ଗୁପ୍ତ ଶତ୍ରୁ ରାହୁଲଙ୍କ ହଜାଇ ଦେଲେଣି ନିଦ ?

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ କହିଛନ୍ତି, ଗୁଜୁରାଟ୍‌ରେ ଆରଏସ୍‌ଏସ୍‌ ବିରୋଧରେ କହିଲେ କିଛି ଲାଭ ମିଳୁନାହିଁ ବରଂ ହିନ୍ଦୁମାନେ ରାଗିଯାଉଛନ୍ତି

Rahul Gandhi Tenson

Rahul Gandhi Tenson Photograph: (kanak News)

କନକ ବ୍ୟୁରୋ: ଦେଶର ଲୋକସଭା ନିର୍ବାଚନ ହେଉଛି କି ରାଜ୍ୟର ବିଧାନସଭା ନିର୍ବାଚନ ହେଉ…କଂଗ୍ରେସ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ହାରିବାରେ ଲାଗିଛି। ଏହାରି ଭିତରେ ଗୁଜୁରାଟ୍‌ରେ କଂଗ୍ରେସ କେମିତି ବିଜୟର ସ୍ବାଦ ଚାଖିବ ସେନେଇ ରାହୁଲ ନୂଆ ପ୍ଲାନ କରୁଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବା ବେଳେ ରାହୁଲ କହିଛନ୍ତି, ଆମକୁ ନୂଆ ପ୍ଲାନ କରିବାକୁ ପଡ଼ିବ । ବରିଷ୍ଠ ଓ କନିଷ୍ଠଙ୍କୁ ଅଲଗା ଅଲଗା ଟିମ୍‌ରେ ବିଭକ୍ତ କରିବାକୁ ପଡ଼ିବ । ପ୍ରତି ଗାଁକୁ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବାକୁ ପଡ଼ିବ । ସେମାନଙ୍କର ସମସ୍ୟା କଣ ରହିଛି, କି ସମାଧାନ ହୋଇପାରିବ ସେନେଇ ଆଲୋଚନା କରିବା ସହିତ ବିଶ୍ବାସଭାଜନ ହେବାକୁ ପଡ଼ିବ । ଦରକାର ପଡ଼ିଲେ ଦଳ ନେତାଙ୍କୁ ଦୂରେଇ ହେବ ହେଲେ ଲୋକଙ୍କୁ ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି । 

ଗୁଜୁରାଟ୍‌ରେ କେମିତି ବିଜୟ ହେବ କଂଗ୍ରେସ
ବଡ଼ ବୟାନ ରଖିଲେ ରାହୁଲ ଗାନ୍ଧି
ରାହୁଲଙ୍କ ବୟାନ
ଦିଗବିଜୟଙ୍କ କଡ଼ ପ୍ରଶ୍ନ
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା

ଗୁଜୁରାଟ୍‌ରେ ବିଧାନସଭା ନିର୍ବାଚନକୁ ଏବେ ଆହୁରି ଅନେକ ଦିନ ବାକି ଥିବା ବେଳେ କଂଗ୍ରେସ କିନ୍ତୁ ରଣକୌଶଳ ଆପଣାଇଲାଣି । ଖୋଦ୍‌ ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ରଣନୀତି କରୁଛନ୍ତି । ଏହାରି ଭିତରେ ସେ ଦେଇଥିବା ବୟାନକୁ ନେଇ କିନ୍ତୁ ବରିଷ୍ଠ ନେତା ଦିଗବିଜୟ ସିଂ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି । କହିଛନ୍ତି, କଂଗ୍ରେସ ଦଳରେ ଥାଇ ମଧ୍ୟ ଯେଉଁମାନେ ବିଜେପିକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଦଳରୁ କେବେ ବାହାର କରିବେ ଆପଣ । ବାସ୍‌ ଏମିତି ପ୍ରଶ୍ନ ପରେ କଂଗ୍ରେସରେ ଯେ କନ୍ଦଳ କେତେ ଯାହା ଜଳଜଳ ହୋଇ ଦିଶୁଛି ।

ଆରଏସ୍‌ଏସ୍‌ ବିରୋଧରେ କହିଲେ
ରାଗିଯାଉଛନ୍ତି ହିନ୍ଦୁ
ଗୁଜୁରାଟ୍‌ରେ କାମ ଦେଉନି ଆରଏସ୍‌ଏସ୍‌ ବିରୋଧୀ ମନ୍ତବ୍ୟ

