କନକ ବ୍ୟୁରୋ: ଆଜିକାଲି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କର ମାସିକ ଦରମା ୫୦ ହଜାର । ହେଲେ ମାସ ନପୂରଣୁ ସେମାନଙ୍କ ପାଖରେ ଟଙ୍କା ରହୁନି । ଖାଲି ଟଙ୍କା ରହୁନି ତାହା ନୁହେଁ ବରଂ ଧାର କରଜ କରି ପରିବାର ସିନା ଚଳାଇ ନେଉଛନ୍ତି ହେଲେ ଠିକ୍‌ ସମୟରେ ଧାର କରଜ ନସୁଝିପାରିବାରୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼େ । କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିବେଶ କରିଥିବା ଟଙ୍କା ଭାଙ୍ଗି ପରିବାର ଚଳାନ୍ତି । ହେଲେ ଆମେ ଆଜି ଏମିତି ଏକ ଫର୍ମୁଲା କହିବୁ ଯାହାଦ୍ବାରା ପୂରା ମାସ ଆପଣ ଭଲରେ ଚଳିବେ, କୌଣସି ସମସ୍ୟା ବି ହେବ ନାହିଁ ।

Advertisment

ମାସକୁ ୫୦ ହଜାର ଦରମା
ହେଲେ ବି ଅଣ୍ଟୁନି କି ? 
ପୂରା ମାସ ଭଲରେ ଚଳିବେ
ତାହା ପୁଣି ବିନା ଅସୁବିଧାରେ

ଭଲରେ ଚଳିବାକୁ କାହାକୁ ବି ଭଲନଲାଗେ । ମାସକ ୩୦ ଦିନ ହସ ଖୁସିରେ ଚଳିବାକୁ ସମସ୍ତେ ଇଚ୍ଛା କରନ୍ତି । ହେଲେ ବେଳେବେଳେ ତାହା ସମ୍ଭବ ହୋଇପାରୁନାହିଁ । ହେଲେ ଆମେ ଏବେ ଏମିତି ଉପାୟ କହିବୁ ଯାହାଦ୍ବାରା ଆପଣମାନେ ବିନା କୌଣସି ଦ୍ବଧାରେ ଚଳିପାରିବେ । ଏହାସହ ନିବେଶ କରିବା ସହିତ ଜୁରୀରିକାଳୀନ ସ୍ଥିତି ପାଇଁ ବି ଆପଣ ଟଙ୍କା ରଖିପାରିବେ । 

ପ୍ରଥମେ ବନାନ୍ତୁ ୩ କ୍ୟାଟାଗୋରୀ

ମାସକୁ ଯେବେ ଆପଣ ଦରମା ପାଉଛନ୍ତି ସେବେ ୩ ଭାଗରେ ଏହାକୁ ବିଭକ୍ତ କରାନ୍ତୁ । ଜରୁରୀ, ଆବଶ୍ୟକତା ଓ ନିବେଶ ପରି ତିନ ଭାଗରେ ଟଙ୍କା ଭାଗକରି ନିଅନ୍ତୁ । ଜରୁରୀ ଭାବରେ ଦରମାର ୪୦ ପ୍ରତିଶତ ଟଙ୍କା ରଖନ୍ତୁ, ଆବଶ୍ୟକତା ଲାଗି ୨୫ ପ୍ରତିଶତ ଏବଂ ନିବେଶ ଲାଗି ୩୫ ପ୍ରତିଶତ ଟଙ୍କା ଭାଗ କରି ରଖନ୍ତୁ । 

ଯଦି ଦରମା ହୋଇଥାଏ ୫୦ ହଜାର

ଧରି ନିଅନ୍ତୁ ଆପଣଙ୍କ ଦରମା  ମାସିକ ୫୦ ହଜାର ଟଙ୍କା । ସେଥି ମଧ୍ୟରୁ ୨୦ ହଜାର ଟଙ୍କା ଜରୁରୀ କ୍ୟାଟାଗୋରୀ ପାଇଁ ରଖନ୍ତୁ । ଯେଉଁଥିରେ ସ୍କୁଲ, କଲେଜ୍‌, ଡ୍ରେସ୍‌, ସଉଦା ଆଦି ସାମଗ୍ରୀ କିଣିବାରେ ବ୍ୟବହାର କରିବେ । ଠିକ୍‌ ସେହିପରି ଆବଶ୍ୟକତା ଲାଗି ୧୨ ହଜାର ୫୦୦ ଟଙ୍କା ରଖନ୍ତୁ। ଯେଉଁ ଟଙ୍କାରେ ଆପଣ ବିଭିନ୍ନ ସାମଗ୍ରୀ ଇଏମଆଇରେ କିଣିପାରିବେ । ବଳକା ୧୭ହଜାର ୫ ଶହ ଟଙ୍କାରେ ଆପଣ ପ୍ରତିମାସ ମିଚ୍ୟୁଆଲ୍‌ ଫଣ୍ଡ, ଫିକ୍ସ ଡିପୋଜିଟ୍‌ ଆଦିରେ ଲଗାଇ ପାରିବେ । ଏହି ୧୭ ହଜାର ୫୦୦ ଟଙ୍କାରୁ ଆପଣ ୧୧ ହଜାର ଟଙ୍କା ନିବେଶ କରନ୍ତୁ । ଏହାସହ ଅଢେଇ ହଜାର ସେଭିଂ ଆକାଉଣ୍ଟ, ଅଢେଇ ହଜାର ଟର୍ମ ଇନସ୍ୟୁରାନ୍ସ ଓ ଅଢେଇ ହଜାର ମେଡ଼ିକାଲ ଇନସ୍ୟୁରାନ୍ସ କରନ୍ତୁ । 

ଦେଶ ହେଉ କି ରାଜ୍ୟ ହେଉ…ଆପଣ ଜାଣିଛନ୍ତି ପ୍ରତିବର୍ଷ ଆର୍ଥିକ ବଜେଟ୍‌ ତିଆରି ହୁଏ । ଏହି ବଜେଟ୍‌ରେ କେତେ ଖର୍ଚ୍ଚ କେଉଁ ବିଭାଗରେ ହେବ ସେନେଇ ନିଷ୍ପତ୍ତି ନିଆଯାଏ । ଯେଉଁଥି ଲାଗି ପ୍ରତିବର୍ଷ ଦେଶ ସୁରୁଖୁରୁରେ ଚାଲେ । ହେଲେ ଆମେମାନେ ପ୍ରତି ମାସର ବଜେଟ୍‌ ଠିକ୍‌ରେ ନକରିପାରୁଥିବାରୁ ଅନେକ ସମସ୍ୟାର ସାମ୍ନା କରନ୍ତି । ତେଣୁ ପୂରା ପ୍ଲାନ ଅନୁସାରେ ଟଙ୍କା ଖର୍ଚ୍ଚ କଲେ ପୂରା ମାସ ଭଲରେ ଚଳିବେ ଆପଣ ।