କଣ୍ଟ୍ରୋଭର୍ସି କ୍ବିନ୍ ନାଁରେ ଚର୍ଚ୍ଚିତ ରାକ୍ଷୀ ସାୱନ୍ତଙ୍କୁ ଅବା କିଏ ନ ଜାଣେ । ବଲିଉଡରୁ ଆରମ୍ଭ କରି ଟେଲିଭିଜନ୍ , ରିୟଲିଟି ସୋ’ରେ ନିଜ ତେଢା କଥାକୁ ନେଇ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ରାକ୍ଷୀ ବର୍ତ୍ତମାନ ପୁଣିଥିରେ ଚର୍ଚ୍ଚା ଘେରକୁ ଚାଲିଆସିଛନ୍ତି । ଗତ କିଛି ଦିନ ଧରି ପାକିସ୍ତାନର ବୋହୂର ଟ୍ୟାଗ୍ ସାଙ୍ଗରେ ଧରି ଚାଲୁଥିବା ରାକ୍ଷୀଙ୍କୁ ପ୍ରଥମେ ପାକ୍ ଅଭିନେତା ଡୋଡି ଖାନ୍ ବିବାହ କରିବେ ବୋଲି କହିଥିଲେ । କିନ୍ତୁ ମଜାକଥାଟି ଯେତେବେଳେ ଗମ୍ଭୀର ମାମଲାର ରୂପ ନେଲା ଡୋଡି ଡାଡିମମ୍ମି ଡ଼ାକି ବିବାହକୁ ଦୂରୁ ଜୁହାର କରି ନା’ର ରାସ୍ତା ଧରି ଚୁପ୍ ହୋଇ ରହିଗଲେ । ତେବେ କିଛି ଦିନ ତଳେ ପାକିସ୍ତାନର ମୁଫତି ଅବଦୁଲ୍ କବି ରାକ୍ଷୀ ସାୱନ୍ତଙ୍କୁ ନିକାହ୍ କରିବାର ଇଚ୍ଛା ପ୍ରକାଶ କରିଥିଲେ । ଆଉ ଏବେ ମୁଫତିଙ୍କ ପ୍ରସ୍ତାବର ଜବାବ୍ ରଖିଛନ୍ତି କଣ୍ଟ୍ରୋଭର୍ସି କ୍ବିନ୍ । ରାକ୍ଷୀ ନିକାହ ପାଇଁ ରାଜି ତ ଅଛନ୍ତି କିନ୍ତୁ ମୁହଁଦେଖା ପାଇଁ ମାଗିଛନ୍ତି ବହୁତ ବଡ଼ ଗିଫ୍ଟ । 

Advertisment
dodi
dodi Photograph: (google)

ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାର ସମୟରେ ରାକ୍ଷୀ ମୁଫତି ଅବଦୁଲ୍ କବିଙ୍କ ସହ କଥାବାର୍ତ୍ତା କରି ନିଜ ସର୍ତ୍ତ ଜଣାଇଥିଲେ । ସେ କହିଥିଲେ ଯଦି ସେ ରାକ୍ଷୀଙ୍କୁ ବିବାହ କରିବାକୁ ଚାହାଁନ୍ତି ତେବେ ତାଙ୍କର ୬ ରୁ ୭ କୋଟି ଟଙ୍କାର ଋଣକୁ ତାଙ୍କୁ ସୁଝିବାକୁ ପଡ଼ିବ । ଏହି କଥାରେ ମୁଫତି କହିଥିଲେ ଆଜିଠାରୁ ରାକ୍ଷୀଙ୍କ ଋଣର ଭାର ମୋ କାନ୍ଧରେ । ରାକ୍ଷୀ ସାୱନ୍ତଙ୍କୁ ଯେତେବେଳେ ବିବାହ କରିବେ କି ପ୍ରଶ୍ନ ପଚରାଯାଇଥିଲା ସେ କହିଥିଲେ , ଏମିତି କେମିତି ହଁ କହିଦେବି । ମୁଫତିଙ୍କ ବୟସ କେତେ ମୁଁ ଜାଣିନି । ରାକ୍ଷୀଙ୍କ ଏହି କଥାରେ ମୁଫତି କହିଥିଲେ , ମୋ ବୟସ ୫୮ ବର୍ଷ । ମୁଁ ଥରେ ବିବାହ କରିଛି ଏବଂ ଅଜା ମଧ୍ୟ ହୋଇସାରିଛି । କିନ୍ତୁ ପ୍ରେମରେ ବୟସର ପ୍ରଶ୍ନ କିଏ ପଚାରେ .. ଏସବୁ ପ୍ରେମର କଥା ସାଙ୍ଗ ହୋଇ ଆଗକୁ ଚାଲିବା । 

rakhi
rakhi Photograph: (google)

ମୁଫତିଙ୍କ ସହ କଥା ହୋଇ ରାକ୍ଷୀ ବିବାହ ପାଇଁ ରାଜି ତ ହୋଇଗଲେ କିନ୍ତୁ ମୁହଁଦେଖାରେ ପାକିସ୍ତାନ ଏବଂ ଭାରତର ବନ୍ଧୁତା ମାଗିଲେ । ଏଥିପାଇଁ ସେ ନିଜର ବି ଯଦି ବଳିଦାନ ଦେବାକୁ ପଡେ ତାହେଲେ ଦେବେ ବୋଲି ମଧ୍ୟ କହିଦେଲେ । ମୁଫତି ରାକ୍ଷୀଙ୍କୁ ବିବାହ ପରେ ପରେ ବନ୍ଧୁତା ଆରମ୍ଭ ବୋଲି ପ୍ରତିଶୃତି ଦେଲେ ।