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ କହିଛନ୍ତି, ଗୁଜୁରାଟ୍‌ରେ ଆରଏସ୍‌ଏସ୍‌ ବିରୋଧରେ କହିଲେ କିଛି ଲାଭ ମିଳୁନାହିଁ ବରଂ ହିନ୍ଦୁମାନେ ରାଗିଯାଉଛନ୍ତି । ଏନେଇ ଦଳ ମଧ୍ୟ ଚିନ୍ତାରେ ଥିଲା । ଦିଗବିଜୟ ରାହୁଲଙ୍କ ବୟାନ ପରେ ଏମିତି କଥା ସୋସିଆଲ ମିଡିଆରେ ଲେଖିଛନ୍ତି । ରାହୁଲ କହିଥିଲେ, ଆମକୁ ଦୁଇଟି ଦଳ କରିବାକୁ ପଡ଼ିବ । ଗୋଟିଏ ହେଲା, ଯେଉଁମାନେ କଂଗ୍ରେସର ବିଚାରଧାରାରେ ଯୋଡ଼ି ହୋଇଛନ୍ତି, ଲୋକଙ୍କ ସହ ଅଛନ୍ତି । ଆଉ ଗୋଟିଏ ଦଳ ହେବ ଯେଉଁମାନେ ଲୋକଙ୍କ ସମର୍ଥନ ପାଉନାହାନ୍ତି ଏବଂ ବିରୋଧୀ ବିଜେପିର ସମର୍ଥନରେ ଅଛନ୍ତି । 

ବଡ଼ ବୟାନ ରଖିଲେ ଦିଗବିଜୟ

ଦଳକୁ ସୁଦୃଢ କରିବାକୁ ରାହୁଲ ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ପ୍ରଶଂସା କରିଛନ୍ତି ଦିଗବିଜୟ । ହେଲେ କହିଛନ୍ତି, ମୁଁ ଯେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିଲି , ସେବେ ଆରଏସ୍‌ଏସ୍‌ ବିରୋଧରେ ନକହିବାକୁ ମତେ ନିର୍ଦ୍ଦେଶ ଥିଲା । କାରଣ ଏମିତି ବୟାନ ଦେଲେ ହିନ୍ଦୁମାନେ ଅସନ୍ତୋଷ ଝାଡ଼ିବେ । ଧର୍ମକୁ ନେଇ ରାଜନୀତି କଲେ ଲୋକ ଗ୍ରହଣ କରିବେ ନାହିଁ ବୋଲି ଦିଗବିଜୟ କହିଛନ୍ତି । 

ଶଙ୍କରାଚାର୍ଯ୍ୟଙ୍କୁ ନେଇ ଦେଲେ ବଡ଼ ବୟାନ

ଆମେ ସମସ୍ତେ ଜାଣନ୍ତି ହିନ୍ଦୁ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କ ଅବଦାନ କଣ । କଂଗ୍ରେସ ନେତା ଦିଗବିଜୟ ମଧ୍ୟ କହିଛନ୍ତି, ବିଜେପି ଓ ଆରଏସ୍‌ଏସ୍‌ ସହ କେଉଁ ଶଙ୍କରାଚାର୍ଯ୍ୟ ଅଛନ୍ତି । ହେଲେ ବିଜେପି ଧର୍ମକୁ ନେଇ ରାଜନୀତି କରିବା ସହ କେମିତି କ୍ଷମତାରେ ରହିବେ ତାହା ଉପରେ ଗୁରୁତ୍ବ ଦିଏ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ରାହୁଲ ଗାନ୍ଧି ଗୁଜୁରାଟ୍‌ରେ କହିଥିଲେ ଯେଉଁମାନେ ଦଳର ଗୁପ୍ତ ଶତ୍ରୁ ଅର୍ଥାତ୍‌ ଯେଉଁ ନେତା କଂଗ୍ରେସରେ ରହି ବି ବିଜେପି ପାଇଁ କାମ କରୁଛନ୍ତି ସେମାନେ ସାମ୍ନାକୁ ଆସି ବିଜେପିର ସାହାଯ୍ୟ କରନ୍ତୁ । ହେଲେ ସେମାନେ ଜାଣିରଖିବା ଦରକାର ସେମାନଙ୍କୁ ବିଜେପି ଦଳରେ ଜାଗା ମିଳିବ ନାହିଁ ବରଂ ବିଜେପି ତାଙ୍କୁ ଗ୍ରହଣ କରିବ ନାହିଁ । ମୋଟ୍‌ ଉପରେ ଆଗାମୀ ଦିନରେ ଗୁଜୁରାଟ୍‌ରେ ହେବାକୁ ଥିବା ନିର୍ବାଚନ ପାଇଁ ରାହୁଲ ଏବେଠୁ ବଳ କଷିଲେଣି । ଏବେ ସମୟ କହିବ କଂଗ୍ରେସକୁ କେତେ ମିଳୁଛି ସଫଳତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe