କନକ ବ୍ୟୁରୋ : ଭୁବନେଶ୍ୱରେ ମହିଳା କନଷ୍ଟେବଳ ଶୁଭମିତ୍ରାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ । ପଟିଆ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଧକ୍କାରେ ମୃତ୍ୟୁ । ଟ୍ରେନ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ସୂଚନା ମୁତାବକ ରେଳଲାଇନ ପାର କଲା ବେଳେ ଧକ୍କା ଦେଲା ଟ୍ରେନ୍ । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ନମୁନା ପଠାଗଲା ଭୁବନେଶ୍ୱର । ଗଳିତ ମୃତଦେହର ସଠିକ୍ ରିପୋର୍ଟ ପାଇଁ କେନ୍ଦୁଝରରେ ବ୍ୟବସ୍ଥା ନାହିଁ । ତେଣୁ ଭୁବନେଶ୍ଵର ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି ନମୁନା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଭମିତ୍ରାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା । ମୃତ ମହିଳା କନେଷ୍ଟବଳଙ୍କ ୩ ଭାଇଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହୋଇଥିଲା । କିନ୍ତୁ ସଠିକ୍ ରିପୋର୍ଟ ପାଇଁ କେନ୍ଦୁଝରରେ ବ୍ୟବସ୍ଥା ନଥିବାରୁ ଭୁବନେଶ୍ୱରକୁ ନମୁନା ପଠାଯାଇଛି । ସେପଟେ ଏହି ଘଟଣାରେ ଅଭିଯୁକ୍ତ ଦୀପକ ରାଉତକୁ ସସପେଣ୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/subhammitra-relative-2025-09-18-21-54-38.jpg)