ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ଘରକୁ ଆସିଲା ଖୁସି, କନ୍ୟା ସନ୍ତାନର ବାପା-ମାଆ ହେଲେ ଏହି ଷ୍ଟାର୍ ଦମ୍ପତି

Advertisment

ବାପା ମା ହେଲେ ବଲିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ପତ୍ରଲେଖା

ବାପା ମା ହେଲେ ବଲିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ପତ୍ରଲେଖା

Rajkummar rao

Rajkummar rao Photograph: (KanakNews)

କନକ ବ୍ୟୁରୋ:  ବାପା ମା ହେଲେ ବଲିଉଡ୍ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ ପତ୍ରଲେଖା ।  ସେମାନଙ୍କ ଘରକୁ ଏକ ନୂଆ ଅତିଥିଙ୍କ ଆଗମନ ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦମ୍ପତ୍ତି  । ଏହି ଷ୍ଟାର୍ ଦମ୍ପତି ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ରାଜକୁମାର ରାଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି । ରାଜକୁମାର ଏବଂ ପତ୍ରଲେଖା ଉଭୟ ଏକ ମନଛୁଆଁ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ନବଜାତ ଶିଶୁର ଛୋଟ ହାତକୁ ଧରିଥିବାର ଦେଖାଯାଉଛି । ଏହି ଫଟୋ ସହିତ ସେମାନେ ଏକ ଭାବପ୍ରବଣ କ୍ୟାପ୍ସନ୍ ମଧ୍ୟ ଲେଖିଛନ୍ତି । "ଆଜି ଆମ ଘରେ ଖୁସିର ଆଗମନ ହୋଇଛି । ଆମେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମେ ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦ କାମନା କରୁଛୁ ।"  

ଅଧିକ ପଢନ୍ତୁ : କାହିଁକି ହେଲା ସୁସ୍ମିତା ସେନଙ୍କ ବ୍ରେକଅପ୍ ? ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ ।

ଏହି ଖବର ସାମ୍ନାକୁ ଆସିବା ପରେ ବଲିଉଡ୍ ତାରକା ଏବଂ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ ସେଲିବ୍ରିଟି ରାଜକୁମାର ଏବଂ ପତ୍ରଲେଖାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, ଏବଂ ଅଲିଆ ଭଟ୍ଟଙ୍କ ଭଳି ତାରକାମାନେ ସେମାନଙ୍କ ପୋଷ୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଖବରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ପ୍ରେମ କାହାଣୀ ବଲିଉଡରେ ବେଶ୍ ଲୋକପ୍ରିୟ । ଦୀର୍ଘ ଦିନରୁ ପ୍ରେମ ସମ୍ପର୍କରେ ରହିବା ପରେ ୨୦୨୧ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ବିବାହ ସମାରୋହ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପରିବାର ଏବଂ ନିକଟତର ବନ୍ଧୁମାନେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ : ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କୁ ହୃଦଘାତ । ଆଞ୍ଜିଓପ୍ଲାଷ୍ଟି ପରେ କିପରି ଅଛନ୍ତି ସୁସ୍ମିତା?

ସେବେଠାରୁ ଏହି ଦମ୍ପତି ସର୍ବଦା ସେମାନଙ୍କ ପ୍ରେମ ଏବଂ ସମ୍ପର୍କକୁ ନେଇ ଖୋଲାଖୋଲି ଭାବରେ କଥା ହେଉଥିଲେ । ରାଜକୁମାର ରାଓ ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା, ଯାହା ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ଆଣି ଦେଇଛି । ଅନ୍ୟପକ୍ଷରେ, ପତ୍ରଲେଖା ମଧ୍ୟ ଜଣେ ପ୍ରତିଭାବାନ ଅଭିନେତ୍ରୀ, ଯିଏ ଅନେକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ବର୍ତ୍ତମାନ ଏହି ଷ୍ଟାର୍ ଦମ୍ପତି ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ସେମାନେ ପିତାମାତା ହେବାର ଖୁସିରେ ବିଭୋର ଅଛନ୍ତି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe