ବିଦେଶରୁ ଭାରତୀୟ ନିର୍ବାଚନ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ: କହିଲେ, ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବିଜେପି

Advertisment

ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବିଜେପି । ନିର୍ବାଚନ କମିସନ, ସିବିଆଇ, ଇଡି ଭଳି ସଂସ୍ଥାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଶାସକ ଦଳ ।

ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବିଜେପି । ନିର୍ବାଚନ କମିସନ, ସିବିଆଇ, ଇଡି ଭଳି ସଂସ୍ଥାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଶାସକ ଦଳ ।

Rahul Gandhi

Rahul Gandhi Photograph: (KanakNews)

କନକ ବ୍ୟୁରୋ:  ବିଦେଶରୁ ଭାରତୀୟ ନିର୍ବାଚନ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବିଜେପି । ନିର୍ବାଚନ କମିସନ, ଗୁପ୍ତଚର ସଂସ୍ଥା ଠାରୁ ନେଇ ସିବିଆଇ ଏବଂ ଇଡି ଭଳି ସଂସ୍ଥାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଶାସକ ଦଳ । କଂଗ୍ରେସ ଶାସନ ସମୟରେ ଏସବୁ ଅନୁଷ୍ଠାନର ଦୁରୁପଯୋଗ କରାଯାଇନଥିଲା । କିନ୍ତୁ ବିଜେପି ନିଜର ରାଜନୈତିକ ଶକ୍ତି ବୃଦ୍ଧି କରିବା ପାଇଁ ଏଗୁଡ଼ିକୁ ବ୍ୟବହାର କରୁଛି । ଜର୍ମାନୀ ରାଜଧାନୀ ବର୍ଲିନ ଗସ୍ତ ସମୟରେ ଭାରତୀୟ ଗଣତନ୍ତ୍ର, ଭୋଟ ଚୋରି ଏବଂ ଭାରତରେ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ଅଧିକ ପଢନ୍ତୁ:  ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ, ବିତର୍କ ପାଇଁ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ

ରାହୁଲ ଗାନ୍ଧୀ କହିଛନ୍ତି ଯେ, ଭାରତରେ ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି । ବିଜେପି ଭାରତରେ ଏପରି ଏକ ପରିବେଶ ସୃଷ୍ଟି କରିଛି ଯେଉଁଠାରେ ପ୍ରତିଷ୍ଠାନଗୁଡ଼ିକ ଠିକଭାବେ କାର୍ଯ୍ୟ କରୁନାହିଁ । ଭୋଟ୍ ଚୋରି ପ୍ରସଙ୍ଗ ବାରମ୍ବାର ଉଠାଯାଉଥିଲେ ମଧ୍ୟ ନିର୍ବାଚନ କମିଶନ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉନାହାଁନ୍ତି । ହରିଆଣାରେ ଜଣେ ବ୍ରାଜିଲୀୟ ମହିଳା ଭୋଟ ଦେଉଛନ୍ତି । ତାଙ୍କ ନାମ ହରିୟାଣା ଭୋଟର ତାଲିକାରେ ୨୨ ଥର ଦେଖାଯାଉଛି । ଗୋଟିଏ ଭୋଟ କେନ୍ଦ୍ରରେ ଜଣେ ମହିଳା ୨୦୦ ଥର ଭୋଟ ଦେଉଛନ୍ତି । ଏହା କିପରି କରାଯାଉଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe