କନକ ବ୍ୟୁରୋ : ରାମଲୀଲା ମୈଦାନରୁ ବିଜେପି ସରକାର, ଆରଏସଏସ ଓ ନିର୍ବାଚନ କମିସନ ଉପରେ ଗର୍ଜିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କହିଲେ ସମସ୍ତେ କରୁଛନ୍ତି ନୀତି ବିରୁଦ୍ଧ କାମ । ହେଲେ କହିବାବେଳକୁ ଥରୁଛନ୍ତି ।
ଅଧିକ ପଢ଼ନ୍ତୁ : ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ, ବିତର୍କ ପାଇଁ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ
’ଭୋଟ୍ ଚୋର, ଗାଦୀ ଛାଡ଼’ ନାଁରେ ରାଲି କରିଛନ୍ତି ରାହୁଲ ଗାନ୍ଧୀ। ରାଲିରେ ସାମିଲ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ, ସାଂସଦସାସଦ ମନୀଷ ତିୱାରୀ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତା । ପ୍ରଥମେ ଆରଏସଏସ୍ ମୁଖ୍ୟ ମୋହନ ଭାଗୱତଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ’ଆଜି ଦେଶ ପ୍ରକୃତ ସଂଘର୍ଷ କରୁଛି । ଏଠି ସତ୍ୟ ଓ ଅସତ୍ୟ ଭିତରେ ଚାଲିଛି ସଂଘର୍ଷ । ଆଣ୍ଡାମାନ୍ ନିକୋବର ଗସ୍ତରେ ଯାଇ ମୋହନ ଭାଗବତ୍ ଯାହା କହିଛନ୍ତି ଲଜ୍ଜାକର ବିଷୟ’ ।
ଅଧିକ ପଢ଼ନ୍ତୁ : ଲୋକସଭାରେ ତେଜିଲା ଏସଆଇଆର ତାତି, ବିଜେପି ଓ ଆରଏସଏସ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ
ରାହୁଲ ଏକଥା ବି କହିଛନ୍ତି , ’ ଭାରତ ବର୍ଷ ସତ୍ୟ ଓ ଧର୍ମ ଉପରେ ତିଷ୍ଠିଛି । ହେଲେ ସତ୍ୟମ୍ ଶିବମ୍, ସୁନ୍ଦରମ୍ ଏହାର ମୂଳଦୁଆ । ହେଲେ ଆରଏସଏସ୍ ଏହି ମୂଲବୋଧକୁ ଓଲଟା ପାଳନ କରୁଛି । ସଂଘର ବିଚାରଧାରାରେ ସତ୍ୟର କୌଣସି ସ୍ଥାନ ନାହିଁ । ଏଠି କେବଳ ଶକ୍ତି ଓ ସତ୍ତାର ପ୍ରାଦୁର୍ଭାବ ।
ଅଧିକ ପଢ଼ନ୍ତୁ : ରାହୁଲ ଗାନ୍ଧୀ ଓ ଖଡ୍ଗେଙ୍କୁ ନିମନ୍ତ୍ରଣ ନଥିବା ସତ୍ତ୍ବେ ରାଷ୍ଟ୍ରପତିଙ୍କ ନୈଶଭୋଜିକୁ ଗଲେ ଶଶୀ ଥରୁର
ଏହାପରେ ଭୋଟ୍ ଚୋରିକୁ ନେଇ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରି ରାହୁଲ କହିଲେ, ମୁଁ ସଂସଦରେ ଯେତେବେଳେ ପ୍ରଶ୍ନ ପଚାରେ ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଉତ୍ତର ନଥାଏ । ସେ ଭୟରେ ଥରନ୍ତି । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର କୌଣସି ଉତ୍ତର ନାହିଁ। ଆଜି ଦେଶରେ ଯେଉଁ ଲଢ଼େଇ ଚାଲିଛି , କ୍ଷମତା ଓ ସତ୍ୟ ଭିତରେ ଚାଲିଛି । କିନ୍ତୁ କଂଗ୍ରେସ ପାଖରେ ସତ୍ୟ ଅଛି । ଆଉ ମୁଁ ଗ୍ୟାରେଣ୍ଟିର ସହ କହୁଛି ଦିନେ ଏହି ସତ୍ୟକୁ ଅସ୍ତ୍ର କରି କଂଗ୍ରେସ ଉଭୟ ଆରଏସଏସ୍ ଓ ବିଜେପିକୁ ଗାଦୀରୁ ହଟାଇବୁ’ ।
