କନକ ବ୍ୟୁରୋ:  ବଲିଉଡର ‘ଡ୍ରାମା କୁଇନ୍’ ଭାବେ ପରିଚିତ ରାଖୀ ସାୱନ୍ତ ସର୍ବଦା ନିଜର ଅଜବ ବୟାନ ଏବଂ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ପୋଷାକକୁ ନେଇ ତ କେତେବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି । ତେବେ ନିକଟରେ ରାଖୀ ଏମିତି ଏକ ବୟାନ ଦେଇଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଦୁଇ ଦୁଇଟି ବିବାହ ବିଚ୍ଛେଦ ପରେ ମଧ୍ୟ ରାକ୍ଷୀ ହାର ମାନିନାହାନ୍ତି ଏବଂ ୪୭ ବର୍ଷ ବୟସରେ ପୁଣି ଥରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, ସେ ନିଜ ପାଇଁ ବର ଭାବରେ ଯୋଗଗୁରୁ ବାବା ରାମଦେବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ନେଇଛନ୍ତି । ତେବେ ଏଥର ସ୍ବୟମ୍ବରରେ କଳାକାରମାନଙ୍କୁ  ଡାକୁ ନାହାଁନ୍ତି ରାଖୀ,  କେବଳ ରାଜନେତାମାନେ ହେବେ ସାମିଲ । 
 
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଖୀ ସାୱନ୍ତ କହିଛନ୍ତି ଯେ, ସେ ଏବେ ମଧ୍ୟ ପ୍ରେମ ଉପରେ ଭରସା ରଖନ୍ତି । ଅତୀତରେ ତାଙ୍କର ଦୁଇଟି ବିବାହ ଅସଫଳ ହୋଇଥିଲେ ମଧ୍ୟ ସେ ଜୀବନରେ ଜଣେ ସାଥୀର ଆବଶ୍ୟକତା ଅନୁଭବ କରୁଛନ୍ତି । ତେଣୁ ସେ ପୁଣି ଥରେ ଏକ "ସ୍ୱୟମ୍ବର"  ଆୟୋଜନ କରିବାକୁ ଚାହୁଁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବହୁ ବର୍ଷ ପୂର୍ବେ ଟିଭିରେ 'ରାଖୀ କା ସ୍ୱୟମ୍ବର' ନାମକ ଏକ ସୋ’ ପ୍ରସାରିତ ହୋଇଥିଲା, ଯାହା ବେଶ୍ ଲୋକପ୍ରିୟ ହୋଇଥିଲା ।

Advertisment

ଅଧିକ ପଢନ୍ତୁ: ସ୍ୱାମୀ ରିତେଶଙ୍କଠାରୁ ଅଲଗା ହେଲେ ରାକ୍ଷୀ ସାୱନ୍ତ : ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିବା ସହ ଲେଖିଲେ ବିବାହ ବିଚ୍ଛେଦର କାରଣ


ରାକ୍ଷୀ ନିଜର ଚିରାଚରିତ ଅନ୍ଦାଜରେ କହିଛନ୍ତି ଯେ, ଯଦି ତାଙ୍କର ସ୍ୱୟମ୍ବର ହୁଏ, ତେବେ ସେ ଚାହିଁବେ ସେଥିରେ ବଡ଼ ବଡ଼ ହସ୍ତୀ ସାମିଲ ହୁଅନ୍ତୁ। ସେ ଥଟ୍ଟାମଜାରେ କହିଛନ୍ତି ଯେ, "ମୁଁ ଚାହେଁ ମୋ ସ୍ୱୟମ୍ବରରେ ବାବା ରାମଦେବ ଏବଂ ରାହୁଲ ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱ ଆସନ୍ତୁ । ଯଦି ସେମାନେ ମୋତେ ବିବାହ କରିବାକୁ ରାଜି ହୁଅନ୍ତି, ତେବେ ମୁଁ ବହୁତ ଖୁସି ହେବି।" ରାହୁଲ ଗାନ୍ଧୀ ଏବେ ବି ଅବିବାହିତ ଅଛନ୍ତି ଏବଂ ବାବା ରାମଦେବ ଜଣେ ବ୍ରହ୍ମଚାରୀ, ତେଣୁ ରାକ୍ଷୀଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଓ ମଜାଳିଆ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଅଧିକ ପଢନ୍ତୁ: ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ । ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ଲାଗିବ ରୋକ୍


ରାକ୍ଷୀଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଝଡ଼ଝଞ୍ଜାରେ ପରିପୂର୍ଣ୍ଣ ରହିଛି । ପ୍ରଥମେ ସେ ରୀତେଶ ସିଂହ ନାମକ ଜଣେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିଲେ । କିନ୍ତୁ ସେହି ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା ଏବଂ ପରେ ଜଣାପଡିଥିଲା ଯେ ରୀତେଶ ଆଗରୁ ବିବାହିତ ଥିଲେ । ଏହାପରେ ରାଖୀ ମହୀଶୂରର ବ୍ୟବସାୟୀ ଆଦିଲ ଖାନ ଦୁରାନୀଙ୍କ ସହ ପ୍ରେମ ବିବାହ କରିଥିଲେ ଏବଂ ଧର୍ମ ପରିବର୍ତ୍ତନ କରି ଫାତିମା ନାମ ଗ୍ରହଣ କରିଥିଲେ । କିନ୍ତୁ ଏହି ବିବାହ ଅତ୍ୟନ୍ତ ତିକ୍ତତାର ସହ ଶେଷ ହୋଇଥିଲା । ରାଖୀ ଆଦିଲଙ୍କ ବିରୋଧରେ ପ୍ରତାରଣା ଏବଂ ନିର୍ଯାତନାର ସଙ୍ଗୀନ ଅଭିଯୋଗ ଆଣିଥିଲେ, ଯାହା ପରେ ଆଦିଲଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା ।

ରାଖୀ କହିଛନ୍ତି ଯେ, ୪୭ ବର୍ଷ ବୟସରେ ଏକା ରହିବା କଷ୍ଟକର । ସେ କହିଛନ୍ତି, "ମୋ ଜୀବନରେ ଅନେକ ଧୋକା ମିଳିଛି, କିନ୍ତୁ ମୁଁ ଏବେ ବି ଆଶାବାଦୀ । ମୋତେ ଏମିତି ଜଣେ ସ୍ୱାମୀ ଦରକାର ଯିଏ ମୋତେ ପ୍ରକୃତରେ ଭଲ ପାଇବ ଏବଂ ମୋର ସମ୍ମାନ କରିବ।"