ରାମଲୀଲା ମୈଦାନରୁ ବିଜେପିକୁ ରାହୁଲଙ୍କ ଟାର୍ଗେଟ୍,  ମୁଁ ପ୍ରଶ୍ନ ପଚାରିଲେ ଶାହ ଥରୁଥିଲେ

Advertisment

ଏହାପରେ ଭୋଟ୍ ଚୋରିକୁ ନେଇ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଲେ, ମୁଁ ସଂସଦରେ ଯେତେବେଳେ ପ୍ରଶ୍ନ ପଚାରେ ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଉତ୍ତର ନଥାଏ । ସେ ଭୟରେ ଥରନ୍ତି । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର କୌଣସି ଉତ୍ତର ନାହିଁ।  ଆଜି ଦେଶରେ ଯେଉଁ ଲଢ଼େଇ ଚାଲିଛି , କ୍ଷମତା ଓ ସତ୍ୟ ଭିତରେ ଚାଲିଛି । କିନ୍ତୁ କଂଗ୍ରେସ ପାଖରେ ସତ୍ୟ ଅଛି । ଆଉ ମୁଁ ଗ୍ୟାରେଣ୍ଟିର ସହ କହୁଛି ଦିନେ ଏହି ସତ୍ୟକୁ ଅସ୍ତ୍ର କରି କଂଗ୍ରେସ ଉଭୟ ଆରଏସଏସ୍ ଓ ବିଜେପିକୁ ଗାଦୀରୁ ହଟାଇବୁ’ । 

rahul gandhi

କନକ ବ୍ୟୁରୋ : ରାମଲୀଲା ମୈଦାନରୁ ବିଜେପି ସରକାର, ଆରଏସଏସ ଓ  ନିର୍ବାଚନ କମିସନ ଉପରେ ଗର୍ଜିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କହିଲେ  ସମସ୍ତେ କରୁଛନ୍ତି ନୀତି ବିରୁଦ୍ଧ କାମ । ହେଲେ କହିବାବେଳକୁ ଥରୁଛନ୍ତି । 

ଅଧିକ ପଢ଼ନ୍ତୁ : ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ, ବିତର୍କ ପାଇଁ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ

’ଭୋଟ୍ ଚୋର, ଗାଦୀ ଛାଡ଼’ ନାଁରେ ରାଲି କରିଛନ୍ତି ରାହୁଲ ଗାନ୍ଧୀ।  ରାଲିରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ, ସାଂସଦସାସଦ ମନୀଷ ତିୱାରୀ ଓ ଅନ୍ୟ  ବରିଷ୍ଠ କଂଗ୍ରେସ ନେତା । ପ୍ରଥମେ ଆରଏସଏସ୍ ମୁଖ୍ୟ ମୋହନ ଭାଗୱତଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ’ଆଜି ଦେଶ ପ୍ରକୃତ ସଂଘର୍ଷ କରୁଛି । ଏଠି ସତ୍ୟ ଓ ଅସତ୍ୟ ଭିତରେ ଚାଲିଛି ସଂଘର୍ଷ । ଆଣ୍ଡାମାନ୍  ନିକୋବର ଗସ୍ତରେ ଯାଇ ମୋହନ ଭାଗବତ୍ ଯାହା କହିଛନ୍ତି  ଲଜ୍ଜାକର ବିଷୟ’ । 

ଅଧିକ ପଢ଼ନ୍ତୁ : ଲୋକସଭାରେ ତେଜିଲା ଏସଆଇଆର ତାତି, ବିଜେପି ଓ ଆରଏସଏସ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ରାହୁଲ ଏକଥା ବି କହିଛନ୍ତି , ’ ଭାରତ ବର୍ଷ ସତ୍ୟ ଓ ଧର୍ମ ଉପରେ ତିଷ୍ଠିଛି । ହେଲେ ସତ୍ୟମ୍ ଶିବମ୍, ସୁନ୍ଦରମ୍ ଏହାର ମୂଳଦୁଆ । ହେଲେ ଆରଏସଏସ୍ ଏହି ମୂଲବୋଧକୁ ଓଲଟା ପାଳନ କରୁଛି । ସଂଘର ବିଚାରଧାରାରେ  ସତ୍ୟର କୌଣସି ସ୍ଥାନ ନାହିଁ । ଏଠି କେବଳ ଶକ୍ତି ଓ ସତ୍ତାର ପ୍ରାଦୁର୍ଭାବ ।

ଅଧିକ ପଢ଼ନ୍ତୁ : ରାହୁଲ ଗାନ୍ଧୀ ଓ ଖଡ୍‌ଗେଙ୍କୁ ନିମନ୍ତ୍ରଣ ନଥିବା ସତ୍ତ୍ବେ ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ଗଲେ ଶଶୀ ଥରୁର