ଏହାପରେ ନିର୍ବାଚନ କମିସନଙ୍କ ପାଳି ପଡ଼ିଲା । ପୁରା ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଲେ ’ ସରକାରଙ୍କ ତାକତରେ ନିର୍ବାଚନ କମିସନ ବଳିୟାନ ହୋଇଛି । ନିର୍ବାଚନ କମିସନଙ୍କୁ ବଞ୍ଚାଇବାକୁ ନୂଆ ଆଇନ ତିଆରି ହୋଇଗଲା। ଏବେ ତାଙ୍କ ଉପରେ କେହି କିଛି ଅଭିଯୋଗ କରିପାରିବେ ନାହିଁ । ତାଙ୍କ ବିରୋଧରେ କେହି କିଛି ମାମଲା ଦାଏର ବି କରିପାରିବେ ନାହିଁ । ନିର୍ବାଚନ କମିସନଙ୍କୁ ,ଭଳି କ୍ଷମତା ଦେଇଦେବା ଗଣତନ୍ତ୍ରକୁ ବିପଦ’ ।
ଅଧିକ ପଢ଼ନ୍ତୁ : Rahul Gandhi : କିରଣ ରିଜଜୁଙ୍କ ଟାର୍ଗେଟ୍ରେ ରାହୁଲ ଗାନ୍ଧୀ : କହିଲେ, ରାହୁଲ ଯାହା କହିଲେ...ଗ୍ରହଣୀୟ ନୁହେଁ
ରାହୁଲଙ୍କ ଏଭଳି କଟାକ୍ଷ ପରେ ପାଲଟା ଜବାବ ଦେଇଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର । ସେ କହିଛନ୍ତି ରାହୁଲ ଯଦି ଆପଣ ବିଶ୍ୱାସ କରୁଛନ୍ତି ଯେ, ବିହାରର କୌଣସି ଆସନରେ ଅସଙ୍ଗତି ହୋଇଛି, ତେବେ ଆପଣ ନିର୍ବାଚନ କମିସନଙ୍କ ପାଖକୁ ଯାଇ ଅଭିଯୋଗ କରିପାରିବେ। କିନ୍ତୁ ସେମାନେ ଗୋଟିଏ ବି ଅଭିଯୋଗ ଦାଖଲ କରିବେ ନାହିଁ । କାରଣ ସେମାନେ କେବଳ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସବୁବେଳେ ଟିସାଟ ପିନ୍ଧୁଥିବା ରାହୁଲ କେବଳ ରାଲିକୁ ଖଦି ପିନ୍ଧି ଆସନ୍ତି ଭାଷଣ ଦେବାକୁ । ଲୋକଙ୍କୁ ମିଛ କହି ସରକାରଙ୍କ ବିରୋଧରେ ଉସକାଇବାକୁ ।
ସମ୍ବିତ ଆହୁରି ମଧ୍ୟ କହିଛନ୍ତି ରାହୁଲ ଯାହା କହିଲେ ତା’ର କିଛି ସତ୍ୟତା ନାହିଁ । ଭୋଟଚୋରି ନେଇ ଗୃହରେ ମନ୍ତ୍ରୀ ତଥ୍ୟ ରଖୁଥିବାବେଳେ କଂଗ୍ରେସ ଗୃହ ଛାଡ଼ି ଚାଲିଗଲା । ଏବେ ଭୋଟଚୋରି ଅପମାବଦ ଲଗାଉଛନ୍ତି ।
ଏବେ ଦେଶ ଏକାଧିକ ସମସ୍ୟାକୁ ନେଇ ଜୁଝୁଥିବାବେଳେ ଦୁଇ ସରକାର ଓ ବିରୋଧୀ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବା କ୍ଷୋଭର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/rahul-gandhi-2025-12-14-20-00-03.jpg)