ଏମିତି ଆସିଥିଲା ମୃତ୍ୟୁ : ସେଲଫି ନେବା ବେଳେ କେମିତି ଇବ ନଦୀରେ ଭାସିଯାଇଥିଲେ ରାଜଗାଙ୍ଗପୁରର ନିରୁପମା ପ୍ରଜାପତି; ସାମନାକୁ ଆସିଲା ଘଟଣା ବେଳର ପୁରା ଦୃଶ୍ୟ

821

କନକ ବ୍ୟୁରୋ : ଏମିତି ଆସିଥିଲା ମୃତ୍ୟୁ । ସୁନ୍ଦରଗଡ଼ ଇବ ନଦୀରେ ଯୁବତୀ ସେଲଫି ନେବା ବେଳେ ଭାସିଯିବାର ଦୃଶ୍ୟ ସାମାନକୁ ଆସିଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହୋଇଛି । ପିକନିକ ଯାଇଥିବା ବେଳେ ରାଜଗାଙ୍ଗପୁର କୁମ୍ଭାରପଡାର ନିରୁପମା ପ୍ରଜାପତି ଇବ ନଦୀରେ ସେଲଫି ନେଉଥିଲେ ।

ତେବେ ସେଲଫି ନେଉଥିବାବେଳେ ଗୋଡ ଖସିଯିବାରୁ ନଦୀରେ ଭାସିଯାଇଥିଲେ । ନିଖୋଜ ହେବାର ୨୨ ଘଂଟା ପରେ ତାଙ୍କୁ ତିନି ଶହ ମିଟର ତଳେ ଏକ ପଥର ମୃତଦେହ ଉଦ୍ଧାର କରାଯାଇଥିଲା । ନିରୁପମା ଏକ ପଥର ଉପରେ ଛିଡା ହୋଇ ମୋବାଇଲ ସେଲଫି ନେଉଥିଲେ । ଠିକ ସେତିକିବେଳେ ଆଉ ଜଣେ ଯୁବକ ସେହି ସ୍ଥାନକୁ ଆସୁଥିବା ବେଳେ ତାଙ୍କର ଗୋଡ ଖସିଯିବାରୁ ନିରୁପମାକୁ ଧକ୍କା ଦେଇଥିଲେ । ଫଳରେ ନିରୁପମା ପାଣିରେ ଭାସିଯାଇଥିଲେ ।