସମୟରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଏ, ସିଏ କେମିତି ନିଜେ ନାରୀଙ୍କୁ ଶୋଷଣ କରେ, ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଟଙ୍କା ଖାଇ ଟିଙ୍କ ଭଳି ଫୁଲିଥିବା ଅଫିସରଙ୍କୁ ଭିଜିଲାନ୍ସ ବାନ୍ଧିଥିବା ଖବର ଆପଣ ଦେଖିଥିବେ । କିନ୍ତୁ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏ ଅଫିସରଙ୍କୁ ବାନ୍ଧିଛି ପୁଲିସ । ଏହି ଅଫିସରଙ୍କ ଯୋଗୁ ଓଡ଼ିଶା ପୁଲିସର ବଦନାମ ହୋଇଛି ।
ଏଥିରେ ଦୁଷ୍କର୍ମର କଥା ଉଲ୍ଲେଖ ଥିଲେ ବି ମହିଳା ଥାନା ଦୁଷ୍କର୍ମ ମାମଲା ରୁଜୁ କରୁନଥିବା ଅଭିଯୋଗ କରିଛନ୍ତି ମହିଳା ସବଇନ୍ସପ୍ଟେକର । ଅଭିଯୋଗ ଅନୁସାରେ, ମହିଳାଙ୍କ ସହ ଦୀର୍ଘ ୮ ବର୍ଷ ଧରି ସମ୍ପର୍କରେ ଥିଲେ ପୁଲିସ ବାବୁ । ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ଗର୍ଭବତୀ କଥା ଜାଣିବା ପରେ ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିଲେ । ଯଶୋବନ୍ତ ପାରଳାଖେମୁଣ୍ଡିରେ ଥ୍ରୀ-ଏସଏସ ବାଟାଲିୟନ ଆର୍ମ୍ସରେ ଏସଆଇ ଭାବେ କାମ କରୁଥିଲେ । ପରେ ଭୁବନେଶ୍ବରରେ ପୋଷ୍ଟିଂ ପାଇବା ପାଇବା ମଧ୍ୟ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ତେବେ ପୀଡ଼ିତା ମହିଳା ଜଣକ ମହିଳା ଥାନାରେ ଅଭିଯୋଗ ପରେ ଯଶୋବନ୍ତଙ୍କୁ ଗିରଫ କରିଛି ପୁଲିସ ।
ବର୍ଷେ ଗଲାନି ୧୩ କୋଟିର ରାସ୍ତା; ଅବସ୍ଥା କହୁଛି ନିର୍ମାଣରେ ଦୁର୍ନୀତିର କଥା
ସମ୍ବେଦନଶୀଳ ନାରୀ ନିର୍ୟାତନା ପ୍ରସଙ୍ଗକୁ ରାଜ୍ୟ ସରକାର ରେଡ୍ ଫ୍ଲାଗ ହିସାବରେ ନେଉଛି । ପ୍ରତି ଥାନାରେ ମହିଳା ଅଫିସର ନିଯୁକ୍ତ କରୁଛି । କିନ୍ତୁ ଏଭଳି ଅଫିସର ଯେଉଁ ଥାନାରେ ଥିବେ, ସେଠି କେତେ ସୁରକ୍ଷିତ ରହିବେ ମହିଳା?