କନକବ୍ୟୁରୋ : ଦୀପାବଳିରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦୂଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ । ଗ୍ୟାସ୍ ଚ୍ୟାମ୍ବର ପାଲଟିଲା ଦିଲ୍ଲୀ ଏନସିଆର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ , ଦିଲ୍ଲୀ ବାୟୁର ଗୁଣବତ୍ତା ଅତି ଖରାପ ସ୍ତରରେ ପହଞ୍ଚିଛି । ସହରର ୩୪ଟି ସ୍ଥାନରେ ପ୍ରଦୂଷଣ ସ୍ତର ରେଡ୍ ଲେବୁଲରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ ୫ ଶହ ଉପରେ ରହିଛି ଏକ୍ୟୁଆଇ ।
ଗାଜିଆବାଦ ଓ ନରେଲା ଅଞ୍ଚଳରେ ଘରୁ ବାହାରିଲେ ଆଖି ପୋଡ଼ୁଥିବା ଲୋକ ଅଭିଯୋଗ କରିଛନ୍ତି । ବାୟୁ ପ୍ରଦୂଷଣ ଯୋଗୁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଛି ।
ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ଦିଲ୍ଲୀ ଏନ୍ସିଆର୍, ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ
କେଉଁଠି କେତେ ଏକ୍ୟୁଆଇ?
ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୩୪୪
ଦ୍ବାରିକାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୧୭
ଅଶୋକ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୪
ୱଜିରପୁରରେ ବାୟୁ ଗଣବତ୍ତା ସୂଚକାଙ୍କ ୪୨୩
ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୪
--
ସୁପ୍ରିମକୋର୍ଟଙ୍କ ନିୟମ ଉଲ୍ଲଂଘନ
ବାଣ ଫୁଟାଇବାକୁ ସମୟସୀମା ହୋଇଥିଲା ଧାର୍ଯ୍ୟ
ସୁପ୍ରିମକୋର୍ଟଙ୍କ ଦ୍ୱାରା ସମୟ ସୀମା ନିର୍ଦ୍ଧାରିତ ଧାର୍ଯ୍ୟ ହୋଇଥିଲା
ନିର୍ଦ୍ଧାରିତ ସମୟକୁ ଉଲ୍ଲଂଘନ କରି ଲଗାତାର ବାଣ ଫୁଟା ଯାଇଥିଲା
ରାତିଅଧରେ ବାଣ ଫୁଟାଯାଇ ଭିଡିଓ ବନାଯାଇଥିଲା
ସୁପ୍ରିମକୋର୍ଟ ୧୮ ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ସବୁଜ ବାଣ ନିୟମ ଜାରି କରିଥିଲେ
ଦିଲ୍ଲୀ-ଏନସିଆର ଅଞ୍ଚଳରେ ସବୁଜ ବାଣକୁ ଅନୁମତି ଦେଇଥିଲେ
ସକାଳ ୬ରୁ ୭ ଏବଂ ସନ୍ଧ୍ୟା ୮ରୁ ରାତି ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା ସମୟ
କେହି ନିୟମ ପାଳନ କରିନଥିବା ଅଭିଯୋଗ
ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏବଂ ପରେ ବାଣ ଫୁଟାଇଥିଲେ ଦିଲ୍ଲୀବାସିନ୍ଦା
ଉଳ୍ଲେଖଯୋଗ୍ୟ, ଚଳିତବର୍ଷ ସୁପ୍ରିମକୋର୍ଟ ୧୮ ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସବୁଜ ବାଣକୁ ଅନୁମତି ଦେଇଥିଲେ, କେବଳ ଦୁଇଟି ସମୟ ସ୍ଲଟ୍ ମଧ୍ୟରେ, ସକାଳ ୬ ରୁ ୭ ଏବଂ ସନ୍ଧ୍ୟା ୮ ରୁ ରାତି ୧୦ ପର୍ଯ୍ୟନ୍ତ । ତଥାପି, କେହି ନିୟମ ପାଳନ କରିନଥିଲେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏବଂ ପରେ ବାଣ ଫୁଟିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/21/30-2025-10-21-14-38-30.jpg)