ସରିଲା ନୀତୀଶ ସରକାରଙ୍କ ଶପଥ ସମାରୋହ, ଜାଣନ୍ତୁ କେଉଁ ଦଳରୁ କିଏ ହେଲେ ମନ୍ତ୍ରୀ ?

ଅନେକ ନେତା ପ୍ରଥମଥର ପାଇଁ ନୀତୀଶ କ୍ୟାବିନେଟ୍‌ରେ ଯୋଗ ଦେଇଥଛନ୍ତି ଏବଂ ମନ୍ତ୍ରୀ ହୋଇଛନ୍ତି । ଏଥିରେ ବିଜେପିରୁ ରାମକ୍ରିପାଲ ଯାଦବ , ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ଲଖେନ୍ଦ୍ର କୁମାର ରୋଶନ ଏବଂ ଶ୍ରେୟସୀ ସିଂହ ସାମିଲ ଅଛନ୍ତି ।

NITISH CABINATE

NITISH CABINATE Photograph: (KANAK NEWS)

କନକ ବ୍ୟୁରୋ :୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଶପଥ ପାଠ ଉତ୍ସବରେ ୨ଲକ୍ଷରୁ ଅଧିକ ଜନତା ସମାଗମ ହୋଇଛି । ସକାଳଠାରୁ ପାଟନାର ଗାନ୍ଧୀ ମଇଦାନରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଅନେକ ନେତା ପ୍ରଥମଥର ପାଇଁ ନୀତୀଶ କ୍ୟାବିନେଟ୍‌ରେ ଯୋଗ ଦେଇଥଛନ୍ତି ଏବଂ ମନ୍ତ୍ରୀ ହୋଇଛନ୍ତି । ଏଥିରେ ବିଜେପିରୁ ରାମକ୍ରିପାଲ ଯାଦବ , ସଞ୍ଜୟ ସିଂହ ଟାଇଗର , ଅରୁଣ ଶଙ୍କର ପ୍ରସାଦ , ଲଖେନ୍ଦ୍ର କୁମାର ରୋଶନ ଏବଂ ଶ୍ରେୟସୀ ସିଂହ ସାମିଲ ଅଛନ୍ତି ।

ଚିରାଗ ପାସୱାନଙ୍କ ଦଳରୁ ସଞ୍ଜୟ କୁମାର , ସଞ୍ଜୟ କୁମାର ସିଂହ ଏବଂ ଉପେନ୍ଦ୍ର କୁଶହାୱାଙ୍କ ଦଳରୁ ଦୀପକ ପ୍ରକାଶ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାମକ୍ରିପାଲ ଯାଦବଙ୍କ କଥା କହିବାକୁ ଗଲେ ସେ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀଭାବେ କାର୍ଯ୍ୟ କରିଛନ୍ତି କିନ୍ତୁ ଆରଜେଡିରେ ଦୀର୍ଘ ସମୟ ରହିବା ସତ୍ତ୍ୱେ ସେ ମନ୍ତ୍ରୀ ହୋଇନଥିଲେ । ଭୋଜପୁରର ଆରା ଆସନରୁ ବିଧାୟକ ହୋଇଛନ୍ତି ସଞ୍ଜୟ ସିଂହ ଟାଇଗର । ଏହା ପୂର୍ବରୁ ସେ ସନ୍ଦେଶ ବିଧାସଭା ଆସନରୁ ବିଧାୟକ ଥିଲେ । ମଧୁବାଣୀର ଖଜୌଲି ଆସନରୁ ଅରୁଣ ଶଙ୍କର ପ୍ରସାଦ ଜିତିଛନ୍ତି । ସେହିପରି ରମା ନିଷାଦ ମୁଜାଫରପୁରର ଆଉରାଇ ଆସନରୁ ଜିତିଛନ୍ତି । 

ଅଧିକ ପଢ଼ନ୍ତୁ--କେତେ ଧନୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର? ନୀତୀଶଙ୍କ ପାଖରେ ଅଛି କେତେ ସମ୍ପତ୍ତି?

ଶ୍ରେୟସୀ ସିଂହ ଜାମୁଇ ଆସନରୁ ଜିତିଛନ୍ତି , ଏଲଜେପି-ଆର୍‌ ଆସନରୁ ମନ୍ତ୍ରୀ ହୋଇଥିବା  ସଞ୍ଜୟ କୁମାର ବଖ୍ରୀ ଆସନରୁ ଜିତିଛନ୍ତି । ସେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ ଏବଂ ମନ୍ତ୍ରୀପଦରେ ବସିଲେ । ଏଲପେଜି-(ଆର୍‌) ରୁ ମଧ୍ୟ ସଞ୍ଜୟ କୁମାର ସିଂହ ବୈଶାଳୀ ଜିଲ୍ଲାର ମହୁଆ ଆସନରୁ ଜିତିଛନ୍ତି । ଦୀପକ ପ୍ରକାଶ ଆରଏଲ୍‌ଏସପି ସୁପ୍ରିମୋ ଉପେନ୍ଦ୍ର କୁଶହାୱାଙ୍କ ପୁଅ , ସେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ--ରେଳମନ୍ତ୍ରୀଙ୍କ ବଡ଼ ସୂଚନା ; ଗଡ଼ିବ ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍‌

ଦିଲୀପ ଜୟସୱାଲଙ୍କ ସମେତ ତିନିଜଣ ନେତା ମନ୍ତ୍ରୀ ହୋଇଛନ୍ତି ଯେଉଁମାନେ କି ନୀତୀଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ନଥିଲେ । କିନ୍ତୁ ଅତୀତରେ ମନ୍ତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ଜୟସୱାଲ ବିଧାନ ପରିଷଦ କୋଟାରୁ ମନ୍ତ୍ରୀ ହୋଇଛନ୍ତି । ପୂର୍ବ ଚମ୍ପାରଣର ମୋତିହାରୀ ଆସନରୁ ବିଧାୟକ ପ୍ରମୋଦ କୁମାର ଏବଂ ପଶ୍ଚିମ ଚମ୍ପାରଣର ନୈାତନ ଆସନରୁ ବିଧାୟକ ନାରାୟଣ ପ୍ରସାଦଙ୍କୁ ପୁଣିଥରେ ମନ୍ତ୍ରୀ ହେବାର ସୁଯୋଗ ମିଳିଛି । ଦାନାପୁରରୁ ଆରେଜେଡିର ଷ୍ଟ୍ରଙ୍ଗ ନେତା ରିତଲାଲ ଯାଦବଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାନସଭାରେ ପହଞ୍ଚିଥିବା ରାମକ୍ରିପାଲ ଯାଦବ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ଯିଏ କି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରରେ ଥରେ ମନ୍ତ୍ରୀ ହୋଇସାରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe