କାନ୍ଧରେ ଗାମୁଛା , ଖାଲି ପାଦ .. ରିସେପ୍ସନରେ ସୁପରଷ୍ଟାରଙ୍କ ନିଆରା ଲୁକ୍

Advertisment

ନବଦମ୍ପତିଙ୍କ ରିସେପ୍ସନରେ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ତାରକାଙ୍କ ଫ୍ୟାଶନର ଜଲୱା ଦେଖିବାକୁ ମିଳିଥିଲା । ଅଭିନେତ୍ରୀମାନଙ୍କର ଭଳିକି ଭଳି ରଙ୍ଗିନ୍ ଆଉଟଫିଟ୍ ଏବଂ ଅଭିନେତାଙ୍କ ଦାମୀ ସୁଟ୍,ବୁଟ୍ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା । କିନ୍ତୁ ଏତେ ଜଲୱା ପରେ ମଧ୍ୟ ଲାଇମଲାଇଟ୍ ନେଇଗଲେ ସୁପରଷ୍ଟାର୍ ରାମ ଚରଣ , ସେ ବି ପୁଣି ଅତି ସାଧାରଣ ବେଶପୋଷାକ ଏବଂ ଖାଲିପାଦରେ ।

ନବଦମ୍ପତିଙ୍କ ରିସେପ୍ସନରେ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ତାରକାଙ୍କ ଫ୍ୟାଶନର ଜଲୱା ଦେଖିବାକୁ ମିଳିଥିଲା । ଅଭିନେତ୍ରୀମାନଙ୍କର ଭଳିକି ଭଳି ରଙ୍ଗିନ୍ ଆଉଟଫିଟ୍ ଏବଂ ଅଭିନେତାଙ୍କ ଦାମୀ ସୁଟ୍,ବୁଟ୍ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା । କିନ୍ତୁ ଏତେ ଜଲୱା ପରେ ମଧ୍ୟ ଲାଇମଲାଇଟ୍ ନେଇଗଲେ ସୁପରଷ୍ଟାର୍ ରାମ ଚରଣ , ସେ ବି ପୁଣି ଅତି ସାଧାରଣ ବେଶପୋଷାକ ଏବଂ ଖାଲିପାଦରେ ।

ram-charan

ram-charan Photograph: (google)

କନକ ବ୍ୟୁରୋ : ରାଜକୀୟ ପୋଷାକ ପରିଧାନ କରି ବଡ଼ ଧୁମଧାମରେ ତେଲୁଗୁ ଏବଂ କୋଡାଭା ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧିହେବା ପରେ ମାର୍ଚ୍ଚ ୪ ତାରିଖରେ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ରିସେପ୍ସନର ଆୟୋଜନ ହୋଇଥିଲା । ଏହି ଗ୍ରାଣ୍ଡ୍ ରିସେପ୍ସନରେ ସାଉଥ୍ ସିନେ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ତାରକା ଏବଂ ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ କରିଥିଲେ ବିରୋଶ୍ । ନବଦମ୍ପତିଙ୍କ ରିସେପ୍ସନରେ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରି ଏବଂ ବଲିଉଡ୍ ତାରକାଙ୍କ ଫ୍ୟାଶନର ଜଲୱା ଦେଖିବାକୁ ମିଳିଥିଲା । ଅଭିନେତ୍ରୀମାନଙ୍କର ଭଳିକି ଭଳି ରଙ୍ଗିନ୍ ଆଉଟଫିଟ୍ ଏବଂ ଅଭିନେତାଙ୍କ ଦାମୀ ସୁଟ୍,ବୁଟ୍ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା । କିନ୍ତୁ ଏତେ ଜଲୱା ପରେ ମଧ୍ୟ ଲାଇମଲାଇଟ୍ ନେଇଗଲେ ସୁପରଷ୍ଟାର୍ ରାମ ଚରଣ , ସେ ବି ପୁଣି ଅତି ସାଧାରଣ ବେଶପୋଷାକ ଏବଂ ଖାଲିପାଦରେ । କଳା ରଙ୍ଗର ପୋଷାକ , ଲମ୍ବା ଦାଢ଼ି ଏବଂ ଖାଲି ପାଦ ଅତ୍ୟନ୍ତ ସାଧାରଣ ଲୁକରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଅଭିନେତା ରାମ ଚରଣ ।

