କନକ ବ୍ୟୁରୋ : ପୁରୀ ମହାନଗର ନିଗମ ଭାବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଆଉ ପାଦେ ଆଗେଇଛି। ମହାନଗର ନିଗମରେ ମିଶିଥିବା ସୀମାନ୍ତ ପଞ୍ଚାୟତର ଗାଁଗୁଡ଼ିକୁ ନେଇ ୱାର୍ଡ ଗଠନ କରାଯାଇଛି। ମହାନଗର ନିଗମ ପାଇଁ ମୋଟ ୩୯ଟି ୱାର୍ଡ ଗଠନ ହୋଇଛି। ପୌର ପ୍ରଶାସକ ତଥା ଜିଲ୍ଲାପାଳ ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଇଛନ୍ତି।
ମହାନଗର ନିଗମରେ ମିଶିଥିବା ସୀମାନ୍ତ ପଞ୍ଚାୟତର ଗାଁଗୁଡ଼ିକୁ ନେଇ ୱାର୍ଡ ଗଠନ କରାଯାଇଛି। ତେବେ ଏହା ଉପରେ ସରକାର ଆପତ୍ତି ଓ ପ୍ରସ୍ତାବ ଆହ୍ବାନ କରିବେ। ମାସେ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ପୁରୀ ମହାନଗର ନିଗମ ହେବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୀମାନ୍ତ ୯ ପଞ୍ଚାୟତର ୩୪ଟି ରାଜସ୍ବ ଗ୍ରାମକୁ ଏଥିରେ ସାମିଲ କରାଯାଇଥିଲା। ସେହିସବୁ ଗ୍ରାମଗୁଡ଼ିକୁ ୱାର୍ଡରେ ବିଭାଜନ କରାଯାଇଛି। ପୁରୀ ପୌରାଞ୍ଚଳରେ ଥିବା ୱାର୍ଡଗୁଡ଼ିକରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। କେବଳ ୱାର୍ଡ ସଂଖ୍ୟା ପରିବର୍ତ୍ତନ ହୋଇଛି।
ଅଧିକ ପଢ଼ନ୍ତୁ :ପୁରୀକୁ ବଢ଼ୁଛି ପର୍ଯ୍ୟଟକଙ୍କ ଆଗମନ, ବଢ଼ୁନି ଭିତ୍ତିଭୂମି, ସମ୍ପ୍ରସାରଣ ହୋଇପାରୁନି ରାସ୍ତାଘାଟ
ମହାନଗର ନିଗମରେ ସାମିଲ ହୋଇଥିବା ୩୪ଟି ରାଜସ୍ବ ଗ୍ରାମକୁ ୮ଟି ୱାର୍ଡରେ ବିଭକ୍ତ କରାଯାଇଛି। ସେପଟେ ୱାର୍ଡ ଗଠନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ। ପ୍ରସ୍ତାବିତ ପୁରୀ ମହାନଗର ନିଗମରେ ଜନସଂଖ୍ୟା ୨ଲକ୍ଷ ୪୫ ହଜାର ଆକଳନ କରାଯାଇଛି। ୧୭ଟି ୱାର୍ଡ ଅଣସଂରକ୍ଷିତ ରହିଥିବା ବେଳେ ୧୭ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧ ନମ୍ବର ୱାର୍ଡ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୯ ଓ ୩୩ ନମ୍ବର ୱାର୍ଡ ଅନୁସୂଚିତ ଜନଜାତିର ମହିଳା, ୮ ଓ ୧୪ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/a7-2026-02-16-18-57-28.jpg)