ଓଭରବ୍ରିଜ୍ ପାଇଁ ଚାହିଁବସିଛନ୍ତି ରାଜଗାଙ୍ଗପୁର ବାସୀ । କାମ ଆରମ୍ଭ ନହେଉଣୁ ବିବାଦ

111

କନକ ବ୍ୟୁରୋ : ରାଜଗାଙ୍ଗପୁର ବହୁ ପ୍ରତିକ୍ଷୀତ ବ୍ରିଜ୍ ପାଇଁ ଚାହିଁବସିଛନ୍ତି ଲୋକେ । ହେଲେ ବ୍ରିଜ୍ କାମ ନେଇ ଦେଖାଦେଇଛି ଅନିଶ୍ଚିତତା । ଓଭରବ୍ରିଜ କାମ ନେଇି ବିବାଦ ଆରମ୍ଭ ହୋଇଛି । କାମ ଖୁବ ଶିଘ୍ର ଶେଷ ହୋଇଯିବାର ଅଧୀକ୍ଷଣ ଯନ୍ତ୍ରୀ କହୁଥିବା ବେଳେ ଏବେ ସୁଦ୍ଧା ଜମି କ୍ରୟ ହୋଇପାରିନି । ଅନ୍ୟପଟେ ସରକାରୀ ଘରେ ରହୁଥିବା ଲୋକଙ୍କ ଥଇଥାନ କରିବାପାଇଁ ନିର୍ଦ୍ଦେଶ କରାଯାଇସାରିଲାଣି । ଯାହକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସହର ମଧ୍ୟ ଭାଗରେ ଥିବା ଦକ୍ଷିଣ ପୂର୍ବ ରେଳପଥ ପାଓଡା-ମୁମ୍ବାଇର ମୁଖ୍ୟ ରାସ୍ତା ଥିବାରୁ ରେଳପଥର ଅଧିକ ଗୁରୁତ୍ୱ ରହିଛି । ସେହିଭଳି ଟ୍ରେନ୍ ଚଳାଚଳ ମଧ୍ୟ ଏଠାର ବୃଦ୍ଧି ପାଇଛି । ଯାହାଫଳରେ ରେଳ ଫାଟକ ପାଖରେ ଲାଗୁଛି ଭିଡ । ପାଖରେ ବିଦ୍ୟାଳୟ ଥିବାରୁ ପିଲାଙ୍କୁ ମଧ୍ୟ ଏହି ଭିଡ ଭିତରେ ରେଳଫାଟକ ପାର ହୋଇ ଯିବାକୁ ପଡୁଛି । ହେଲେ ଏଠି ସମ୍ପୁର୍ଣ୍ଣ ଜମିକ୍ରୟ ହୋଇପାରିନଥିବା ବେଳେ କାମ ବି ଆରମ୍ଭ ହୋଇନପାରି ଦ୍ୱନ୍ଦ ବଢିଚାଲିଛି ।

ଏବେ ସୁଦ୍ଧା ସମ୍ପୁର୍ଣ୍ଣ ଜମି କିଣାଯାଇନାହିଁ । ହେଲେ ବ୍ରିଜ ତିଆରି ପାଇଁ ଘର ଓ ବିଦ୍ୟୁତ ସବଷ୍ଟେସନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଅଯାଇସାରିଲାଣି । ପରିବାର ଲୋକଙ୍କୁ ଉଚ୍ଛଦ ପୂର୍ବରୁ ଥଇଥାନ କରାଯିବାର ନିର୍ଦ୍ଦେଶ ବି ଦିଆଯାଇଛି । ତେବେ ବ୍ରିଜ ତିଆରି ହେଲେ ଜମି ତ ହରାଇବେ ନିଜନିଜ ବ୍ୟବସାୟ ହରାଇବେ ବହୁ ପରିବାର । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଓଭରବ୍ରିଜ କାମ ନେଇ ମାମଲା ଚାଲିଥିବା ବେଳେ ଏହାର ଶୁଣାଣି ନସରିବା ଯାଏ କାର୍ଯ୍ୟ ନିର୍ଦ୍ଧରେିତ ସମୟରେ ସରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ ।