କନକ ବ୍ୟୁରୋ: ଦିଲ୍ଲୀର ବାୟୁ ପ୍ରଦୂଷଣ । ଜନତା, ସରକାର ସମସ୍ତେ ଚିନ୍ତିତ । ସଂସଦରେ ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭା ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ।ସବୁଠୁ ବଡ କଥା ହେଉଛି ସରକାରଙ୍କ ସହ ଏହି ସମସ୍ୟାକୁ ଦୂର କରିବାକୁ ସରକାରଙ୍କ ସହ ବିରୋଧୀ ଏକାଠି କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ଏଠି ସରକାର ଓ ବିରୋଧୀ ମୁହାଁମୁହିଁ ହୁଅନ୍ତି । କିନ୍ତୁ ଶୁକ୍ରବାର ଲୋକସଭାର ଦୃଶ୍ୟ ଥିଲା କିଛି ଭିନ୍ନ ।
ଅଧିକ ପଢନ୍ତୁ : ଦୀପାବଳିରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦୂଷଣ
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ଉଠିଥିଲା ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ । ଲାଗୁଥିଲା ବିରୋଧୀ ଏହି ବଡ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ଓ ହୋ-ହାଲ୍ଲା କରିବେ । କିନ୍ତୁ ଘଟିଥିଲା କିଛି ଅଲଗା ।ଶାନ୍ତ ସ୍ଥିର ମନରେ ବାୟୁ ପ୍ରଦୂଷଣ କଥା ଉଠାଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହାକୁ ଏକ ବଡ ସମସ୍ୟା କହିବା ସହ ତୁରନ୍ତ ସମାଧାନ ପାଇଁ ସରକାରଙ୍କୁ ଅପିଲ କରିଥିଲେ । ଏଥିସହ ରାହୁଲ କହିଛନ୍ତି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ସମସ୍ତ ସହଯୋଗ କରିବେ ବିରୋଧୀ । ସେପଟେ ବିରୋଧୀଙ୍କ ବିର୍ତକ ପ୍ରସ୍ତାବକୁ ସରକାର ଗ୍ରହଣ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।
ଦିପାବଳୀ ସରିବା ଓ ଶୀତଦିନ ଆରମ୍ଭ ପରେ ଗମ୍ଭୀର ବାୟୁ ପ୍ରଦୂଷଣ ସମସ୍ୟା ଦେଇ ଗତି କରୁଛି ଦେଶର ରାଜଧାନୀ । ଅଧିକାଂଶ ସ୍ଥାନର ଏୟାର କ୍ବାଲିଟି ଇଣ୍ଡେକ୍ସ ବେଶ ଖରାପ ସ୍ତରରେ ରହିଛି । ସଂସଦ ଠୁ ସଡ଼କ, ବାୟୁ ପ୍ରଦୂଷଣ ପାଇଁ ସରକାରଙ୍କ ବିରୋଧ ପ୍ରଦର୍ଶନ କରିଥାନ୍ତି ବିରୋଧୀ । କିନ୍ତୁ ଆଜି ସଂସଦରେ ରାହୁଲଙ୍କ ମିଳିତ ଆଲୋଚନା ଓ ସହଯୋଗ ପ୍ରସ୍ତାବ ନିଶ୍ଚିତଭାବେ ସକାରାତ୍ମକ ପଦକ୍ଷେପ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/12/rahul-gandhi-2025-12-12-21-31-56.jpg)