ଆଗକୁ ପଢ଼ନ୍ତୁ : ସାଉଥ୍ ଇଣ୍ଡଷ୍ଟ୍ରିରେ ଚାଲିଛି ବାହାଘର ଋତୁ : ବିଜୟ-ରଶ୍ମିକାଙ୍କ ପରେ ବାହାହେବେ ଏହି ହିରୋ

ତେବେ ଏହି ସମୟରେ ପୂରା ସୋସିଆଲ୍ ମିଡିଆ ବିଜୟ ଏବଂ ରଶ୍ମିକାଙ୍କ ରିସେପ୍ସନ୍ ଲୁକର ଚର୍ଚ୍ଚା କରୁଛି । ଏହି ଷ୍ଟାର୍ ଦମ୍ପତି ବି ନିଜ ରିସେପ୍ସନ୍ ଲୁକ୍ ଅତି ସାଧାରଣ ରଖିଥିଲେ । ବିଜୟ ଧଳା ଧୋତି ଏବଂ କୁରତା ପିନ୍ଧିଥିବା ବେଳେ ରଶ୍ମିକାଙ୍କ ନାଲି ଶାଢ଼ି ଦୁହିଁଙ୍କ ଲୁକକୁ ଆହୁରି ସୁନ୍ଦର କରୁଥିଲା । ରିସେପ୍ସନରେ ବଲିଉଡ୍ ଏବଂ ଟଲିଉଡର ତାରକା ନିଜ ନିଜ ଷ୍ଟାଇଲରେ ଏଣ୍ଟ୍ରି ନେଇଥିଲେ । କିନ୍ତୁ ରାମଚରଣ ଖାଲିପାଦରେ , କାନ୍ଧରେ ଗାମୁଛା ପକାଇ ରିସେପ୍ସନରେ ପହଞ୍ଚିଥିଲେ । ଧର୍ମପତ୍ନୀ ଉପାସନାଙ୍କ ସହ ରାମଚରଣ ରିସେପ୍ସନ୍ ପାର୍ଟିରେ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ରାମଚରଣ କାହିଁକି ପାର୍ଟିରେ ଖାଲି ପାଦରେ ପହଞ୍ଚିଲେ ?

ରାମଚରଣ ଏଭଳି ବେଶପୋଷାକ ପିନ୍ଧିବାର କାରଣ ହେଉଛି ଏହି ସମୟରେ ସେ ଅୟପ୍ପା ଦୀକ୍ଷାର ପାଳନ କରୁଛନ୍ତି । ଏହି ଦୀକ୍ଷାର ଧାର୍ମିକ ମାନ୍ୟତା ଅନୁସାରେ ଭକ୍ତ କଳା କିମ୍ବା ନୀଳ ରଙ୍ଗର ପୋଷାକ ହିଁ ପିନ୍ଧିବେ ଏବଂ ୪୧ ଦିନ ଜୋତା,ଚପଲ ନ ପିନ୍ଧି ଖାଲି ପାଦରେ ଚଲାବୁଲା କରିବେ । ଯେହେତୁ ଅଭିନେତା ଏହି ଦୀକ୍ଷାକୁ ଆପଣାଇଛନ୍ତି ତେଣୁ ସେ ପୂରା ନିୟମକୁ ମଧ୍ୟ ପାଳନ କରୁଛନ୍ତି । ତେବେ ଏହା ପ୍ରଥମଥର ନୁହେଁ ଅନେକ ବର୍ଷରୁ ଅଭିନେତା ଏହି ଦୀକ୍ଷା ଆପଣାଇଛନ୍ତି । ତେବେ ଏହି ନିୟମ ସାବରୀମାଳା ମନ୍ଦିରରେ ପ୍ରଭୁ ଅୟପ୍ପାସ୍ବାମୀଙ୍କ ଦର୍ଶନ କରିବା ପୂର୍ବରୁ ପାଳନ କରାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe