କନକ ବ୍ୟୁରୋ: ଶିଶୁ କଳାକାରଙ୍କ ଶୋଷଣ ଉପରେ ଲାଗିବ ରୋକ । ଟେଲିଭିଜନ, ସିନେମା, ଯାତ୍ରାରେ କାର୍ଯ୍ୟ କରୁଥିବା ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏନେଇ ମାର୍ଗଦର୍ଶିକା ଜାରି କରିବା ସହ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରାଯାଇଛି । ନୂଆ ନିୟମ ଅନୁଯାୟୀ ଏଣିକି ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ରୋକ୍ ଲାଗିବ । ଯାତ୍ରାରେ କାମ କରିବାକୁ ହେଲେ ମାଲିକମାନେ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ନେବା ଆବଶ୍ୟକ । ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଶିଶୁ ଅଂଶଗ୍ରହଣକାରୀଙ୍କ ତାଲିକା, ପିତାମାତା କିମ୍ବା ଅଭିଭାବକଙ୍କ ସମ୍ମତି ଦେବା ଜରୁରୀ । ପ୍ରାପ୍ତ ହୋଇଥିବା ଅନୁମତି ଛଅ ମାସ ପାଇଁ ବୈଧ ରହିବ ।