ଏହାପରେ ଭୋଟ୍ ଚୋରିକୁ ନେଇ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଲେ, ମୁଁ ସଂସଦରେ ଯେତେବେଳେ ପ୍ରଶ୍ନ ପଚାରେ ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଉତ୍ତର ନଥାଏ । ସେ ଭୟରେ ଥରନ୍ତି । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର କୌଣସି ଉତ୍ତର ନାହିଁ।  ଆଜି ଦେଶରେ ଯେଉଁ ଲଢ଼େଇ ଚାଲିଛି , କ୍ଷମତା ଓ ସତ୍ୟ ଭିତରେ ଚାଲିଛି । କିନ୍ତୁ କଂଗ୍ରେସ ପାଖରେ ସତ୍ୟ ଅଛି । ଆଉ ମୁଁ ଗ୍ୟାରେଣ୍ଟିର ସହ କହୁଛି ଦିନେ ଏହି ସତ୍ୟକୁ ଅସ୍ତ୍ର କରି କଂଗ୍ରେସ ଉଭୟ ଆରଏସଏସ୍ ଓ ବିଜେପିକୁ ଗାଦୀରୁ ହଟାଇବୁ’ । 

ଏହାପରେ ନିର୍ବାଚନ କମିସନଙ୍କ ପାଳି ପଡ଼ିଲା  ।  ପୁରା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଲେ ’ ସରକାରଙ୍କ ତାକତରେ ନିର୍ବାଚନ କମିସନ ବଳିୟାନ ହୋଇଛି । ନିର୍ବାଚନ କମିସନଙ୍କୁ ବଞ୍ଚାଇବାକୁ ନୂଆ ଆଇନ ତିଆରି ହୋଇଗଲା। ଏବେ ତାଙ୍କ ଉପରେ କେହି କିଛି ଅଭିଯୋଗ କରିପାରିବେ ନାହିଁ । ତାଙ୍କ ବିରୋଧରେ କେହି କିଛି ମାମଲା ଦାଏର ବି କରିପାରିବେ ନାହିଁ । ନିର୍ବାଚନ କମିସନଙ୍କୁ ,ଭଳି କ୍ଷମତା ଦେଇଦେବା ଗଣତନ୍ତ୍ରକୁ ବିପଦ’ । 

ଅଧିକ ପଢ଼ନ୍ତୁ : Rahul Gandhi : କିରଣ ରିଜଜୁଙ୍କ ଟାର୍ଗେଟ୍‌ରେ ରାହୁଲ ଗାନ୍ଧୀ : କହିଲେ, ରାହୁଲ ଯାହା କହିଲେ...ଗ୍ରହଣୀୟ ନୁହେଁ

 ରାହୁଲଙ୍କ ଏଭଳି କଟାକ୍ଷ ପରେ ପାଲଟା ଜବାବ ଦେଇଛନ୍ତି ବିଜେପି ସାଂସଦ  ସମ୍ବିତ ପାତ୍ର । ସେ କହିଛନ୍ତି  ରାହୁଲ  ଯଦି ଆପଣ ବିଶ୍ୱାସ କରୁଛନ୍ତି ଯେ, ବିହାରର କୌଣସି ଆସନରେ ଅସଙ୍ଗତି ହୋଇଛି, ତେବେ ଆପଣ ନିର୍ବାଚନ କମିସନଙ୍କ ପାଖକୁ ଯାଇ ଅଭିଯୋଗ କରିପାରିବେ। କିନ୍ତୁ ସେମାନେ ଗୋଟିଏ ବି ଅଭିଯୋଗ ଦାଖଲ କରିବେ ନାହିଁ । କାରଣ ସେମାନେ କେବଳ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।  ସବୁବେଳେ ଟିସାଟ ପିନ୍ଧୁଥିବା ରାହୁଲ କେବଳ ରାଲିକୁ ଖଦି ପିନ୍ଧି ଆସନ୍ତି ଭାଷଣ ଦେବାକୁ । ଲୋକଙ୍କୁ  ମିଛ କହି ସରକାରଙ୍କ ବିରୋଧରେ ଉସକାଇବାକୁ ।
ସମ୍ବିତ ଆହୁରି ମଧ୍ୟ କହିଛନ୍ତି ରାହୁଲ ଯାହା କହିଲେ ତା’ର କିଛି ସତ୍ୟତା ନାହିଁ । ଭୋଟଚୋରି ନେଇ ଗୃହରେ ମନ୍ତ୍ରୀ ତଥ୍ୟ ରଖୁଥିବାବେଳେ କଂଗ୍ରେସ ଗୃହ ଛାଡ଼ି ଚାଲିଗଲା । ଏବେ ଭୋଟଚୋରି ଅପମାବଦ ଲଗାଉଛନ୍ତି ।

ଏବେ ଦେଶ ଏକାଧିକ ସମସ୍ୟାକୁ ନେଇ ଜୁଝୁଥିବାବେଳେ ଦୁଇ ସରକାର ଓ ବିରୋଧୀ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବା କ୍ଷୋଭର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe