କନକ ବ୍ୟୁରୋ : ରେଳ ଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ଭାରତୀୟ ରେଳ ବିଭାଗ ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ରେଳ ଭଡ଼ା ବୃଦ୍ଧି କରିଛନ୍ତି । ଆଉ ଏହି ବର୍ଦ୍ଧିତ ଭଡ଼ା ଚଳିତମାସ ୨୬ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହି ବର୍ଦ୍ଧିତ ଭଡ଼ା ବିଶେଷ କରି ଅଧିକ ରାସ୍ତା ଯାଉଥିବା ଯାତ୍ରୀଙ୍କ ଉପରେ ପ୍ରଭାବ ପକାଇବ । ସ୍ୱଳ୍ପ ଦୂରତା ଯାତ୍ରା କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ି ନପାରେ । ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ବର୍ଗରେ ଯାତ୍ରା କରୁଥିବା ଲୋକଙ୍କ ଟିକେଟ ଉପରେ ଭଡ଼ା ବଢ଼ିବ ନାହିଁ । ଏହାଠାରୁ ଅଧିକ ଦୂର ଯାତ୍ରା କରୁଥିଲେ ପ୍ରତି କିଲୋମିଟର ପାଇଁ ୧ ପଇସା ଅଧିକ ଭଡ଼ା ଲାଗିବ ।
ଅଧିକ ପଢ଼ନ୍ତୁ : ଓଡ଼ିଶାରେ ନିର୍ମାଣ ହେବ ୯୨ ରେଳ ଓଭରବ୍ରିଜ୍, କେନ୍ଦ୍ର ସରକାର ବହନ କରିବେ ସମ୍ପୂର୍ଣ୍ଣ ଖର୍ଚ୍ଚ
ମେଲ ଓ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ ଯାତ୍ରୀଙ୍କ ପାଇଁ ନନ୍ ଏସି ଓ ଦ୍ୱିତୀୟ ଶ୍ରେଣୀ ପାଇଁ କିଲୋମିଟର ପ୍ରତି ଅଧିକ ଦୁଇ ପଇସା ଦେବାକୁ ପଡ଼ିବ । ଅର୍ଥାତ ଯଦି କୌଣସି ଯାତ୍ରୀ ୫୦୦ କିଲୋମିଟର ଯାତ୍ରା କରୁଛନ୍ତି ତେବେ ତାଙ୍କୁ ପୂର୍ବ ଭଡ଼ା ତୁଳନାରେ ୧୦ ଟଙ୍କା ଅଧିକ ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ : ନୂଆ ରେଳ ଡିଭିଜନ୍ ଘୋଷଣାକୁ ବିତିଲାଣି ୯ ମାସ ; ତଥାପି ମିଳୁନି ସ୍ୱୟଂ ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା
ଉଦାହରଣ ଭାବେ ଦେଖିବାକୁ ଗଲେ ଯଦି ଜଣେ ପାଟନାରୁ ଦିଲ୍ଲୀ ଯାତ୍ରା କରୁଛି ତେବେ ଯାତ୍ରାର ଦୂରତା ୧ ହଜାର କିଲୋମିଟର । ଯଦି ଯାତ୍ରୀ ଜଣଙ୍କ ଜନସାଧାରଣ ଏକ୍ସପ୍ରେସରେ ଯାଉଛନ୍ତି ତେବେ ତାଙ୍କୁ ୧୦ ଟଙ୍କା ଦେବାକୁ ପଡ଼ିବ । ହେଲେ ଯଦି ସମ୍ପୂର୍ଣ୍ଣ କ୍ରାନ୍ତି କି ବନ୍ଦେ ଭାରତ କିମ୍ବା ରାଜଧାନୀ ଏକ୍ସପ୍ରେସରେ ଯାଉଛନ୍ତି ତେବେ ଯାତ୍ରୀଙ୍କୁ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ : ଶୁଭମିତ୍ରାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ; ରେଳଲାଇନ ପାର କଲା ବେଳେ ଧକ୍କା ଦେଲା ଟ୍ରେନ୍
ଏହା ପୂର୍ବରୁ ଭାରତୀୟ ରେଲୱେ ତରଫରୁ ଜୁଲାଇ ପହିଲାରେ ଟିକେଟର ଦାମ ବୃଦ୍ଧି କରିଥିଲା । ଏସି ଓ ନନ୍ ଏସି ମେଲ ଓ ଏକ୍ସପ୍ରେସ ସମେତ ଦୀର୍ଘ ଦୂରତା ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏଥିରେ ମେଲ ଓ ଏକ୍ସପ୍ରେସ ଟ୍ରେନର ଟିକେଟ ଉପରେ କିଲୋମିଟର ପ୍ରତି ୧ ପଇସା ବୃଦ୍ଧି ହୋଇଥିଲା । ସେହିଭଳି ଏସି କାଟାଗୋରି ଟ୍ରେନର ଟିକେଟ୍ ମୂଲ୍ୟ କିଲୋମିଟର ପ୍ରତି ୨ ପଇସା ବୃଦ୍ଧି ହୋଇଥିଲା । ଏଭଳି ଦେଖିବାକୁ ଗଲେ ଚଳିତ ବର୍ଷ ରେଳ ବିଭାଗ ତରଫରୁ ୨ ରୁ ୩ ପଇସା କିଲୋମିଟର ପ୍ରତି ବୃଦ୍ଧି କରାଯାଇଛି ।
Follow Us