ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ : ବେଳାଭୂମିରେ ବ୍ୟାଗେଜ୍ ଲକର୍ ସିଷ୍ଟମ୍ ଆରମ୍ଭ

Advertisment

ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ୍ । ଏଣିକି ଆଉ ପର୍ଯ୍ୟଟକମାନେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଇ ଚୋରିର ଶିକାର ହେବେନାହିଁ । ପର୍ଯ୍ୟଟନକ୍ଷେତ୍ର ପୁରୀରେ ପ୍ରଥମଥର ପାଇଁ ଲାଗୁ ହୋଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍ । ପୁରୀ ବେଳାଭୂମି ନିକଟ ଦୁଇଟି ଜାଗାରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ ହୋଇଛି ।

ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ୍ । ଏଣିକି ଆଉ ପର୍ଯ୍ୟଟକମାନେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଇ ଚୋରିର ଶିକାର ହେବେନାହିଁ । ପର୍ଯ୍ୟଟନକ୍ଷେତ୍ର ପୁରୀରେ ପ୍ରଥମଥର ପାଇଁ ଲାଗୁ ହୋଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍ । ପୁରୀ ବେଳାଭୂମି ନିକଟ ଦୁଇଟି ଜାଗାରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ ହୋଇଛି ।

Puri

Puri Photograph: (Kanak News)

କନକ ବ୍ୟୁରୋ : ପୁରୀ ପୌରସଂସ୍ଥାର ନିଆରା ପ୍ରୟାସ୍ । ଏଣିକି ଆଉ ପର୍ଯ୍ୟଟକମାନେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଇ ଚୋରିର ଶିକାର ହେବେନାହିଁ । ପର୍ଯ୍ୟଟନକ୍ଷେତ୍ର ପୁରୀରେ ପ୍ରଥମଥର ପାଇଁ ଲାଗୁ ହୋଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍ । ପୁରୀ ବେଳାଭୂମି ନିକଟ ଦୁଇଟି ଜାଗାରେ ଏହି ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଟକ୍କିଟ୍ ସଂସ୍ଥା ଜରିଆରେ ପୁରୀ ସମୁଦ୍ରକୂଳ ଭିକ୍ଟୋରିଆ ହୋଟେଲ୍ ସମ୍ମୁଖ ଓ ଦିଗବାରେଣୀ ଖୁଣ୍ଟି ଛକ ପାଖରେ ଦୁଇଟି ବ୍ୟାଗେଜ୍ ଲକର୍ ପରୀକ୍ଷାମୂଳକ ଭାବେ ସ୍ଥାପନ ହୋଇଛି ।

ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ । ଏହାପରେ ଅନଲାଇନରେ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ । ଏହାପରେ ଲକର୍ ଦୁଆର ଆପେଆପେ ଖୋଲିବା ପରେ ଆପଣ ନିଜର ବ୍ୟାଗ୍,ଜୋତା,ମୋବାଇଲ ଇତ୍ୟାଦି ଜିନିଷପତ୍ର ରଖି ପୁର୍ନବାର ମୋବାଇଲ ଯୋଗେ ଏହାକୁ ବନ୍ଦ କରିବେ । ତେବେ ଗୋଟିଏ ସିଷ୍ଟମରେ ୨୭ଟି ଲକର୍ ଥିବାବେଳେ ଏଥିରେ ଛୋଟ, ମଧ୍ୟମ, ବଡ ଏବଂ ଅତିରିକ୍ତ ବଡ ଏଭଳି ଭିନ୍ନଭିନ୍ନ ମାପର ଲକର୍ ରହିଛି ।

ଅଧିକ ପଢନ୍ତୁ : ବିକଶିତ ଓଡ଼ିଶାକୁ ମିଳିବ ବଳ; ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର

ସବୁଠାରୁ ବଡ ଲକରରେ ୮ରୁ ୧୦ଟି ବ୍ୟାଗ୍, ଚପଲ, ମୋବାଇଲ ରଖାଯାଇପାରିବ । ଏଥିପାଇଁ ଘଣ୍ଟାକୁ ୧୧୮ ଟଙ୍କା ଦେବାକୁ ପଡିବ। ସେହିଭଳି ଵଡ଼ ଲକର୍ ପାଇଁ ଘଣ୍ଟାକୁ ୬୯ ଟଙ୍କା ୬୨ ପଇସା  ପଇସା, ମଧ୍ୟମ ଲକର୍ ପାଇଁ ଘଣ୍ଟାକୁ ୨୯ ଟଙ୍କା ୫ ପଇସା ଓ ଛୋଟ ଲକର୍ ପାଇଁ ଘଣ୍ଟାକୁ ୧୮ ଟଙ୍କା ୮୮ ପଇସା ଅନଲାଇନ ଯୋଗେ ପେମେଣ୍ଟ କରିବାକୁ ପଡିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe