କନକ ବ୍ୟୁରୋ :  ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ନାହିଁ ଶ୍ମଶାନ ଘାଟ। ଶବ ସତ୍କାର କରିବାକୁ ଯିବାକୁ ପଡ଼ୁଛି ବେଦବ୍ୟାସ। ସାଧାରଣ ପରିବାର ଲୋକ, ସଂପର୍କୀୟଙ୍କ ଶେଷକୃତ୍ୟ ପାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଘରଠାରୁ ୨୫ କିଲୋମିଟର ଦୂର ଯିବାକୁ ବାଧ୍ୟ ହେଉଛନ୍ତି । ପୌରପାଳିକା ପକ୍ଷରୁ ଶ୍ମଶାନ ଘାଟ କରିବାକୁ ଆନ୍ତରିକତା ନଥିବା ଅଭିଯୋଗ ଆଣିଛନ୍ତି କାଉନସିଲର। ବିଭିନ୍ନ ଉନ୍ନୟନ କାର୍ଯ୍ୟପାଇଁ ପୁଳାପୁଳା ଟଙ୍କା ଖର୍ଚ୍ଚ କରୁଥିବା ସରକାରଙ୍କର ଏଥିପ୍ରତି ଆନ୍ତରିକତା ନଥିବାର ମନେ ହେଉଛି । 

Advertisment

ଅଧିକ ପଢ଼ନ୍ତୁ :ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ

ରାଜଗାଙ୍ଗପୁର ସହରରେ ୨ଟି ଶ୍ମଶାନ ଘାଟ ଅଛି । ଗୋଟିଏ ସହରର ଶେଷ ଭାଗରେ, ଆଉ ଗୋଟିଏ ଲିପଲୋଇ ନଦୀପଠାରେ । ନଦୀକୂଳ ଘାଟରେ ସହିଦ ପ୍ରଦୀପ ପଣ୍ଡାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ଏହି ଘାଟଟି ଏବେ ଜରାଜୀର୍ଣ୍ଣ । ୧୦ବର୍ଷ ତଳୁ ବର୍ଷାରେ ନିର୍ମାଣାଧୀନ ଘାଟଟି ଧୋଇ ଯାଇଛି । ଯିବା ପାଇଁ ରାସ୍ତା ନାହିଁ, ଦ‌ାହସଂସ୍କାର ପାଇଁ ବହୁ ଅସୁବିଧା ହେଉଛି। ତେଣୁ ଲୋକମାନେ ଅନ୍ୟଘାଟକୁ ଭରସା କରୁଛନ୍ତି । 

ଅଧିକ ପଢ଼ନ୍ତୁ :ଏମିତି ଆସିଥିଲା ମୃତ୍ୟୁ : ସେଲଫି ନେବା ବେଳେ କେମିତି ଇବ ନଦୀରେ ଭାସିଯାଇଥିଲେ ରାଜଗାଙ୍ଗପୁରର ନିରୁପମା ପ୍ରଜାପତି; ସାମନାକୁ ଆସିଲା ଘଟଣା ବେଳର ପୁରା ଦୃଶ୍ୟ

ବଗିଚାପଡ଼ା ଶ୍ମଶାନ ଘାଟର ମଧ୍ୟ ସମାନ ଅବସ୍ଥା । ୧୦ବର୍ଷ ତଳେ ନିର୍ମିତ ଘାଟର ଅବସ୍ଥା କହିଲେ ନସରେ। ଅତିଦୟନୀୟ। ମୃତଶରୀର ଦାହ କରାଯିବ କ’ଣ, ଠିଆ ହୋଇ ହେଉନି ! ତେଣୁ ୫ରୁ ୧୦ ହଜାର ଖର୍ଚ୍ଚ କରି ମୃତଦେହକୁ ବେଦବ୍ୟାସ ନଚେତ୍‌ ଏକ ଘରୋଇ ସଂସ୍ଥା ବୈକୁଣ୍ଠ ଧାମକୁ ନେଉଛନ୍ତି ଆତ୍ମିୟ ସ୍ୱଜନ।