କନକ ବ୍ୟୁରୋ: ବିହାରରେ ଆଜିଠୁ ପୁଣି ନୀତୀଶ ସରକାର । ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର । ଶପଥ ସମାରୋହ ପାଇଁ ସଜେଇ ହୋଇଛି ପଟନା ଗାନ୍ଧୀ ମଇଦାନ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଶପଥ ପାଠ ଉତ୍ସବରେ ୨ଲକ୍ଷରୁ ଅଧିକ ଜନତା ସମାଗମ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ କରିଛି । ୧୦ମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀଭାବେ ପୁଣି ଦାୟିତ୍ବ ସମ୍ଭାଳିବେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ଉଭୟ ବିଜେପି ଓ ଜେଡିୟୁର ପୃଥକ ପୃଥକ ବିଧାୟକ ଦଳ ବୈଠକରେ ଏମାନଙ୍କ ନାଁରେ ମୋହର ବାଜିଛି ।
ନୀତୀଶଙ୍କ ମନ୍ତ୍ରିମଣ୍ଡଳ, ସାମ୍ନାକୁ ଆସିଲା ଲିଷ୍ଟ; ଏହି ନେତା ହେବେ ବିହାରରେ ମନ୍ତ୍ରୀ
ନୀତୀଶ କୁମାର
ମୁଖ୍ୟମନ୍ତ୍ରୀ, ବିହାର
୧ମ ଶପଥ- ମାର୍ଚ୍ଚ ୩, ୨୦୦୦- ମାର୍ଚ୍ଚ ୧୦,୨୦୦୦
୨ୟ ଶପଥ- ନଭେମ୍ବର ୨୪, ୨୦୦୫- ନଭେମ୍ବର ୨୫,୨୦୧୦
୩ୟ ଶପଥ- ନଭେମ୍ବର ୨୬,୨୦୧୦- ମେ' ୧୯, ୨୦୧୪
୪ର୍ଥ ଶପଥ- ଫେବ୍ରୁଆରି ୨୨,୨୦୧୫- ନଭେମ୍ବର ୧୯,୨୦୧୫
୫ମ ଶପଥ- ନଭେମ୍ବର ୨୦,୨୦୧୫- ଜୁଲାଇ ୨୬,୨୦୧୭
୬ଷ୍ଠ ଶପଥ- ଜୁଲାଇ ୨୭, ୨୦୧୭- ନଭେମ୍ବର ୧୨, ୨୦୨୦
୭ମ ଶପଥ- ନଭେମ୍ବର ୧୬, ୨୦୨୦- ଅଗଷ୍ଟ ୯, ୨୦୨୨
୮ମ ଶପଥ- ଅଗଷ୍ଟ ୧୦, ୨୦୨୨- ଜାନୁଆରି ୨୮, ୨୦୨୪
୯ମ ଶପଥ- ଜାନୁଆରି ୨୮, ୨୦୨୫- ନଭେମ୍ବର ୧୯, ୨୦୨୫
୧୦ମ ଥର ପାଇଁ ଆଜିଠି ପୁଣି ନୀତୀଶଙ୍କ ନୂଆ ଇନିଂସ୍ ଆରମ୍ଭ ହୋଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/20/20-2025-11-20-11-46-39.jpg)